କୃଷ୍ଣପ୍ରସାଦରେ ଜିଲ୍ଲାପାଳଙ୍କ ଜନଶୁଣାଣି

 


କୃଷ୍ଣପ୍ରସାଦ (ଦୁର୍ଗା ଚରଣ ସ୍ୱାଇଁ)ଙ୍କ ଠାରୁ

            ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୃଷ୍ଣପ୍ରସାଦ ବ୍ଳକ ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ଏସପି  ପ୍ରତୀକ ସିଂହ,ଉପଜିଲ୍ଲାପାଳ ରାଜ କିଶୋର ଜେନା,ଡ଼ିଏସପି ସୁଶାନ୍ତ କୁମାର ସାହୁ, ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀ, ତହସିଲଦାର ବିକାଶ ସେଠୀ, ଆଇଆଇସି ବିଚିତ୍ରାନନ୍ଦ ପ୍ରଧାନ,ବ୍ଳକ ମୁଖ୍ୟ ଚିକିତ୍ସା ଅଧିକାରୀ ଡା ନବ କିଶୋର କର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ନମିତା ଚାନ୍ଦ ନାୟକ, ସିଡିପିଓ ମନୋରମା ମହାପାତ୍ର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ମନୋରଞ୍ଜନ ସାହୁ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ହିମାଂଶୁ ଶେଖର ମାନ୍ଧାତା, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଜ୍ୟୋତି ପ୍ରକାଶ ସାମଲ, ସହକାରୀ ନିର୍ବାହୀ ଯନ୍ତ୍ରୀସୁରେନ୍ଦ୍ର କୁମାର ଗୁମାନସିଂହ, ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ଅତିରିକ୍ତ ଶିକ୍ଷା ଅଧିକାରୀ ବଳଭଦ୍ର ସାହୁ, ବିଆରସିସି ସିଧେଶ୍ୱର କରଣ, ନୂଆପଡା ରେଞ୍ଜର ସୂର୍ଯ୍ୟକାନ୍ତ ମହାରଣା, ସାତପଡ଼ା ରେଞ୍ଜର ରଞ୍ଜନ କୁମାର ବେହେରା, ଅରଖକୁଦା ସାମୁଦ୍ରିକ ଥାନା ଅଧିକାରୀ ନିରଞ୍ଜନ ବେହେରା, କୃଷି ଅଧିକାରିଣୀ ରାଜଲକ୍ଷ୍ମୀ ସାହୁ,ମାଲୁଦ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ନାହାକ, ପ୍ରଶାନ୍ତ କୁମାର ଦାସ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଶିବିରରେ ଉପସ୍ଥିତ ଥିଲେ । ଶିବିରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୁଭଦ୍ରା ଯୋଜନା, ଷ୍ଟ୍ରିଟ ଲାଇଟ, ରାସନ କାର୍ଡ,ବିଦ୍ୟୁତ,ଶିକ୍ଷା, ଭତ୍ତା ଆଦି  ସର୍ବ ମୋଟ ୮୪ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୧୭ ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା ।  ଏହି ଜନ ଶୁଣାଣି ଶିବିରରେ  ବ୍ଳକ ସହକାରୀ ଯନ୍ତ୍ରୀ ବିଜୟାନନ୍ଦ ଗୋଛାୟତ,, ମୁଖ୍ୟ କିରାଣୀ ପୂର୍ଣ୍ଣ ଚନ୍ଦ୍ର କାଣ୍ଡି, ବରିଷ୍ଠ ରାଜସ୍ୱ କିରାଣୀ ଜିତେନ୍ଦ୍ର ପାତ୍ର,ରାଜସ୍ବ ସହାୟକ କାଶୀମ ମହମ୍ମଦ, କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ଦାସ,ଅମୀୟ କୁମାର ପଣ୍ଡା, ବେଗା ହାଁସଦା, ବିପ୍ଳବ କେଶରୀ ପ୍ରଧାନ, ବିପିନ ମଙ୍ଗରାଜ, ସିପି ପ୍ରଭାତ କୁମାର ଜେନା, ଏସିପି ସୌଭାଗ୍ୟ କୁମାର ବଳିୟାରସିଂହ, ଏପିଓ ଅଭିନ୍ନ କୁମାର ପଲାଇ,ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରିଣୀ ସାଧନା ସାହୁ, ବିତ୍ତ ଅଧିକାରୀ ମହେନ୍ଦ୍ର ରଞ୍ଜନ ସାହୁ, ରାଜସ୍ବ ସହାୟକ ତତ୍ତ୍ୱଦର୍ଶୀ ସେଠୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଶୁଣାଣି କରିବାରେ ଜିଲ୍ଲା ପ୍ରଶାସନଙ୍କୁ ସହଯୋଗ କରିଥିଲେ । କୃଷ୍ଣପ୍ରସାଦ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆୟୋଜିତ ଜନ ଶୁଣାଣି ଶିବିରରେ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣି ତାର ଉପଯୁକ୍ତ ବିଚାର କରିବା ସହ ତାର ତତ୍କାଳ ସମାଧାନ ଲାଗି ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ।

Post a Comment

Previous Post Next Post