ଫୁଲବାଣୀ:-୦୬/୦୬(ରିପୋର୍ଟ ବୈଦ୍ୟନାଥ ବେହେରା) ମଣିଷର ପଂଚନ୍ଦ୍ରିୟ ଙ୍କ ମଧ୍ୟରୁ ଚକ୍ଷ୍ୟୁ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଦୁନିଆ କୁ ଦେଖିବା ପାଇଁ ଏହାର ସ୍ୱଚ୍ଛତା ବଜାୟ ରହିବା ନିତ୍ୟାନ୍ତ ଆବଶ୍ୟକ । ଏହାକୁ ଗୁରୁତ୍ୱ ଦେଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ, ଲେପ୍ରା ସୋସାଇଟି ଓ ମାହାନଦୀ ନେତ୍ର ଚିକିତ୍ସାଳୟ ଙ୍କ ମିଳିତ ସହଯୋଗରେ ମା ଗୃହ ଟିକାବାଲି ଠାରେ ଏକ ମାଗଣା ଚକ୍ଷ୍ୟୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିର ର ମୂଖ୍ୟ ଲକ୍ଷ ଥିଲା ସ୍ଥନୀୟ ଅଂଚଳରେ ଥିବା ସମସ୍ତ ବ୍ୟକ୍ତି ବିଶେଷ ଙ୍କ ଚକ୍ଷ୍ୟୁ ପରିକ୍ଷା କରି ମୋତିଆ ବିନ୍ଦୁ ଚିହ୍ନଟ କରିବା ଓ ଏହାର ଅସ୍ତୋପଚାର କରାଇ ଠିକ୍ କରିବା । ଶିବିରରେ ଟିକାବାଲି, କଟିମାହା, ବସ୍ତିଙ୍ଗିଆ ଓ ବେହେରାଗାଁ ପଂଚାୟତରୁ ୪୦ ଜଣରୁ ଅଧିକ ବ୍ୟକ୍ତି ନିଜର ଆଖି ମାଗଣାରେ ପରିକ୍ଷା କରିବା ସହିତ ଚିକିତ୍ସା କରାଇଥିଲେ । ସେଥି ମଧ୍ୟରୁ ୦୬ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟ କୁ ପଠା ଯାଇଥିବା ବେଳେ ୦୭ ଜଣଙ୍କୁ ସୁଲଭ ମୂଲ୍ୟରେ ଚଷମା ଯୋଗାଇ ଦିଆଯାଇଥିଲା । ସେହିପରି ଅନ୍ୟ ମାନଙ୍କ ର ଚକ୍ଷ୍ୟୁ ପରିକ୍ଷା କରି ଆଖି ଡ୍ରପ୍ ମାଗଣା ରେ ବିତରଣ କରିବା ସହିତ ଆଖି ର କିପରି ଯତ୍ନ ନେବେ ତାହା ଆଖି ସ୍କ୍ରିନଂ ଅଫିସର୍ ତଥା ମ୍ୟାନେଜର ବିଭୁ ବଳିଆରସିଂ ପରାମର୍ଶ ଦେଇଥିଲେ । ସ୍ୱାତୀ ର ସାମ୍ପାଦକ ହରିଶଙ୍କର ରାଉତ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିର ଟିକୁ ଅନୁଷ୍ଠାନ ର ବରିଷ୍ଠ କର୍ମୀ ବିଶ୍ୱରଞନ କର ଓ ଲେପ୍ରା ସୋସାଇଟି ର ସୈଳେନ୍ଦ୍ର ଦେଶି ନାୟକ ପରିଚାଳନା କରିଥିବା ବେଳେ ମା ଗୃହ ତରଫରୁ ରାମେଶ୍ୱରୀ ଦିଗାଲ, ସୁନେମିୟା ଦିଗାଲ, ସ୍ନେହଲତା ପ୍ରଧାନ ଓ ଗିତାଞଳୀ ବିଶୋଯୀ ସହଯୋଗ କରିଥିଲେ ।
Tags:
ଆଞ୍ଚଳିକ


