ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ତଥା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ନାଗରିକଙ୍କ ପାଇଁ ସପ୍ତାହଟିଏ କାର୍ଯ୍ୟକ୍ରମ ଆନୁକୂଲ୍ୟରେ କୋଦଳା ଗୋଷ୍ଠୀ ଚିକିତ୍ସାଳୟ ତରଫରୁ ବୁଧବାର ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି। ବିଶ୍ବ ସାମାଜିକ ନ୍ୟାୟ ଦିବସ ପାଳନ ଉପଲକ୍ଷେ ଗୋଷ୍ଠୀ ଚିକିତ୍ସାଳୟ ଡାକ୍ତର ଆଦିତ୍ୟ ପ୍ରସାଦ ସାହୁଙ୍କ ତତ୍ତ୍ବାବଧାନରେ ସମ୍ମିଳନୀ କକ୍ଷରେ ଆଯୋଜିତ ଶିବିରରେ କୋଦଳା ମୁଖ୍ୟ ଚିକିତ୍ସାକାରୀ ଆଦିତ୍ୟ ପ୍ରସାଦ ସାହୁ ବି ପି ଏମ ସନ୍ତୋଷ ପଣ୍ଡା, ଫାର୍ମାସିଷ୍ଟ ଅନିଲ ପ୍ରଧାନ, ଏଲ ଟି ଅଶୋକ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ଅଣ ସଂକ୍ରମିତ ରୋଗ ଓ ଯକ୍ଷ୍ମା ରୋଗର ଯାଞ୍ଚ, କରାଯାଇଥିଲା ସ୍ଥାନୀୟ ସହର ସମେତ ଆଖପାଖ ଅଞ୍ଚଳରୁ ପାଖାପାଖୂ 60 ଜଣ ବରିଷ୍ଠ ନାଗରିକ ଓ ବୟସ୍କା ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତର ଜୟଦେବ ନାୟକ , ନେତୃତ୍ବରେ ପରିଷ୍କାର ପରିଚ୍ଛନ୍ନତା ସମ୍ପାଦିତ ହୋଇଥିଲା।


