ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ମାଣିକ୍ୟପୁର ୧୫/୦୧/୨୦୨୬ :- ଧରାକୋଟ ବ୍ଲକ ଅନ୍ତର୍ଗତ ମାଣିକ୍ୟପୁର ଠାରେ ଜିରୋ ସଲାମ ସ୍ଵୟଂ ସହାୟକ ଗୋଷ୍ଠୀର ଧାନ ମଣ୍ଡି ବି ଡି ଓ ସଂଗ୍ରାମ କେଶରୀ ଜେନା ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ଏଥିରେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ବି ପି ସି ଶୁଶାନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଟୁକୁନା ଗୌଡ଼, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନିଲ ମହାନ୍ତି,ସରପଞ୍ଚ ପ୍ରତିନିଧି ଶାନ୍ତନୁ ବିଷୋୟୀ,ଗ୍ରାମ ସଭାପତି ସନ୍ତୋଷ ପ୍ରଧାନ,ବରିଷ୍ଠ ଚାଷୀ କୃଷ୍ଣ ଚନ୍ଦ୍ର ଛାଟୋଇ, ଧରାକୋଟ ମଣ୍ଡଳ ସଭାପତି ପ୍ରଭାକର ପ୍ରଧାନ,ମାଣିକ୍ୟପୁର ମଣ୍ଡଳ ସଭାପତି ଟୁକୁନା ନାୟକ,ସାମ୍ବାଦିକ ହୃଦାନନ୍ଦ ଜେନା,କାଳୁ ଚରଣ ମହାପାତ୍ର,ଶଙ୍କର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିବା ସହ ମାଣିକ୍ୟପୁର ପଞ୍ଚାୟତର ଶତାଧିକ ଚାଷୀ ରହିଥିଲେ। ଏହି ଅବସରରେ ଅତିଥି ମାନେ ମଣ୍ଡି ରେ ଧାନ ଦେବା ପଦ୍ଧତି କୁ ସରଳୀକରଣ ପାଇଁ ସରକାର ସ୍ଵୟଂ ସହାୟକ ଗୋଷ୍ଠୀ କୁ ଧାନ କିଣିବା ପାଇଁ ଅନୁମତି ଦେଇଥିବାରୁ ଚାଷୀ ମାନେ ସୁବିଧା ପାଇବା ସହ ସଚେତନ ଚାଷୀ ଲାଭବାନ ଚାଷୀ ପାଇଁ ସରକାର ଯେଉଁ ଡାକରା ଦେଇଛନ୍ତି ତାହା ସଫଳ ହେବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ଏହି ମଣ୍ଡି ରେ 142 ଜଣ ଚାଷୀ ନିଜର ଉତ୍ପାଦିତ ଧାନ ବିକ୍ରୟ କରିବା ପାଇଁ ଅନୁବନ୍ଧିତ ହୋଇଛନ୍ତି । ଗୃଫ ର ସଭାପତି ସମ୍ପିରା ଗମାଙ୍ଗ,ସମ୍ପାଦକ ଜୟଶ୍ରୀ ଜାନି ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


