ସରକାରଙ୍କ ଅପାରକତା କାରଣରୁ ତିନିଶହ ବର୍ଷର ଗାଁ ଘରପଟା ପାଇବାରୁ ବଞ୍ଚିତ |


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ମାଣିକ୍ୟପୁର ୧୮/୦୨/୨୦୨୬:-ଧରାକୋଟ ବ୍ଲକ ସ୍ତିତ ମାଣିକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦୁର୍ଗାମାଧବପୁର ଓ ହରିପ୍ରିୟାପୁର ଗ୍ରାମର ଗ୍ରାମବାସୀ ମାନେ ବସତି ସ୍ଥାପନ କରିଥିବା ବେଳେ ଉକ୍ତ ଗ୍ରାମ ବାସି ଘର ପଟା ପାଇବାରୁ ବଞ୍ଚିତ ରହିବା ସୂଚନା ଆଜି ଗଣ ମାଧ୍ୟମକୁ ଦେଇଥିଲେ |ସୂଚନା ଥାଉକି ଉକ୍ତ ଗ୍ରାମଟି ଗ୍ରାମ କଣ୍ଟକ ଅଧୀନରେ ଥିବା ସୂଚନା ପାଇ ଗ୍ରାମବାସୀ ମାନେ ନିଜ ନିଜ ଘର ପଟା ପାଇଁ ରାଜସ୍ବ ବିଭାଗର ସମସ୍ତ କାର୍ଯ୍ୟାଳୟକୁ ଅନେକ ଥର ଦୌଡ଼ି ଦୌଡ଼ି ନିଜର ସମୟ ଓ ଅର୍ଥ ଖର୍ଚ୍ଚ କରି ଘର ପଟା ପାଇଁ ଆବେଦନ କରିଥିଲେବି ବର୍ତମାନ ସୁଦ୍ଧା ତାହାର କୌଣସି ସୁଫଳ ମିଳିନଥିବା ସୂଚନା ମିଳିଛି | ଉକ୍ତ ସମସ୍ୟାକୁ ନେଇ ଉଭୟ ଗ୍ରାମବାସୀ ଆଜି ମାଣିକ୍ୟପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଗଣେଶ ଦଳାଇଙ୍କ ସହ ସାକ୍ଷାତ କରି ଘର ପଟା ପାଇଁ ସମସ୍ତ ଗ୍ରାମବାସୀ ଲିଖିତ ଦାବି ପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି | ଶ୍ରୀ ଦଳେଇ ନିଜ ପ୍ରତିଶୃତିରେ ସେମାନଙ୍କ ସମସ୍ୟା ସମାଧାନ କରିବାପାଇଁ କହିଥିବା ସୂଚନା ମିଳିଥିଲା ସେ ଗ୍ରାମବାସୀଙ୍କୁ କହିଥିଲେ ନିଜ ତରଫରୁ  ୟାଦସ୍ତ କପି ଆଣି ତହସିଲ କାର୍ଯ୍ୟାଳୟରେ ମିଶିବେ | ବିଡମ୍ବନାର ବିଷୟ ଏହିକି ୟାଦସ୍ତ କପି ବାହାର କରି ଆଣିବାପାଇଁ ସମସ୍ତଙ୍କ ଶକ୍ତି ସାମର୍ଥ୍ୟ ନଥିବା ବେଳେ ଶ୍ରୀ ଦଳେଇ ନିଜ କାମକୁ ଗ୍ରାମବାସୀଙ୍କ ଉପରେ ଲଦିଦେଇଥିବା ସୂଚନା ଗ୍ରାମବାସୀ ମାନେ କହିଥିଲେ | ଘର ପଟା ନପାଇବାରୁ ଗ୍ରାମ ବସିଙ୍କୁ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡୁଛି, ସାଧାରଣ ତହ ପିଲାମାନଙ୍କ ବିଦ୍ୟାଳୟରେ ନାମ ଲେଖା ସମୟରେ ବାସ ଗୃହ ପ୍ରମାଣ ପତ୍ର, ସରକାରୀ ଚାକିରୀରେ ଆବଶ୍ୟକୀୟ କାଗଜପତ୍ର ଅଥବା ବିଦେଶ ଯାତ୍ରା ପାଇଁ ଦସ୍ତାବିଜ ପ୍ରମାଣ ପତ୍ର ଓ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଘର ପଟାର ଆବଶ୍ୟକ ଭଳି ଅନେକ କାର୍ଯ୍ୟରେ ଘର ପଟାର ଆବଶ୍ୟକ ରହିଥିବା ବେଳେ ସମସ୍ତ ଗ୍ରାମବାସୀ ଘର ପଟା ପାଇବାରୁ ବଞ୍ଚିତ ଥିବା ସରକାରଙ୍କ ପରିବା ପଣ ପଦାରେ ପଡିଥିବା ସୂଚନା ମିଳିଛି |

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

          ମୋ ନିଯୁଜୁ ଓଡିଶା

Post a Comment

Previous Post Next Post