ଭଞ୍ଜନଗର ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଠାରେ ବିଶ୍ୱ ପରିବେଶ ସୁରକ୍ଷା ଦିବସ ପାଳନ।

 


ଭଞ୍ଜନଗର -୦୫/୦୬ (ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା ) ଆଜି ବିଶ୍ୱ ପରବେଶ ସୁରକ୍ଷା ଦିବସ ଓ ଏହି ଅବସରରେ ଭଞ୍ଜନଗର ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶାନ୍ତି ସ୍ରୋତ ଭବନ ଠାରେ ବିଶ୍ୱ ପରିବେଶ ଓ ସଚେତନ ଦିବସ ପାଳନ ହୋଇଛି।ଏହି ଅବସରରେ ଅତିଥି ଭାବେ ଭଞ୍ଜନଗର ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ସଂଚାଳିକା ସନ୍ତୋଷିନୀ ଭଉଣୀ ଓ ମୂଖ୍ୟ ଅତିଥି ଭାବେ ବ୍ୟୋମକେଶ ମିଶ୍ର, କୃତିବାସ ବିଶ୍ୱାଳ, ଶୁଳପାଣି ଶତପଥି,ଅନୁପମ ବାନାର୍ଜୀ,ନମିତା ବାରିକ,ରଞ୍ଜିତ ବାରିକ, ଦୀପ୍ତଅଂଶୁ ଦେବୀ,ସନ୍ତୋଷ ଜେନା,ବିଛକ ପ୍ରଧାନ, ପୁରୁଷୋତ୍ତମ ମହାପାତ୍ର, ବୈକୁଣ୍ଠ ନାଥ ଭଟ୍ଟ, ପ୍ରଫୁଲ୍ଲ କୁମାର ମହାରଣା,ପ୍ରମୁଖ ଉପସ୍ଥିତ ଥିଲେ।ବର୍ତ୍ତମାନ ସମୟରେ ପରିବେଶ ପରିବର୍ତ୍ତନ ବିଶ୍ୱ ପାଇଁ ଚିନ୍ତାର ବିଷୟ ହୋଇଛି।ଯେଉଁ ପରିବେଶ କୁ ମନୁଷ୍ୟ ନିଜର ସୁଖ ସୌନ୍ଦର୍ଯ୍ୟ ପାଇଁ ନଷ୍ଟ କରୁଛି ,ସେହି ମନୁଷ୍ୟ ହାତରେ ପରିବେଶ ସୁରକ୍ଷା ଦାୟିତ୍ୱ ରହିଛି।ତେଣୁ ଏହି ସନ୍ଦେଶ କୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ରହ୍ମା କୁମାରୀ କେନ୍ଦ୍ର ଦ୍ୱାରା ଆୟୋଜିତ ସଚେତନ କାର୍ଯ୍ୟକ୍ରମ କୁ ସମସ୍ତେ ପ୍ରଶଂସା କରିଛନ୍ତି।ଅନୁଷ୍ଠାନ ର ଭାଇ ଭଉଣୀ ମାନଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ପରେ ଅତିଥି ମାନଙ୍କୁ ଚାରା ବୃକ୍ଷ ପ୍ରଦାନ କରାଯାଇଥିଲା।ବିଶିଷ୍ଟ ସମାଜ ସେବୀ ତଥା ପରିବେଶବିତ ଶୁଳପାଣି ଶତପଥୀ ପରିବେଶ ସୁରକ୍ଷା ଓ ଚାରା ଗଛ ରୋପଣ ଉପରେ ଆଧାରିତ ସଙ୍ଗୀତ ତଥା ଶପଥ ପାଠ କରାଇଥିଲେ।ପରିଶେଷରେ କୁନି କୁନି ଭଉଣୀ ମାନଙ୍କ ଦ୍ୱାରା ପରିବେଶ ସଚେତନତା ଉପରେ ଆଧାରିତ ନାଟକ ପରିବେଷଣ କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମ କୁ ଭଞ୍ଜନଗର ବନବିଭାଗ ସହଯୋଗ କରିବା ସହ ଚାରା ଗଛ ଯୋଗାଇ ଦେଇଥିଲେ।ଅତିଥିମାନେ ମଧ୍ୟ ବର୍ତ୍ତମାନ ସମୟରେ ପରିବେଶ ପରିବର୍ତ୍ତନ କୁ କେବଳ ଜନ ସଚେତନତା ଓ ବୃକ୍ଷ ରୋପଣ ଦ୍ୱାରା ହିଁ ସମ୍ଭବ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ।

Post a Comment

Previous Post Next Post