ଶଙ୍କର ପାଣିଗ୍ରାହୀ ମୋ ନିୟୁଜୁ ଓଡିଶା ଧରାକୋଟ ୦୭/୦୬/୨୦୨୬ :- ଆଜି ଧରାକୋଟ ବ୍ଲକ ଅନ୍ତର୍ଗତ ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରଥମିକା ବିଦ୍ୟାଳୟ ଯୋଜନାର ଭିତି ପ୍ରସ୍ତର ସ୍ଥାପନ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା,ଆସ୍କା ସଂସଦ ପ୍ରତିନିଧି ମୁନା ପ୍ରଧାନ,ଜିଲ୍ଲା ପରିଷଦ ଅଧକ୍ଷା ଅଞ୍ଜଳି ସ୍ୱାଇଁ,ଧରାକୋଟ ବ୍ଲକ ଅଧକ୍ଷା ସୁଲକ୍ଷଣ ଗୀତାଞ୍ଜଳି ଦେବୀ,ମନୋଜ ସାହୁ,ପୁନିଅଁ ଦାସଙ୍କ ସମେତ ସମସ୍ତ ଶିକ୍ଷକ,ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ଙ୍କ ଉପସ୍ଥିତରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା | ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରାଜ୍ୟବ୍ୟାପୀ ୬,୭୯୪ ଗ୍ରାମ ପଞ୍ଚାୟତରେ ଉଚ୍ଚମାନର, ଆଧୁନିକ ମଡେଲ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା। ସରକାର ବିଭିନ୍ନ ଜିଲ୍ଲାରେ ପ୍ରଥମ ପର୍ଯାୟରେ ୧୧୮ଟି ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଆଜି ପୁଣି ୨୦୪ ଗୋଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ସୂଚନା ମିଳିଛି ।ଏହି ଯୋଜନାର ମୂଳ ଲକ୍ଷ ଜାତୀୟ ମାନଦଣ୍ଡ ସହିତ ସମକକ୍ଷ ମୌଳିକ ଶିକ୍ଷା ଏବଂ ଦକ୍ଷତା ପ୍ରଦାନ କରିବା। ସ୍ମାର୍ଟ ବୋର୍ଡ, ଡିଜିଟାଲ ଲାଇବ୍ରେରୀ, ଭାଷା ପ୍ରୟୋଗଶାଳା ଏବଂ ଖେଳ ପଡ଼ିଆ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଗୋଟିଏ ଆଦର୍ଶ ବିଦ୍ୟାଳୟ।ଗ୍ରାମାଞ୍ଚଳରେ ଆଧୁନିକ ସାମଗ୍ରିକ ଶିକ୍ଷା।ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭର୍ଚୁଆଲ୍ ଭାବରେ ୩୨୨ ଟି ସ୍କୁଲର ଦୁଇଟି ପର୍ଯ୍ୟାୟର ଶୁଭାରମ୍ଭ କରାଯାଇଥିବା ସୂଚନା ମିଳିଛି ।
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିୟୁଜୁ ଓଡିଶା


