ବିଦା ହେଲେ ପଦ୍ୟପ ପ୍ରଧାନ ଶିକ୍ଷକ ଏକ୍ସନ ମୋଡ଼ରେ ଧରାକୋଟ ବି.ଇ.ଓ ରମେଶ ଚନ୍ଦ୍ର ସାହୁ


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ରୁଗୁମୁ ୨୧/୦୨/୨୦୨୬ :- ଆଜି ଧରାକୋଟ ବ୍ଲକ ଅନ୍ତର୍ଗତ ରୁଗୁମୁ ସରକାରୀ ରକଳ୍ପ ବିଦ୍ୟାଳୟରେ ଦେଖୁବାକୁ ମିଳିଛି ମଦ୍ୟପ ପ୍ରଧାନ ଶିକ୍ଷକଙ୍କ ମୁଣ୍ଡବୁଲା କାର୍ଯ୍ୟ | ରୁଗୁମୁ ସରକାରୀ ରକଳ୍ପ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହି ଥିବା ବେଳେ ସମୁଦାୟ ୬୩ ଜଣ ଛାତ୍ର ଛାତ୍ରୀ ଓ ଦୁଇ ଜଣ ଶିକ୍ଷକ ରହିଥିବା ଦେଖିବାକୁ ମିଳିଛି | ଶୁକ୍ରବାର ଦିନ ପ୍ରଧାନ ଶିକ୍ଷକ ଜଣକ ନିଶା ଶକ୍ତ ଅବସ୍ଥାରେ ରହି  ପିଲାମାନଙ୍କ ମାଧ୍ୟାର୍ଣ୍ଣ ଭୋଜନ ପାଇଁ ଆସୁଥିବା ରୋଷେଇ ସାମଗ୍ରୀ ନଯୋଗାଇବରୁ ପିଲାମାନଙ୍କ ଖାଦ୍ୟରେ ଶୁଖିଲା ଭାତ,ସିଝା ଅଣ୍ଡା,ସିଝା ଆଳୁ ସାଙ୍ଗକୁ କଞ୍ଚା ଟମାଟ ଦେଇଥିଲେ ମାତ୍ର ପିଲାମାନେ ତାହା ନଖାଇ ନିଜ ନିଜ ଘରକୁ ଯାଇ ଖାଇଲେ ମାଧ୍ୟାର୍ଣ୍ଣ ଭୋଜନ | ଉକ୍ତ ଘଟଣାକୁ କେନ୍ଦ୍ର କରି ଅଭିଭକ ମାନେ ଶନିବାର ଦିନ ସକାଳେ ବିଦ୍ୟାଳୟରେ ଡବଲ ତାଲା ପକାଇଥିବା ବେଳେ ଦିବା ୯ଘଣ୍ଟା ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମଲ୍ଲିକଙ୍କ ଦେଖା ନଥିଲା |ଉକ୍ତ ଖବର ଧରାକୋଟ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ପିଲାମାନେ ବିଦ୍ୟାଳୟ ବାହାରେ ଏଣେତେଣେ ବୁଲୁଥିବା ଖବର ପାଇ ଧରାକୋଟରୁ ବି.ଇ.ଓ ରମେଶ ଚନ୍ଦ୍ର ସାହୁ ରୁଗୁମୁ ବିଦ୍ୟାଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି  ବୁଝାଇ ବିଦ୍ୟାଳୟ ଚାଲୁ କରିଥିଲେ ଓ ବିଳମ୍ବ ହେଲେବି ମାଧ୍ୟାର୍ଣ୍ଣ  ଭୋଜନର ବନ୍ଦୋବସ୍ତ କରିଥିଲେ | ଲୋକମାନଙ୍କୁ ପ୍ରତିଶୃତି ଦେଇ କହିଥିଲେ ଉକ୍ତ ମଦ୍ୟପ ଶିକ୍ଷକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଅଥବା କାର୍ଯ୍ୟରୁ ମୁକ୍ତ କରି ନୂତନ ଶିକ୍ଷକ ଦିଆଯିବ | ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମଲ୍ଲିକ ସବୁଦିନ ମଦ ପିଇ ବିଦ୍ୟାଳୟକୁ ଆସୁଥିବା ସୂଚନା ସ୍ଥାନୀୟ ବାସିନ୍ଦା ଅଧମ ନାଇକ , ବିଦ୍ୟାଳୟର ରୋଷେୟା ମାନେ ଓ ପିଲାମାନଙ୍କ ଠାରୁ  ସୂଚନା ମିଳିଛି | ପିଲାମାନଙ୍କ ଅଭିଯୋଗ ଅନୁସାରେ ଶିକ୍ଷକ ଜଣଙ୍କ ପାଠ ପଢ଼ନ୍ତି ନାହିଁ ମଦ ନିଶାରେ ପିଲାମାନଙ୍କୁ ମାର ପିଟ କରନ୍ତି ବେଳେ ବେଳେ ନିଶା ଏତେ ମାତ୍ରାରେ ଥାଏଯେ ଅଟୋ ଭଡା କରି ଘର ପର୍ଯ୍ୟନ୍ତ ନେବାକୁ ପଡେ | ସୂଚନା ଥାଉକି ଗତ କିଛିବିନ ପୂର୍ବେ ଧରାକୋଟ ବ୍ଲକ ଅଧୀନରେ ଥିବା ସବା ପଞ୍ଚାୟତର ଏକ ବିଦ୍ୟାଳୟରେ ଶିକ୍ଷକ ବିଦ୍ୟାଳୟକୁ ନିୟମିତ ଓ ସମୟ ଅନୁସାରେ ନଯିବା, ଅନୁପସ୍ଥିତ ରହିବି ଉପସ୍ଥାନ ଖାତାରେ ଉପସ୍ଥିତ ଦର୍ଶାଇବା ଭଳି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା ତାହା ଜାଣିବା ପରେବି ଉପରିସ୍ଥ ଅଧିକାରୀ ମାନଙ୍କ ନିଦ ଭାଙ୍ଗୁଲାନି | ଏଭଳି ପିଲାମାନଙ୍କ ଭବିଷ୍ୟତ ସହ ଖେଳିବା ଅମାନୁଷିକ ଚିନ୍ତାଧାରା  ଶିକ୍ଷକ ଅନେକ ବିଦ୍ୟାଳୟରେ ଥିବା ବେଳେ ସରକାର ଏଥି ପ୍ରତି ଦୃଷ୍ଟି ଦେଲେ ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବା ନେଇ ସୂଚନା ଦେଇଥିଲା ବୁଦ୍ଧିଜୀବୀ | ଧରାକୋଟ ବ୍ଲକର ଅନେକ ବିଦ୍ୟାଳୟରେ ଯୋଗ୍ୟତା ସମ୍ପର୍ଣ ଶିକ୍ଷକ ନଥିବା କାରଣରୁ ଶିକ୍ଷାର ମନ ବେଳେକୁ ବେଳ  ଖରାପ ହେବାକୁ ଲାଗିଛି, ପିଲାଟି ସଠିକ ଭାବେ ତାହାର ଭବିଷ୍ୟତ ତିଆରି କରିବା ପାଇଁ ଚିନ୍ତା ନକରିପାରିବା କାରଣରୁ ସେ ବାଧ୍ୟ ହେଉଛି ଦାଦନ ଖଟିବା ପାଇଁ | ଦେଶାନ୍ତର ହୋଇ ନିଜ ଜୀବନକୁ ବାଜି ଲଗାଇ, ନିଜ ଭୀତ ମାଟି ଛାଡି ରୋଜଗାର କରିବା ପାଇଁ  ଅନ୍ୟତ୍ର ଯିବା ପାଇଁ ବାଧ୍ୟ ହେଉଛି |ସରକାର ଏଥିପ୍ରତି ଦୃଷ୍ଟି ଦେଲେ ଅନେକ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବାସହ ଏକ ସୁନ୍ଦର ଭାରତ ଗଠନ ହେବା ନେଇ ଅନୁମାନ |      

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

          ମୋ ନିଯୁଜୁ ଓଡିଶା

Post a Comment

Previous Post Next Post