ବୁଢାମ୍ବରୁ ୬୮ କେଜି ଭାଙ୍ଗ ଜବତ କଲା କବିସୂର୍ଯ୍ୟନଗର ପୋଲିସ

 


ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୋଲିସ ପକ୍ଷରୁ ୬୮ କେଜି ଭାଙ୍ଗ ଜବତ କରାଯାଇଛି। ଟ୍ରେନିଂ ପିରିୟଡରେ ଥିବା ଆଇପିଏସ ନୀତିଶ ମିଶ୍ରାକଂ ତତ୍ବାବଧାନରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ବୁଢାମ୍ବ ଠାରେ ଚଢ଼ାଉ କରି ଏକ ଅଟୋରୁ ୬୮ କେଜି ଭାଙ୍ଗ ଜବତ କରିଛି। ଏହି ଭାଙ୍ଗ ଗଜପତି ଜିଲ୍ଲାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ପୋଲିସ ଚଢାଉ କରିଥିଲା। ଅଟୋରୁ ୬୮ କେଜି ଭାଙ୍ଗ ଜବତ କରାଯାଇଛି ଏବଂ ଓଡିଶା ଅବକାରୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ଅଟୋ ଚାଳକଙ୍କୁ ବି ଏନ୍ ଏସ୍ ଏସ୍ ୩୫ (୩) ଅନୁସାରେ ନୋଟିସ ଜାରି କରାଯାଇ ମାମଲାର ତଦନ୍ତ ଜାରି ରହିଥିବା ଆଇପିଏସ ନୀତିଶ ମିଶ୍ରା ସୂଚନା ଦେଇଛନ୍ତି


Post a Comment

Previous Post Next Post