ଫୁଲବାଣୀ:-୦୬/୦୬ ଭାରତର ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଂଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ନେଇ ୮୪-ଫୁଲବାଣୀ (ST) ବିଧାନସଭା କ୍ଷେତ୍ରରେ ତିନିଦିନିଆ ସଚେତନତା ରଥ ଯାତ୍ରାର ଶୁଭାରମ୍ଭ ହୋଇଛି। ଫୁଲବାଣୀ ଉପଜିଲ୍ଲାପାଳ ତଥା ERO ଶ୍ରୀ ଭିକାରୀ ସାହୁ ପତାକା ପ୍ରଦର୍ଶନ କରି ରଥ ଯାତ୍ରା ଆରମ୍ଭ କରିଥିଲେ। ଏହି ସଚେତନତା ରଥ ୮୪-ଫୁଲବାଣୀ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ତିନୋଟି ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଜନବସତି ଅଞ୍ଚଳରେ ତିନି ଦିନ ଧରି ପରିଭ୍ରମଣ କରି ସ୍ୱତନ୍ତ୍ର ସଂଘନ ସଂଶୋଧନ (SIR) ସମ୍ପର୍କରେ ଓଡ଼ିଆ ଏବଂ ସ୍ଥାନୀୟ କୁଇ ଭାଷାରେ ସଚେତନତା ବାର୍ତ୍ତା ପ୍ରଚାର କରିବ। ରଥ ଉଦ୍ଘାଟନ ପରେ ଜିଲ୍ଲା ଇ-ଲାଇବ୍ରେରୀଠାରେ ଆୟୋଜିତ ସଚେତନତା ଓ ମତବିନିମୟ କାର୍ଯ୍ୟକ୍ରମରେ ERO ଶ୍ରୀ ସାହୁ ଯୁବ ଭୋଟରମାନଙ୍କୁ ସମ୍ବୋଧିତ କରି SIR ପ୍ରକ୍ରିୟାର ଗୁରୁତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ ଯୁବ ଭୋଟରମାନଙ୍କୁ ସକ୍ରିୟ ଭାଗୀଦାରି ପାଇଁ ଆହ୍ୱାନ କରିଥିଲେ।ଏହି ଅବସରରେ ଫୁଲବାଣୀ ବିଡିଓ ଶ୍ରୀ ସୌମ୍ୟ ରଞ୍ଜନ ପାତ୍ର, ତହସିଲଦାର ଶ୍ରୀମତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ, ଡେପୁଟି କଲେକ୍ଟର ଶ୍ରୀ ସମୀର ପାଇକରାୟ, ଡେପୁଟି କଲେକ୍ଟର ଶ୍ରୀ ଅଙ୍କିତ ଜେନା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅତିନିଏଲ ନାଇକାଙ୍କ ସମେତ ବିଭାଗର କର୍ମଚାରୀ ଓ ବହୁ ସଂଖ୍ୟକ ଯୁବ ଭୋଟର ଉପସ୍ଥିତ ଥିଲେ।


