ଅନାସ୍କା ଭୟ କୃଷ୍ଣପ୍ରସାଦ ବ୍ଲକ ଅଧ୍ଯକ୍ଷା ବିଜେଡିରୁ ନିଲମ୍ବିତ !!

 


ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଧାୟିକା ଉପାସନା ମହାପାତ୍ର ନିଜର ରାଜନୈତିକ ଗୋଟି ଚାଳନା ଆରମ୍ଭ କରିଛନ୍ତି । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକରୁ ବହୁ ବିଜେଡ଼ି ସମର୍ଥିତ ସରପଞ୍ଚ, ସମିତିସଭ୍ୟଙ୍କୁ ବିଜେପିରେ ସାମିଲ କରିବାରେ ସିଦ୍ଧ ହସ୍ତ ହୋଇଛନ୍ତି । ଏହା ତାଙ୍କ ପାଇଁ ଏକ ଟ୍ରେଲର ବୋଲି ସେ ପ୍ରକାଶ କରିଛନ୍ତି। ବିଜେଡ଼ିରୁ ବହୁ ଦକ୍ଷ ସଂଗଠକମାନେ ବିଜେପିରେ ଯୋଗଦେବା ପରେ ଦଳରେ ଆନନ୍ଦ ଖେଳି ଯାଇଥିଲା। ମାତ୍ର ଏଥିରେ ବିଜେଡ଼ି ଛାନିଆ ହୋଇ ଅନାସ୍ଥା ପ୍ରସ୍ତାବ ଭୟରେ କୃଷ୍ଣପ୍ରସାଦ ପଞ୍ଚାୟତ ସମିତି ଅଧ୍ଯକ୍ଷା ସରୋଜିନୀ ତରେଇଙ୍କୁ ଦଳରୁ ବହିସ୍କୃତ କରିଥିବା ଜଣାଯାଇଛି । ଆଗାମୀ ଦିନରେ ବିଜେଡ଼ି ନେତୃତ୍ବାଧୀନ କୃଷ୍ଣପ୍ରସାଦ ବ୍ଲକ ଅଧ୍ଯକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ ଆସିବା ନିଶ୍ଚିତ ହୋଇ ପଡ଼ିଥ‌ିବା ବେଳେ ଭୟଭୀତ ହୋଇ ବିଜେଡ଼ି ପକ୍ଷରୁ ଅଧ୍ୟକ୍ଷାଙ୍କୁ ଦଳ ବିରୋଧୂ ଆଳ ଦେଖାଇ ଦଳରୁ ବହିସ୍କୃତ କରିଥିବା ଜଣାଯାଇଛି। ଏହା ସମଗ୍ର କୃଷ୍ଣପ୍ରସାଦ ଏବଂ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏନେଇ ଅଧ୍ଯକ୍ଷାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ବିଜେପିର ମିଶ୍ରଣ ପର୍ବରେ ବିଜେଡ଼ିର ଲୋକ ପ୍ରତିନିଧୂମାନେ ଯୋଗଦାନ ଦ୍ବାରା ବିଜେଡ଼ିର ଅଧ୍ଯକ୍ଷା ପଦବୀ ବିଜେପି ହାତକୁ ଚାଲିଯିବା ସମ୍ଭାବନା ସୃଷ୍ଟି ହୋଇଛି।


କୃଷ୍ଣପ୍ରସାଦ ରୁ ପିଙ୍କୁନ୍ ଜେନା ରିପୋର୍ଟ

Post a Comment

Previous Post Next Post