ବାହାଡଗୁଡା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଧାନମଣ୍ଡି ଖୋଲି ଆଜି ଲକ୍ଷପତି ଦିଦି ପାଇଁ ପାଦ ଥାପିଲେ |

 


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୨୦/୦୧/୨୦୨୬:-ଆଜି ଆମ ଧରାକୋଟ ବ୍ଲକରେ ୨ଟି ଧନମଣ୍ଡି ଉଦଘାଟନ ହୋଇଯାଇଛି ଗୋଟିଏ ମୁଣ୍ଡମରେଈ ପଞ୍ଚାୟତ ସ୍ତିତ  ପୋଡ଼ାପଲ୍ଲୀ ଗ୍ରାମର ଶିବାଜୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟଟି ଢଉଗାଁ ପଞ୍ଚାୟତସ୍ତିତ ବାହାଡାଗୁଡା ଗ୍ରାମର ଓଁ ଶାନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ | ଏହି ଉଦଘାଟନ ଉତ୍ସବରେ ୨୦୦ରୁ ଉର୍ଦ୍ଧ ଚାଷୀଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି | ଏହି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ କୁମାର ମହାନ୍ତି ଏବଂ ସଂମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଉର୍ନୟନ ଅଧିକାରୀ ସୁଶୀଲ ପଟ୍ଟନାୟକ, ଗୋଷ୍ଠି ଯୋଗାଣ ନିରୀକ୍ଷକ ବାଳକୃଷ୍ଣ ନାୟକ ଓ ଗୋଷ୍ଠି ମିଶନ ଶକ୍ତି ସଂଯୋଜକ ସୁଶାନ୍ତ ନାୟକ ଉପସ୍ଥିତ ଥିଲେ| ଏଇହି ଉଦଘାଟନ କାର୍ଯ୍ୟକ୍ରମ ରେ ଧରାକୋଟ ମଣ୍ଡଳ ସଭାପତି ପ୍ରଭାକର ପ୍ରଧାନ, ଜାହାଡା ମଣ୍ଡଳ ସଭାପତି ଜିତେନ୍ଦ୍ର ବିଶୋଇ, ଧରାକୋଟ ମଣ୍ଡଳ ପୂର୍ବତନ ସଭାପତି ୟୁ ପାପା ରାଓ, ଅଶୋକ ନାୟକ, ବୁଦ୍ଧିଆ ନାୟକ, ଯୁବନେତା ସମୀର ସ୍ୱାଇଁ, ମିଥୁନ ପ୍ରଧାନ, ଦେବାଶିଷ ମିଶ୍ର, ମାନସ ରଞ୍ଜନ ନାୟକ, ରାଜେଶ ସାମଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ | ସରକାରଙ୍କ ନିର୍ଦେଶ କ୍ରମେ ଉଭୟ ସ୍ୱୟଂ ସହାୟକ ଗୋଷ୍ଠୀର  ମହିଳା ମାନେ ଧାନମଣ୍ଡି ଖୋଲି ଆଜି ଲକ୍ଷପତି ଦିଦି ପାଇଁ ପାଦ ଥାପି ଥିବା କହିଛନ୍ତି ପୂର୍ବତନ ଧରାକୋଟ ମଣ୍ଡଳ ସଭାପତି | ଉପସ୍ଥିତ ଅତିଥି ମାନଙ୍କ କହିବା ଅନୁସାରେ ଅଧିକ ମଣ୍ଡି ଖୋଲିବା ଦ୍ୱାରା ଅଧିକରୁ ଅଧିକ ଚାଷୀ ମାନଙ୍କ ସୁବିଧା ହୋଇପାରିବ ସଠିକ ସମୟରେ ଟୋକେନ ଆସିବା ଓ ଅତି ଶୀଘ୍ର ଧାନ ମିଲର ପାଖରେ ପହଂଚିବ ଧାନ ଦେବା ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଖାତାକୁ ତାଙ୍କ ଆସିଯିବ | ସରକାରଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିବା ସହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ଦେଖିବାକୁ ମିଳିଛି |ଉପସ୍ଥିତ ଚାଷୀ ମାନେ ଅତିରିକ୍ତ ଗୋଷ୍ଠି ଉର୍ନୟନ ଅଧିକାରୀ ସୁଶୀଲ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ ସୁତୁଲି ଅଖା ବାବଦକୁ କେତେ ଧାନ କଟା ଯାଉଛି ? କଟଣି ଛଟଣି ଅଛି ନା ନାହିଁ ? ଧାନ ମିଲର ପାଖକୁ ଚାଷୀ ନେବେ ନା ମଣ୍ଡିକୁ ଧାନ ଆଣିବେ ? ସେ କହିଥିଲେ ଏଭଳି କିଛି ନାହିଁ ଏବର୍ଷ ଧାନ ଭଲ ଅଛି ତେଣୁ ଡରିବାର ନାହିଁ, ଯଦି ଏଭଳି କିଛି ସୂଚନା ମିଳେ ଆମ୍ଭେ ବିହିତ କାର୍ଯ୍ୟାନୁଷ୍ଠାନ ନେବୁ ଆମ ଟିମ ତାହା ଉପରେ ନଜର ରଖିଛି | 

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

           ମୋ ନିଯୁଜୁ ଓଡିଶା

Post a Comment

Previous Post Next Post