ମଙ୍ଗଳପୁର ବ୍ୟାଘ୍ରମ୍ବର ଶୈବ ପିଠରେ ଶୈବ ପୂଜା ଓ ହିନ୍ଦୁ ସମିଳନୀ ଅନୁଷ୍ଠିତ |


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ମଙ୍ଗଳପୁର ୧୯/୦୧/୨୦୨୬ :- ଆଜି ଧରାକୋଟ ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ବ୍ୟାଘ୍ରମ୍ବର ଶୈବପିଠରେ ପାଖ ପାଖି ଅଞ୍ଚଳର ଦାତା ମାନଙ୍କ ମଙ୍ଗଳ କାମନା ଅର୍ଥେ ଘୃତ ଯଜ୍ଞ,ନାମ ଯଜ୍ଞ,ଜ୍ଞାନ ଯଜ୍ଞ ଓ ଅର୍ଣ୍ଣ ଯଜ୍ଞର ଆୟୋଜନ ବଡ ଆଡମ୍ବର ସହ ହୋଇଯାଇଛି |ସକାଳ ୧୦ ଘଣ୍ଟା ସମୟରେ ସହ ସହ ମହିଳାଙ୍କ କଳସ ଯାତ୍ରା,ପରେ ରୁଦ୍ରା ଅଭିଷେକ, ବେଲପତ୍ର ସମର୍ପଣ, ଦୀପ ଦାନ ଓ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା |ନାମ ଯଜ୍ଞରେ ଜୟନଗରରୁ ଆସିଥିବା ୩୦ରୁ ଉର୍ଧ ମହିଳାଙ୍କ ଦ୍ୱାରା ଅତି ସୁନ୍ଦର ଭାବେ ନାମ ପରିବେଷଣ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମର ସଭାପତି ଦୀନବନ୍ଧୁ ଗୌଡ଼ଙ୍କ,ସମ୍ପାଦକ ବିଦ୍ୟାଧର ପଣ୍ଡା,ସହ ସମ୍ପାଦକ ବି.ତ୍ରିପତି ପତ୍ର, ମନ୍ଦିର ସଭାପତି ବି.ମନୋଜ ପତ୍ର, ସହଯୋଗୀ ସନ୍ତୋଷ ପଢି,ରଞ୍ଜନ ଚୌଧୁରୀ,ଗୌଡ଼ ସମାଜର ସଦସ୍ୟ ବୃନ୍ଦଙ୍କ ନେତୃତ୍ୱରେ ଅଞ୍ଚଳର ସହ ସହ ଭକ୍ତ ଉପସ୍ଥିତ ରହି ଶିବ ଭକ୍ତିରେ ଲୀନ ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରମ ମଧ୍ୟରେ RSS ତରଫରୁ ହିନ୍ଦୁତ୍ୱ ଜାଗରଣ ଉଦ୍ୱେସରେ ହିନ୍ଦୁ ସମ୍ୱିଳିନୀ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ ସମିଳନୀର ମୁଖ୍ୟ ଅତିଥି ରୂପେ କରଚୁଲି ମଠ ମହନ୍ତ ସତ୍ୟାନନ୍ଦ ଗିରି ମହାରାଜ, ସନମାନିତ ଅତିଥି ସ୍ୱାମୀ ରାମାନନ୍ଦ ବ୍ରମହାଚାରି,ମୁଖ୍ୟ ବକ୍ତା ଶିଶିର କୁମାର ଦାସ,ଘୁମୁସର ଜିଲ୍ଲା ସହ ସଂଯୋଜକ ସିମାଞ୍ଚଳ ତ୍ରିପାଠୀ,ସହଯୋଗୀ ରଜନୀ ଭାଇ,ସିମାଞ୍ଚଳ ସରବ ଓ ସାକ୍ଷାତକର ଶଙ୍କର ପାଣିଗ୍ରାହୀ ସମେତ ଅନେକ ଅଞ୍ଚଳ ବସି ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ଗିରି ମହାରାଜ ହିନ୍ଦୁ ଧର୍ମ ଓ ନୀତି ବିଷୟରେ ବୁଝାଇଥିବା ବେଳେ,ରାମାନନ୍ଦ ସ୍ୱାମୀ ମନୁଷ୍ୟର ଚରିତ୍ର ଗଠନ ବିଷୟ କହିଥିଲେ, ଶିଶିର ଦାସ ଗୁରୁ ହିନ୍ଦୁ ଧର୍ମର ଏବଂ ଭାରତୀୟ ସମାଜକୁ ଉନ୍ନତ କରିବା ପାଇଁ "ପଞ୍ଚ ପରିବର୍ତ୍ତନ" (ପାଞ୍ଚ ପରିବର୍ତ୍ତନ) ର  ବ୍ୟାପକତା ବିଷୟରେ କହିଥିଲେ |ଏହା ପାଞ୍ଚଟି ପ୍ରମୁଖ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ପ୍ରତିଜ୍ଞା, ଯାହାର ଲକ୍ଷ୍ୟ ହେଉଛି ଦେଶକୁ ଆତ୍ମନିର୍ଭରଶୀଳ, ସଂସ୍କୃତିସମ୍ପନ୍ନ ଏବଂ ସମନ୍ୱିତ କରିବା ଭଳି କାର୍ଯ୍ୟକ୍ରମ।

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

           ମୋ ନିଯୁଜୁ ଓଡିଶା

Post a Comment

Previous Post Next Post