ଆମ ଗଂଜାମ ସ୍ୱର୍ଚ୍ଚା ଗଂଜାମ ଅଧୀନରେ ପଞ୍ଚାୟତ ସ୍ତରୀୟ ସଫେଇ କାର୍ଯ୍ୟକ୍ରମ |


ଶଙ୍କର ପାଣିଗ୍ରାହୀ ମୋ ନିୟୁଜୁ ଓଡିଶା ରୁଗୁମୁ ୦୪/୦୬/୨୦୨୬ :- ଆଜି ଧରାକୋଟ ବ୍ଲକ ଅନ୍ତର୍ଗତ ରୁଗୁମୁ ପଞ୍ଚାୟତ ଅଧିନସ୍ଥ ବେଠୁଆର କପିଳେଶ୍ୱର ଶିବମନ୍ଦିର ପ୍ରାଙ୍ଗଣ ପରିସର ମଧ୍ୟରେ ରୁଗୁମୁ ପଞ୍ଚାୟତ ତରଫରୁ ଆମ ଗଂଜାମ ସ୍ୱର୍ଚ୍ଚ ଗଂଜାମ ଅଧୀନରେ ପଞ୍ଚାୟତ ସ୍ତରୀୟ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲାପାଳଙ୍କ   ନିର୍ଦେଶ କ୍ରମେ ପ୍ରତି ମଙ୍ଗଳବାର ଦିନ ଧର୍ମାନୁଷ୍ଠାନ,ଐତିହାସିକ ସ୍ତନ,ସାର୍ବଜନୀନ ସ୍ଥାନ ସଫାଈ ପାଇଁ ନିର୍ଦେଶ ଥିବା ବେଳେ ଏହାର ଶୁଭାରମ୍ଭ ରୁଗୁମୁ ପଞ୍ଚାୟତରୁ ହୋଇଥିବା ଜଣାପଡିଛି | ଉକ୍ତ ସଫେଇ କାର୍ଯ୍ୟକ୍ରମରେ ପଞ୍ଚାୟତ ସରପଞ୍ଚ ସଭ୍ୟା ଗୀତାଞ୍ଜଳି ସ୍ୱାଇଁ, ସରପଞ୍ଚ ପ୍ରତିନିଧି ବୁଲୁ ସ୍ୱାଇଁ, ପଞ୍ଚାୟତ ଅଧିକାରୀ (ପି.ଇ.ଓ) ଇସାକ ପ୍ରଧାନ, ଏ.ଡି.ଇ.ଓ,ସମିତି ସଭ୍ୟ ବନବାସୀ ବେହେରାଙ୍କ ସହ ସ୍ବେର୍ଚ୍ଛାସେବୀ ଅଶୋକ ସ୍ୱାଇଁ,ଅଚୁତ ସ୍ୱାଇଁ,ରାନୁ ପଟନାୟକ ଓ ଗ୍ରାମ ବାସୀଙ୍କ ମିଳିତ ସହଯୋଗରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିବା ସହ ଏମିତି କରିବା ଦ୍ୱାରା ସମସ୍ତ ଅନୁଷ୍ଠାନ ସ୍ୱର୍ଚ୍ଚ ରହିବ ବୋଲି କହିଥିଲେ |

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

          ମୋ ନିୟୁଜୁ ଓଡିଶା

Post a Comment

Previous Post Next Post