ଜଙ୍ଗଲ ନିଆଁ ନିରାକରଣ ଓ ସଚେତନତା କାର୍ଯ୍ୟକ୍ରମ

 


କୃଷ୍ଣପ୍ରସାଦ - ଦୁର୍ଗା ଚରଣ ସ୍ୱାଇଁଙ୍କ ଠାରୁ

ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ସମ୍ମିଳନୀ କକ୍ଷରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଚିଲିକା ନୂଆପଡା ବନ୍ୟପ୍ରାଣୀ ବନାଞ୍ଚଳ ସହଯୋଗରେ  ଜଙ୍ଗଲ ନିଆଁ ନିରାକରଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବ୍ଳକ କାର୍ଯ୍ୟାଳୟ ପରିସରରୁ ମେଡିକାଲ ଛକ ପର୍ଯ୍ୟନ୍ତ ପରିବେଶ ସୁରକ୍ଷାର ନାରା ଦେଇ ପରିକ୍ରମା କରିଥିଲେ ।  ପରେ ବ୍ଳକ ସମ୍ମିଳନୀ କକ୍ଷରେ ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ମହାରଣାଙ୍କ ପୌରାହିତ୍ୟରେ ସଚେତନତା ସଭାର ଆୟୋଜନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ବିକାଶ ସେଠୀ, ବ୍ରହ୍ମଗିରି ବିଧାୟିକାଙ୍କ ପ୍ରତିନିଧି ଉତ୍ତମ କୁମାର ତରେଇ, ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ମହାପାତ୍ର,କୃଷ୍ଣପ୍ରସାଦ ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଜୟ କୁମାର ତରେଇ, ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ବେହେରା,ପିଟିଶାଳ ବନପାଳ ଦୁର୍ଗା ଚରଣ ଟୁଡୁ,ଚିଲିକା ନୂଆପଡା ଗ୍ରାମ୍ୟ କମିଟି ସଭାପତି ନଳିନୀ କାନ୍ତ ଜେନା, ଯୋଗେନ୍ଦ୍ର ନାଥ ଜେନା, କବିରାଜ ମାଝୀ, ରାମଚନ୍ଦ୍ର ପଲେଇ, ପ୍ରଦୀପ କୁମାର ମାଝୀ, ଗଛ ମଣିଷ ଭାବେ ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଅମିତା ତରେଇ, ବିଭିନ୍ନ ଗ୍ରାମର 

‎ ବନ ସୁରକ୍ଷା ପରିଚାଳନା କମିଟି ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ। ପ୍ରତିବର୍ଷ ବିଭିନ୍ନ କାରଣ ରୁ ଜଙ୍ଗଲ ରେ ନିଆଁ ଲାଗିଥାଏ ନିଆଁ ଲାଗିବାର କାରଣ ଏବଂ ପ୍ରତିକାର ସମ୍ପର୍କ ରେ ସଚେତନ କରିଥିଲେ। ବନପାଳ ରଶ୍ମୀ ରଞ୍ଜନ ନାୟକ, ବନପାଳ ଗୌରାଙ୍ଗ ଚରଣ ପ୍ରଧାନ, ବନପାଳ ଅର୍ଜୁନ ପ୍ରଧାନ ସମେତ ବନାଞ୍ଚଳର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।  ଶେଷରେ ଲୋକକଳା ଦାସ କାଠିଆ ମାଧ୍ୟମରେ ଜଙ୍ଗଲ ନିଆଁ ନିରାକରଣ ଦିଗରେ ସଚେତନତା କରାଯାଇଥିଲା ।  

Post a Comment

Previous Post Next Post