ସୀମା ସୁରକ୍ଷା ସୈନ୍ୟ ଙ୍କ ବିୟୋଗ।

 


ବୁଗୁଡ଼ା -୦୯/୦୨(ପ୍ରଫୁଲ୍ଲ କୁମାର ମହାରଣା ) ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ର ଅବସର ପ୍ରାପ୍ତ ସୀମା ସୁରକ୍ଷା କର୍ମଚାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାରଣା ଙ୍କ ରବିବାର ଦିନ ଦେହାନ୍ତ ହୋଇଯାଇଛି।ତାଙ୍କୁ ପ୍ରାୟ ଛାୟାଅଶୀ ବର୍ଷ ହେବାର ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ ଭାରତ ଓ ଚାଇନା ଯୁଦ୍ଧ ସମୟରେ ମାତୃଭୂମିକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ସେ ନିଜ କର୍ତଵ୍ୟ ପାଳନ କରି ସାହାସ ର ସହ ଲଢ଼ିଥିଲେ। ସେ ଜଣେ ସାହସୀ, ମେଳାପୀ, ଓ ସମାଜ ସେବୀ ଥିଲେ। ତାଙ୍କର ବିୟୋଗ ରେ 

ଆଖ ପାଖ ନିକଟରେ ଥିବା ଅଞ୍ଚଳ ମାନଙ୍କ ରେ ଦୁଃଖର ଛାୟା ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ତାଙ୍କର ତିନୋଟି ପୁତ୍ର -ଦିବାକର, ଭାସ୍କର, ଓ ଅଶ୍ୱିନୀ ଥିବା ବେଳେ ଗୋଟିଏ କନ୍ୟା ବିଷ୍ନୁପ୍ରିୟା ଅଛନ୍ତି। ସେମାନେ ପିତାଙ୍କର ବିୟୋଗ ରେ ଅତ୍ୟନ୍ତ ମର୍ମାହତ ହେବାର ସୂଚନା ମିଳିଛି । ଏଣୁ ପିତା ଙ୍କର ବିୟୋଗ ରେ ତାଙ୍କର ଆତ୍ମା ର ସଦ୍ଗତି ନିମନ୍ତେ ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଛନ୍ତି। ଏଥିସହ ଗ୍ରାମବାସୀ ଓ ଅଞ୍ଚଳବାସୀ ମାନେ ମଧ୍ୟ ତାଙ୍କ ଅମର ଆତ୍ମା ର ସଦ୍ଗତି କାମନା କରିବା ସହ ପରିବାର ର ମଧ୍ୟ ମଙ୍ଗଳ କାମନା କରିଛନ୍ତି।

Post a Comment

Previous Post Next Post