ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା,ଧରାକୋଟ ୨୦/୧୦/୨୦୨୫ :- ଓଡ଼ିଶାରେ ୩୦୦୦ରୁ ଅଧିକ ଆୟୁର୍ବେଦ ଡାକ୍ତର ପ୍ରାୟ ୨୪ ବର୍ଷ ହେବ ଚୁକ୍ତି ଭିତିକ ନିଯୁକ୍ତି ପାଇ ସମାଜର ସେବା କରି ଆସୁଥିବା ବେଳେ ସେମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନଭାବ କୋଉଠି ନା କୋଉଠି ଡାକ୍ତର ମାନଙ୍କ ମନ ବଳ ଦୁର୍ବଳ କରୁଥିବା ସୂଚନା ମିଳିଛି | ଉକ୍ତ ଡାକ୍ତର ମାନେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ,ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ,ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଭଳି ଓଡ଼ିଶାର ବିଭିର୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କ ଚାକିରୀ ନିୟମିତ କରିବାପାଇଁ କୌଣସି ପଦକ୍ଷେପ ନେଇନଥିବା ଜଣାପଡିଛି |ସେମାନେ ନିଜ ନିଜ କାର୍ଯ୍ୟ କ୍ଷେତ୍ରରେ ବହିର୍ବିଭାଗ ରୋଜି ଚିକିଛା,ଜରୁରୀ କାଳୀନ ଚିକିଛା,ଆନୁଷ୍ଠାନିକ ପ୍ରସବ କରାଇବା,ରାତ୍ରି କାଳୀନ ରୋଗୀ ଚିକିଛା,ବିଭିର୍ନ ପ୍ରାକୃତିକ ବିପର୍ଯୟ ,ମାତୃ ଶିଶୁ ମୃତୁ ହାର କମାଇବା,ଅଙ୍ଗନବାଡି ଠାରୁ ଆରମ୍ଭକରି ମହା ବିଦ୍ୟାଳୟ ସ୍ତରରେ କିଶୋର କିଶୋରୀଙ୍କ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ ଓ ତାର ନିରାକରଣ ପାଇଁ ଉଚ୍ଚତର ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ତାହାର ଅନୁସରଣ କରିବା,ପୋଲିଓ ନିରାକରଣ,କୁଷ୍ଠ ଓ ରାଜ ଯକ୍ଷ୍ମା, ଅନ୍ଧତ୍ୱ ନିରାକରଣ, କୋଭିଟି ଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିରନ୍ତର ଭାବେ ସ୍ୱାସ୍ଥ୍ୟ ସେବା କରୁଥିଲେ ସୁଦ୍ଧା ସେମାନଙ୍କ ପ୍ରତି ବୈମାତୃକ ମନଭାବ ଡାକ୍ତର ମାନଙ୍କ ମନବଳ ଦୁର୍ବଳ ହେବ ସୂଚନା ମିଳିଛି | ଏହି ଡାକ୍ତର ମାନେ ଓଡିଶାର ବିଭିର୍ନ ଆଦିବାସୀ ଅଧିସୂତ ଓ ମାଓପ୍ରବଣ ଜିଲ୍ଲାରେ ଅତି ବିପଦ ଶଙ୍କୁଳ ଭାବେ କାର୍ଯ୍ୟ ରତ ଥିବା ଜଣାପଡିଛି |ତେଣୁ ସେମାନଙ୍କ ଚାକରି ସ୍ଥାଇ ସୁରକ୍ଷିତ ପାଇଁ ଏକ ଡାକ୍ତରୀ ଦଳ ଡାକ୍ତର ମାନଙ୍କ ବିଭିର୍ନ ପ୍ରକାର ସମସ୍ୟା ନେଇ ପୂର୍ବ ସରକାର ଓ ବର୍ତମାନ ସରକାରଙ୍କୁ ଜଣାଇଥେଲେବି ବର୍ତମାନସୁଦ୍ଧା କୌଣସି କାର୍ଯ୍ୟକାରୀ ହୋଇନଥିବା ଜଣାପଡିଛି |ଏନେଇ ଓଡିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି ଦଶ ଦଫା ଦାବିପତ୍ର ନେଇ ତା-୦୪/୧୨/୨୦୨୪ ରିଖ ଦିନ ଏକ ୧୦ ଦଫା ସମ୍ବଳିତ ଦାବି ପତ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗଙ୍କୁ ପ୍ରଦାନ କରିଥିବା ଜଣାପଡିଛି | ଉକ୍ତ ଚିଠିଟି ଆମ ଚାନେଲରେ ହସ୍ତଗତ ହୋଇଛି |
୧- ଦୀର୍ଘ ବର୍ଷର ଚୁକ୍ତି ଭିତିକ ଚାକିରିର ସ୍ଥାୟୀ କରଣ |
୨- ସ୍ଥାୟୀ ହେବ ପର୍ଯ୍ୟନ୍ତ ନିୟମିତ ଆୟୁଷ ଡାକ୍ତର (ଗ୍ରୁପ-ବି)ଙ୍କ ସହ ସମାନୁପାତିକ ବର୍ଦ୍ଧିତ ଦରମା ପ୍ରଦାନ |
୩- ଅବସର କାଳୀନ ଉଚିତ ସହାୟତା ରାଶି ପ୍ରଦାନ |
୪-୧୧ ମାସିଆ ଚୁକ୍ତି ବ୍ୟବସ୍ଥାର ସମ୍ପୂର୍ଣ ଉଛେଦ |
୫-କାର୍ଯ୍ୟଦକ୍ଷତା ଭତା ସହ ଅନ୍ୟାନ୍ୟ ଆନୁସଙ୍ଗିକ ଭତା (PI & PLEI)କୁ ମୂଳ ପାରିଶ୍ରମିକରେ ମିଶ୍ରଣ |
୬-ଦୁର୍ଘଟଣାରେ ଅକର୍ମଣ୍ୟ ବା ମୃତୁ ଘଟିଲେ ପରିବାରକୁ ଉଚିତ ଅର୍ଥ ରାଶି ପ୍ରଦାନ |
୭-ସ୍ୱାସ୍ଥ୍ୟ ବୀମା ଯୋଗାଣରେ ଅନ୍ତର୍ଭୂକ୍ତ |
୮-ଉଚ୍ଚଶିକ୍ଷା ସହ ଶିକ୍ଷା ସମାପ୍ତି ପରେ ପୁନଚ୍ଛ ଚାକିରୀରେ ଯୋଗଦାନ ଅନୁମତି |
୯-ଆୟୁଷ ଔଷଧ ନିୟମିତ ଯୋଗାଣ ଓ ଆୟୁଷ ସହାୟକ ନିଯୁକ୍ତି |
୧୦-ରାଜ୍ୟର ସମସ୍ତ ଡାକ୍ତରଙ୍କୁ ସ୍ଵଣଟର ଆୟୁଷ ବିଭାଗରେ ସାମିଲ |
ଏହିଭଳି ବିଭିର୍ନ ଦାବି ନେଇ ସରକାରଙ୍କୁ ଜଣାଇଥିଲେବି ବର୍ତମାନ ସୁଦ୍ଧା କୌଣସି ଦାବି ପୁରାଣ ହୋଇନଥିବା ଜଣାପଡିଛି ଯଦି ସରକାର ସେମାନଙ୍କ ଦାବି ପୁରାଣ ନକରନ୍ତି ଆଗକୁ ଯାଇ ଆନ୍ଦୋଳନ ତୀବ୍ର କରିବାକୁ ଅଣ୍ଟା ଭିଡୁଥିବା ଅଧକ୍ଷ ଡାକ୍ତର ବିଶ୍ୱରଞ୍ଜନ ଜେନା କହିଥିଲେ |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


