ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ବାଲିଗୁଡ଼ା ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ,ବହୁ ସମ୍ପତି ଜବତ

 


ଫୁଲବାଣୀ:-୦୬/୦୭(ରିପୋର୍ଟ ବୈଦ୍ୟନାଥ ବେହେରା) ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ପିଏ ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା। ଶ୍ରୀ ବେହେରା ଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଶନିବାର ଦିନ ଏକ କାଳୀନ ଭାବେ ଚଢ଼ାଉ କରିଛି ଭିଜିଲାନ୍ସ। ସୂଚନା ମୁତାବକ ଭାବେ ଭୁବନେଶ୍ୱରର ୪ ସ୍ଥାନ ସମେତ ବାରିପଦା ଯାଜପୁର ଧର୍ମଶାଳା ଓ ବାଲିଗୁଡ଼ା ସରକାରୀ ବାସଭବନ ମଧ୍ୟ ଚଢ଼ାଉ କରାଯାଇଛି।ଭୁବନେଶ୍ୱର ନୀଳାଦ୍ରି ବିହାରରେ ୪ ମହଲ ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ୩ ମହଲା ଘର,ପଟିଆ ବିହାର ଫେଜ୍ -୧ ରେ ୨ ମହଲା ଘର ଓ ଚନ୍ଦ୍ରଶେଖର ପୁରରେ ୨ ମହଲା ଘର ଠାବ କରିଛି ଭିଜିଲାନ୍ସ ବୋଲି ଜଣାପଡ଼ିଛି। ଯାଜପୁର ଜିଲ୍ଲା ଧର୍ମଶାଳା କଲେଜ ନିକଟ ପାଣ୍ଡୁଆ ଗ୍ରାମରେ ପୈତୃକ ଜମି ଉପରେ ୨ମହଲା ଘର ଠାବ କରିଛି ଭିଜିଲାନ୍ସ। ବାରିପଦା ସହରର ଦେଉଳସାହି ୱାର୍ଡ଼ ମେମ୍ବର ୯ ରେ ଥିବା ଜଣେ ସମ୍ପର୍କୀୟଙ୍କ ଘର, ଧର୍ମ ସାଳାର ପାଣ୍ଡୁଆ ଗ୍ରାମରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର ,ବାଲିଗୁଡ଼ା ସ୍ଥିତ ସ୍ଵତନ୍ତ୍ର ଅଧିକାରୀ ଆଇଟିଡିଏ କାର୍ଯ୍ୟାଳୟରେ ଥିବା ଶ୍ରୀ ବେହେରା ଙ୍କ କାର୍ଯ୍ୟଳୟ ଆଇଟିଡିଏ କାର୍ଯ୍ୟାଳୟ ନିକଟ ବାଲିଗୁଡ଼ାରେ ଥିବା ତାଙ୍କ ବାସଭବନରେ ଚଢ଼ାଉ କରି ତଦନ୍ତ ଚଳାଇଛି ଓ ବଡ଼ ଧରଣର ଆରମ୍ଭ କରିଛି ଓଡ଼ିଶା ଭିଜିଲାନ୍ସ। ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ଭୁବନେଶ୍ୱର ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସର ଏକ ବହୁ ସ୍ତରୀୟ ଟିମ ତାଙ୍କ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଏକାସାଙ୍ଗରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ୨ ଜଣ ଅତିରିକ୍ତ ଏସପି ୫ ଜଣ ଡିଏସପି ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। ଚଢ଼ାଉ ସମୟରେ ସ୍ଥାବର ଅସ୍ଥାବର ବ୍ୟାଙ୍କ ଜମା,ନିବେଶ ଏବଂ ଅନ୍ୟାନ୍ୟ ଆର୍ଥିକ ଦଲିଲର ଯାଞ୍ଚ ଚାଲିଥିବା ଜଣା ପଡିଛି। ଖବର ଲେଖା ଗଲା ବେଳକୁ ତଦନ୍ତ ଚାଲିଥିବାରୁ କେତେ ସମ୍ପତ୍ତି ଆଉ କଣ କଣ ଜବତ କରାଯାଇଥିବା ଆକଳନ ଭିଜିଲାନ୍ସ ପାଖରୁ ମିଳି ପାରିନାହିଁ। ସମସ୍ତ ତଦନ୍ତ ପରେ ଆକଳନ ମୂଲ୍ୟ କେତେ ଜାଣିବାରେ ବାକି ରହିଲା ।

Post a Comment

Previous Post Next Post