ଲଗାତାର ସିରିଏଲ ଦୁର୍ଘଟଣା ଘଟାଇ ଖସି ପଳାଇବା ବେଳେ କାର ଚାଳକଙ୍କୁ ନିରଧୂମ ମାଡ ମାରିଲେ ଲୋକେ |

 


ଶଙ୍କର ପାଣିଗ୍ରାହୀ, ଧରାକୋଟ ୨୧/୧୦/୨୦୨୫ ମଙ୍ଗଳବାର:- ଆଜି ବରଡାବିଲି ଠାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି | ଦୁଇଜଣ ବାଇକି ଚାଳକଙ୍କୁ ଏକ କାର ଗାଡି ନମ୍ବର (OD 17 S 7799) ପଛପଟୁ ପିଟି ଖସି ପଳାଇବାବେଳେ ସ୍ଥାନୀୟ ଲୋକେ ସୋରଡ଼ା ଥାନାକୁ ଖବର ଦେଇ କାର ପଛରେ ପ୍ରାୟ ୧୦ରୁ ଉର୍ଧ ବାଇକି ଓ ସୋରଡ଼ା ପୋଲିସ ପିଛାକରି କାର ଚାଳକଙ୍କୁ ଲାଠିପଡ଼ା ଠାରେ କାବୁ କରି ନିରଧୂମ ମାଡ ମାରିଥିବା ଦେଖିବାକୁ ମିଳିଛି | ଉକ୍ତ କାର ଚାଳକ ମାନେ ବରଡାବିଲି ପାଖରେ ଦୁଇଜଣ ବାଇକି ଚାଳକଙ୍କୁ ପଛପଟୁ ଧକା ବରଡାବିଲି ଗ୍ରାମ ରାସ୍ତାରେ ଯାଉଥିବା କାଳୁଚରଣ ନାମକ ଜଣେ ବ୍ୟକ୍ତିକୁ ଧକ୍କା ଦେଇ ଆଗ ଚକ ଫାଟିଯିବା ପରେବି ଅତି କ୍ଷିପ୍ର ଗତିରେ ଯିବା ସମୟରେ ଲାଠିପଡ଼ା ଠାରେ ଜଣେ ସାଇକେଲ ଆରୋହୀଙ୍କୁବି ଧକା ଦେଇଥିବା ଦେଖିବାକୁ ମିଳିଛି | ଉକ୍ତ ସାଇକେଲ ଚାଲାକ ଗୁରୁତର ହୋଇଥିବା ବେଳେ ବରଡାବିଲି ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ଧରାକୋଟ ଡାକ୍ତର ଖାନରେ ମୃତୁ ଘଟିଥିବା ଜଣାପଡିଛି ଓ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲ ପଠାଯାଇଥିବା ଜଣାପଡିଛି |ଉକ୍ତ ବାଇକି ଚାଳକଙ୍କ ଘର ବଡ଼ଗଡ଼ ଥାନା ଅଧିନସ୍ଥ ମେଣ୍ଟିବାଉଁଶ ଗ୍ରାମ, ମୃତ ବ୍ୟକ୍ତିଙ୍କ ନାମ ବଳରାମ ନାୟକ ଓ ଗୁରୁତର ବ୍ୟକ୍ତିଙ୍କ ନାମ ଦମ୍ବୁରୁ ନୟକ , ସେ ଦୁଇ ଜଣ ଆଜି ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ବଳଦ କିଣିବା ପାଇଁ ଯାଇଥିବା ବେଳେ ଦିନ ୨:୩୦ମି.ରେ ବରଡାବିଲି ଠାରେ ତାଙ୍କର ଦୁର୍ଘଟଣା ଘଟିଥିବା ଜଣାପଡିଛି |ଉକ୍ତ କାର ଚାଳକ ମାନେ ମଦ୍ୟ ପାନ କରି କାର ଚଳାଇ ବ୍ରହ୍ମପୁରରୁ ସୋରଡ଼ା ଯାଉଥିବା ଜଣାପଡିଛି ସେମାନେ ଭୁବନେଶ୍ୱର ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଦୁଇଜଣଙ୍କୁ ଧରାକୋଟ ଥାନାରେ ଅଟକ ରଖି ପୋଲିସ ତାର ତଦନ୍ତ ଜାରିରଖିବା ସହ ମୃତ ବ୍ୟକ୍ତିର ପଞ୍ଚନାମା କରି ସବ ବ୍ୟବଚ୍ଛେଦ ପାଇଁ ପଠିଥିବା ଜଣାପଡିଛି | 


ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ 

             ମୋ ନିଯୁଜୁ ଓଡିଶା

Post a Comment

Previous Post Next Post