ସରଧlପୁର ପ୍ରସ୍ତାବିତ ଉଚ୍ଚବିଦ୍ୟାଳୟ ରେ ୨୫ ବର୍ଷପୂର୍ତ୍ତି ଅବସରରେ ରୋପ୍ୟ ଜୟନ୍ତୀ ପାଳିତ l


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୧୦/୦୨/୨୦୨୬ :- ଧରାକୋଟ ବ୍ଲକ ଅନ୍ତର୍ଗତ ଶରଧାପୁର ପଞ୍ଚାୟତ ରେ ପ୍ରସ୍ତାବିତ ଉଚ୍ଚବିଦ୍ୟାଳୟ ରେ ୨୫ତମ ରୋପ୍ୟ ଜୟନ୍ତୀ ବଡ ଧୁମ ଧାମ ରେ ପାଳିତ ହୋଇଛି l ସ୍କୁଲ ର ସମସ୍ତ ଶିକ୍ଷକ ଙ୍କ ସହଯୋଗ ରେ ପ୍ରଥମେ ଅତିଥି ଙ୍କୁ ସମ୍ବର୍ଦ୍ଧନା ପରେ ଆସ୍ୱଗତ ସମ୍ବର୍ଧନା ଅତିଥିଙ୍କୁ ପୁଷ୍ପଗୁଛ ଓ ଉପଢଙ୍କନ ଦେଇ କାର୍ଯ୍ୟକ୍ରମ କୁ ଆଗକୁବଢ଼ାଇ ଥଲେ l ଏହି କାର୍ଯ୍ୟକ୍ରମରେ ସଂସ୍କୃତିକ କାର୍ଯ୍ୟକ୍ରମ,ଗୀତ,ନାଚ,କବିତା ଭଳି କାର୍ଯ୍ୟକ୍ରମ ଅତିଥିଙ୍କ ଉପସ୍ଥିତିରେ ବହୁ ଆଡ଼ମ୍ବର ସହକାରେ ନିଜ ନିଜ କଳା ପାଦଦର୍ଶନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ଧରାକୋଟ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ଜେନା, ମୁଖ୍ୟ ବକ୍ତା ଧରାକୋଟ ତାହସିଲଦାର ଶ୍ରୀ ଲମ୍ବୋଦର ମାରାଣ୍ଡି, ସନ୍ମାନିତ ଅତିଥି ଏ.ବି.ଓ. ଶ୍ରୀ ସୌରୀ ଶଙ୍କର ବେହେରା,ସମିତିସଭ୍ୟ ପ୍ରତିନିଧି,ନ୍ୟୟ ସରପଞ୍ଚ,ସ୍କୁଲ ପାରିଚାଳନା କମିଟି ର ସଭାପତି,ସମ୍ପାଦକ ଓ ସମସ୍ତ ସଦସ୍ୟ ବୃନ୍ଦ ଏବଂ ଅଭିଭାବକଙ୍କ ସମେତ ବରେଣ୍ୟ ଅତିଥି ବୃନ୍ଦ ଉପସ୍ଥିତ ରହିଥିଲେ l ଶେଷରେ ୨୫ ବର୍ଷ  ସ୍କୁଲର ରୋପ୍ୟ ଜୟନ୍ତୀ ଅବସରରେ ୨୫ ବର୍ଷ ଭିତରେ କିଛି ଲୋକଙ୍କ ତ୍ୟାଗ ଅନୁଷ୍ଠାନକୁ ବଞ୍ଚାଇବାରେ ଜୋକଷ୍ଟ  ସେହି କଥାକୁ ମାନେ ପକାଇ  ଆଗକୁ ଏମିତି ନିଜକୁ ସତକର୍ମ କରି  ସ୍କୁଲକୁ ମନ୍ଦିର ଭଳି ଭାବିଲେ ଛାତ୍ର ଛାତ୍ରୀଙ୍କ ଭବିଶ୍ୱତ୍ୱକୁ ସୁନ୍ଦର ଭାବେ ଗଢିବାକୁ ସମସ୍ତ ଶିକ୍ଷକ ଏକ ଦୃଢ଼ ସଂକଳ୍ପ କରି କୃତି ଛାତ୍ର ଛାତ୍ରୀ ମାନଙ୍କୁ ସାନମାନିତା କରି ଫଳକ ଓ ମନପତ୍ର ପ୍ରଦାନ କଲାପରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ଶେଷ କରିଥିଲେ l

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନିଯୁଜୁ ଓଡିଶା

Post a Comment

Previous Post Next Post