ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ର ଅଷ୍ଟାଦଶ ବାର୍ଷିକ ଉତ୍ସବ ର ଦ୍ଵିତୀୟ ଦିବସ ମହା ଆଡମ୍ବର ରେ ପାଳିତ



(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର :  ସ୍ଥାନୀୟ ଲାଞ୍ଜିପଲ୍ଲୀ ରାଜପଥ ପର୍ଶ୍ଵସ୍ଥ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ର *ଅଷ୍ଟାଦଶ ବାର୍ଷିକ ଉତ୍ସବ ର ଦ୍ଵିତୀୟ ଦିବସ ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି ।ଆୟୋଜିତ ସଭାରେ ଡ.ପ୍ରମୋଦ କୁମାର ଅଗ୍ରୱାଲ ସଭାପତିତ୍ବ କରି ଛାତ୍ର ଛାତ୍ରୀ ଙ୍କ ପ୍ରଗତିରେ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ରଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲା ବେଳେ ଅନୁଷ୍ଠାନ ର ନିର୍ଦ୍ଦେଶକ ଇ. ଅଶୋକ କୁମାର ପାଳ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ସିଦ୍ଧାନ୍ତ ମହାପାତ୍ର ଶିଶୁଙ୍କ ଶିକ୍ଷା ପ୍ରଗତି ରେ ଓଡ଼ିଶା ସରକାର ଙ୍କ ଶିକ୍ଷା ଯୋଜନା ସମ୍ପର୍କେ ଆଲୋକପାତ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ଭାଜପା ସଭାପତି ସରୋଜ ସାବତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଶ ର ଭବିଷ୍ୟତ ନାଗରିକ ଙ୍କ କର୍ତ୍ତବ୍ୟ ସମ୍ପର୍କେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଅନ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଧିବକ୍ତା ନାରାୟଣ ପଣ୍ଡା ଶିଶୁ ଶିକ୍ଷା ସମୟରେ ଆସୁଥିବା ସମସ୍ୟା ର ନ୍ୟାୟିକ ଦିଗ ସମ୍ପର୍କେ ଆଲୋଚନା କରିଥିଲେ ।ଅନୁଷ୍ଠାନ ର ଅଧକ୍ଷ ସତ୍ୟ ନାରାୟଣ ସାହୁ ପରିଚୟ ପ୍ରଦାନ କରିଥିଲେ । ସଭା ଅନ୍ତେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଆୟୋଜିତ ରଙ୍ଗାରଙ୍ଗ କାର୍ଯକ୍ରମ ଉପସ୍ଥିତ ଦର୍ଶକ ଙ୍କୁ ମନମୁଗ୍ଧ କରିଥିଲା ।

Post a Comment

Previous Post Next Post