ଭାରତ ବିକାଶ ପରିଷଦ ପକ୍ଷରୁ ଗୁରୁବନ୍ଦନ ଓ ଛାତ୍ର ଅଭିନନ୍ଦନ ତଥା ମେଧାବୃତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ବ୍ରହ୍ମପୁର” ରେ

 “ଏକାଦଶ ସାଧାରଣ ବୈଠକ ତଥା,ଗୁରୁବନ୍ଦନ ଓ ଛାତ୍ର ଅଭିନନ୍ଦନ ତଥା   ମେଧାବୃତି (୨୦୨୫) ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I Er. ରଜନୀକାନ୍ତ ପାତ୍ର ଅତିଥି ମାନଙ୍କୁ ମଞ୍ଚ  ଆରୋହଣ ପାଇଁ  ନିମନ୍ତ୍ରଣ  କରିଥିଲେ I ସଭାପତି   :ସୀମାଞ୍ଚଳ ଦାଶ ,  ମୁଖ୍ୟ ଅତିଥି  ରାକେଶ କୁମାର ପରିଡା (ଓଡିଶା ପ୍ରଶାସନିକ  ସେବା) ତହସିଲଦାର ମହୋଦୟ  ,  ଅନ୍ୟତମ ଅତିଥି ପୂର୍ଵପ୍ରାନ୍ତ ସଭାପତି ସତ୍ୟବାଦୀ ଦiଶ, ମହୋଦୟ  କ୍ଷେତ୍ରୀୟ ସଚିବ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଶାଖା ସମ୍ପାଦକ  ଶ୍ରୀ ଶିବରାମ ରେଡ୍ଡୀ ମଞ୍ଚ ମଣ୍ଡନ କରିଥିଲେ  ]     ଅତିଥି ମାନ ଙ୍କ  ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ  , ବନ୍ଦେ ମାତରଂ ସମୂହ ଗାନ, ବିଶ୍ୱ ଶାନ୍ତି ପାଇଁ ଏକ ମିନଟ ନିରବ ପ୍ରାର୍ଥନା କରିଥିଲେ I

 ସଭ୍ୟ ଶ୍ରୀ  ପ୍ରସନ୍ନ କୁମାର ଛୋଟରାୟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ Iଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା I ସଭାପତି   ସୀମାଞ୍ଚଳ ଦାଶ ସ୍ୱାଗତ ଭାଷଣ ଓ ପରିଷଦ ର କାର୍ଯ୍ୟ ସମ୍ପର୍କ ରେ ସମ୍ୟକ ସୂଚନା ଦେଇଥିଲେ I ଛାତ୍ର ଛାତ୍ରୀ ମାନେ ଓ ଗୁରୁ /ଗୁରୁମା ମାନଙ୍କୁ ତିଳକ ଲଗାଇ ପୂଜା କରିଥିଲେ I

ଶିକ୍ଷକ ମାନଙ୍କୁ ମାନପତ୍ର ପ୍ରଦାନ ଓ ଛାତ୍ର ମାନଙ୍କୁ ମେଧା ବୃତି ପ୍ରମାଣ ପତ୍ର ପ୍ରଦାନ କରାଯାଇଥଲା I ଶିକ୍ଷକ ମାନେ ବହୁତ ଖୁସି ବ୍ୟକ୍ତ କରିଥଲେ I ଶାଖା ତରଫରୁ ଅତିଥି ପୂର୍ଵପ୍ରାନ୍ତ ସଭାପତି ଶ୍ରୀ ସତ୍ୟବାଦୀ ଦiଶ , କ୍ଷେତ୍ରୀୟ ସଚିବ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ  ଙ୍କୁ ମାନପତ୍ର ପ୍ରଦାନ କରାଯାଇ ଥିଲା I ପୂର୍ଵପ୍ରାନ୍ତ ସଭାପତି ଶ୍ରୀ ସତ୍ୟବାଦୀ ଦiଶ ଓ କ୍ଷେତ୍ରୀୟ ସଚିବ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ପିଲାଙ୍କୁ ଆଶ୍ରି ବଚନ ଶୁଣାଇ ଥିଲେ Iସଭା ଶେଷରେ ସଭ୍ୟ ଶ୍ରୀ ଲିଙ୍ଗରାଜ  ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I ଏହି କାର୍ଯ୍ୟକ୍ରମ ରେ ପରିଷଦ ର ସଦ୍ୟସ ବାଇଧର ଗୌଡ଼ , କୁମୁଦ ରଞ୍ଜନ ଜେନା,ଯଜ୍ଞଆସେନି ଦେବୀ , କେ.ରାଣୀ ,ରୁଦ୍ର ପ୍ରସାଦ ସିଂହଦେଓ ,ଏନ କୃଷ୍ଣ, ,ବିଜୟ ଚନ୍ଦ୍ର ପIଢି ,ପ୍ରଶାନ୍ତ ମହାରଣା ,କାଶୀ ବିଶ୍ୱ ନାଥ ଚୌଧୁରୀ,ହିମାଂଶୁ ସାବତ ,ରମେଶ ଚନ୍ଦ୍ର ପଣ୍ଡା ,ରବୀନ୍ଦ୍ର ନାୟକ , ରଜନୀ କାନ୍ତ ପIତ୍ର,,ସନ୍ତୋଷ କୁମାର ପଣ୍ଡା , ଶରତ ଚନ୍ଦ୍ର ସାହୁ ,ଉମା ଶଙ୍କର ପାଣି ,ପ୍ରକାଶ ଚନ୍ଦ୍ର ବଜାନୀ ଇତ୍ୟାଦି ପ୍ରମୁଖ ସଦସ୍ୟ ମାନେ  ପୂର୍ଣ୍ଣ ପ୍ରାଣରେ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ I ଉକ୍ତ ସଭା ରେ ଛାତ୍ର  ,ଶିକ୍ଷକ , ଅଭିଵାବକ ,ପରିଷଦ ର ସଭ୍ୟ ଇତ୍ୟାଦି  ପ୍ରୟ ଦେଢ଼ଶହ ରୁ ଉର୍ଦ୍ଧ ବ୍ୟକ୍ତି ଯୋଗଦାନ କରିଥିଲେ  Iସଭା ସମାପ୍ତ  ହେବ ପୂର୍ବରୁ ସମୂହ ଜାତୀୟ ସଂଗୀତ ଗାନ କରାଯାଇ ସଭାପତି ସଭା ସାଙ୍ଗ ଘୋଷଣା କରିଥିଲେ Iସମସ୍ତେ ମିଶି ପ୍ରସାଦ ସେବନ କରିଥିଲେ I

Post a Comment

Previous Post Next Post