କୃଷ୍ଣପ୍ରସାଦ - (ଦୁର୍ଗା ଚରଣ ସ୍ୱାଇଁ)ଙ୍କ ଠାରୁ
କୃଷ୍ଣପ୍ରସାଦ ଥାନାରେ କାର୍ଯ୍ୟରତ ଥାନା ଆଇଆଇସି ଭାବଗ୍ରାହୀ ରାଉତଙ୍କର ଅନ୍ୟତ୍ର ବଦଳି ପରେ ତାଙ୍କ ସ୍ଥାନରେ ନୂତନ ଆଇଆଇସି ଭାବେ ବିଚିତ୍ରାନନ୍ଦ ପ୍ରଧାନ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ ଏଥି ପୂର୍ବରୁ ଶ୍ରୀଯୁକ୍ତ ପ୍ରଧାନ ପୁରୀ ରିଜର୍ଭରେ କାର୍ଯ୍ୟ କରୁଥିଲେ। ନୂତନ ଥାନା ଅଧିକାରୀ କାର୍ଯ୍ୟରେ ଯୋଗଦେବା ପରେ ସମସ୍ତ କର୍ମଚାରୀ ମାନେ ଥାନା ପରିସରରେ ତାଙ୍କୁ ସ୍ୱାଗତ କରିଥିଲେ। କୃଷ୍ଣପ୍ରସାଦ ଥାନା ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ନୂତନ ଥାନା ଅଧିକାରୀ ସହ କର୍ମଚାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ। କୃଷ୍ଣପ୍ରସାଦ ଥାନା ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବା ସହ ରାତ୍ର କାଳୀନ ପ୍ରାଟ୍ରୋଲିଙ୍ଗ ବ୍ୟବସ୍ଥା କଡାକଡି କରାଯିବ ବୋଲି ଏକ ସାକ୍ଷତାକାରରେ ନୂତନ ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।
Tags:
ଆଞ୍ଚଳିକ


