ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ବାହରପୁର ୧୬/୦୧/୨୦୨୬ :- ଧରାକୋଟ ବ୍ଲକ ଅନ୍ତର୍ଗତ ବାହରପୁର ଗ୍ରାମରେ ଆଜି ଦୁଇଟି ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି ଗୋଟିଏ ସରକାରଙ୍କ ସୋସାଇଟି ଦ୍ୱାରା ପରିଚାଳନା ହେଉଥିବା ମଣ୍ଡି ଓ ଅନ୍ୟଟି ଦୋଳଗୋବିନ୍ଦ ସ୍ଵୟଂ ସହାୟୀକ ଗୋଷ୍ଠୀର ଧାନମଣ୍ଡି ଉଭୟ ମଣ୍ଡି ବି ଡି ଓ ସଂଗ୍ରାମ କେଶରୀ ଜେନା ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ଉଭୟ ମଣ୍ଡିରେ ସମ୍ମାନୀତ ଅତିଥି ଭାବରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ବି ପି ସି ଶୁଶାନ୍ତ କୁମାର ନାୟକ,ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନିଲ ମହାନ୍ତି,ଧରାକୋଟ ମଣ୍ଡଳ ସଭାପତି ପ୍ରଭାକର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |ସୋସାଇଟି ଦ୍ୱାରା ପରିଚାଳନା ହେଉଥିବା ମଣ୍ଡିର ସନମାନିତ ଅତିଥି ରୂପେ ସୋସାଇଟି ସଭାପତି ଡାକ ଗୌଡ଼,ଉପ ସଭାନେତ୍ରୀ ଲକ୍ଷ୍ମୀ ପ୍ରଧାନ,ସୋସାଇଟି ସଦସ୍ୟ ଶିବ ଶଙ୍କର ସାହୁ,ପ୍ରଫୁଲ ଗୌଡ଼,ବୟାନାଥ ବେହେରା,ରମେଶ ସ୍ୱାଇଁ,ବିଶ୍ୱନାଥ ମହାରଣା ,ବିଦେଶୀ ଦଳେଇ,ମଣ୍ଡି ନୋଡାଲ ଅଫିସର ସୁନୀଲ ଆଚାର୍ଯ୍ୟ,ସେକ୍ରେଟାରୀ କାଳିଚରଣ ତ୍ରିପାଠୀ,ଆନାଲାଇଜର ରାମକୃଷ୍ଣ ନାୟକ,ଡାଟା ଏଣ୍ଟ୍ରି ଅପରେଟର ପୁର୍ଣ ଚନ୍ଦ୍ର ସାହୁ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ | ସେହି ଭଳି ଦୋଳଗୋବିନ୍ଦ ସ୍ଵୟଂ ସହାୟୀକ ଗୋଷ୍ଠୀର ସମାଜ ସେବି ସୁଶାନ୍ତ କୁମାର ପାଣିଗ୍ରାହୀ,ଗୌଡ଼ ସମାଜ ସଭାପତି ଭାଗିରଥି ଗୌଡ଼,ସରପଡା ଗ୍ରାମ ସଭାପତି ରାଘବ ଭୁଁଆ,ବାଖରକଟା ସଭାପତି ଦଣ୍ଡପାଣି ଗୌଡ଼,ଗୋପାଳପୁର ସଭାପତି ଦୟାନିଧି ବିଷୋୟୀ,ସୋସାଇଟି ସେକ୍ରେଟି କାଳୁଚରଣ ତ୍ରିପାଠୀ,ସଭାପତି ଡାକ ଗୌଡ଼ ପ୍ରମୁଖ ଉପସ୍ଥିତ ଥିବା ସହ ବାହରପୁର ପଞ୍ଚାୟତର ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ଅତିଥି ମାନେ ମଣ୍ଡିରେ ଧାନ ଦେବା ପଦ୍ଧତି କୁ ସରଳୀକରଣ ପାଇଁ ସରକାର ସ୍ଵୟଂ ସହାୟକ ଗୋଷ୍ଠୀ କୁ ଧାନ କିଣିବା ପାଇଁ ଅନୁମତି ଦେଇଥିବାରୁ ଚାଷୀ ମାନେ ସୁବିଧା ପାଇବା ସହ ସଚେତନ ଚାଷୀ ଲାଭବାନ ଚାଷୀ ପାଇଁ ସରକାର ଯେଉଁ ଡାକରା ଦେଇଛନ୍ତି ତାହା ସଫଳ ହେବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ଏହି ମଣ୍ଡିରେ ଆଗରୁ ସୋସାଇଟି ଦ୍ୱାରା ପଂଜିକୃତ ହୋଇଥିବା ୪୦ ପ୍ରତିଶତ ଚାଷୀ ନିଜର ଉତ୍ପାଦିତ ଧାନ ବିକ୍ରୟ କରିବା ପାଇଁ ଅନୁବନ୍ଧିତ ହୋଇଛନ୍ତି । ଗୃଫର ସଭାପତି ସଚଳା ପାଣିଗ୍ରାହୀ,ସମ୍ପାଦିକା ପୁଷ୍ପାଞ୍ଜଳି ଗୌଡ଼,ଡାଟା ଏଣ୍ଟ୍ରି ଅପରେଟର ଅଙ୍କିତ ପାଣିଗ୍ରାହୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ବି ଡି ଓ ସଂଗ୍ରାମ କେଶରୀ ଜେନାଙ୍କ ଠାରୁ ମଣ୍ଡି ଶୃଙ୍ଖଳିତ ମନ୍ତ୍ର ଗ୍ରହଣ କରିଥିଲେ।
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


