ବ୍ରହ୍ମପୁରର ଗମନାଗମନ ଭିତ୍ତିଭୂମି ବିକାଶ ନେଇ ଆରଡିସିଙ୍କ ସହ ସହର ତଳି କ୍ରିୟାନୁଷ୍ଠାନ କମିଟିର ଆଲୋଚନା ସହ ସମୁଦାୟ ଚାରୋଟି ଦାବୀପତ୍ର ପ୍ରଦାନ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଆଜି ଦକ୍ଷିଣାଞ୍ଚଳ ରାଜ୍ଵସ ଡିଭିଜନ କମିଶନର ସଂଗ୍ରାମ କେଶରୀ ମହାପାତ୍ର, ଆଇଏଏସ ଙ୍କୁ ସାକ୍ଷାତ କରି ଗଞ୍ଜାମ ଜିଲ୍ଲା ବିଶେଷ କରି ବ୍ରହ୍ମପୁରର ବିକାଶ ଓ ଅଭିବୃଦ୍ଧି ନିମନ୍ତେ ଆବଶ୍ୟକୀୟ ଥିବା ଗମନାଗମନ ଭିତ୍ତିଭୂମି ଯଥା ସଡ଼କ ପଥ, ରେଳ ପଥ, ଆକାଶ ପଥ ଓ ଜଳ ପଥରବିକାଶ ,କମିଶନରେଟ୍ ପୋଲିସ ଓ  ଶିଳ୍ପ ସ୍ଥାପନ ପ୍ରଭୁତି ଅନେକ ପ୍ରସଙ୍ଗରେ ସୌହାର୍ଦ୍ଧ୍ୟ ପୂର୍ଣ୍ଣ ବାତାବରଣରେ ଓ ସକାରାତ୍ମକ ପରିବେଶ ମଧ୍ୟରେ ଦୀର୍ଘ ଏକ ଘଣ୍ଟା କାଳ ଖୋଲା ଆଲୋଚନା ଓ ବିଚାର ବିମର୍ଶ କରିବା ସହ କମିଶନରେଟ୍ ପୋଲିସ ଏଵଂ ରେଳ ୱେ ଭିତ୍ତିଭୂମି ବିକାଶ ସମ୍ବନ୍ଧୀୟ ସମୁଦାୟ ଚାରୋଟି ଦାବୀ ପତ୍ର ମୁଖ୍ୟ ଶାସନ ସଚିବଙ୍କ ଉଦ୍ଧେଶ୍ୱରେ ପ୍ରଦାନ କରାଯାଇଥିଲା। ଆଲୋଚନା କାଳରେ ଗଞ୍ଜାମ ଜିଲ୍ଲାକୁ ଭିତ୍ତିଭୂମି କ୍ଷେତ୍ର ଓ ବୃହତ୍ ଶିଳ୍ପ ସ୍ଥାପନ ଦିଗରେ କିଭଳି ଅବହେଳା ଓ ଅଣଦେଖା କରାଯାଉଛି ବୋଲି କମିଟି କର୍ମକର୍ତ୍ତା ମାନେ ଆରଡିସି ଙ୍କ ନିକଟରେ ଉପସ୍ଥାପନା କରିଥିଲେ। ଆଲୋଚନା ସମୟରେ ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ ଗ୍ରୀନ ଫିଲ୍ଡ ବିମାନ ବନ୍ଦର  ସ୍ଥାପନ ପ୍ରସଙ୍ଗ ସ୍ଥାନ ପାଇଥିଲା। ରାଜ୍ୱସ ଆୟୁକ୍ତ ଶ୍ରୀ ମହାପାତ୍ର କହିଥିଲେ ଯେ ସେ ଆସିଲା ପରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପକୁ ବିମାନ ବନ୍ଦରରେ ପରିଣତ କରିବା ନିମନ୍ତେ ଚାଲିଥିବା କାର୍ଯ୍ୟକୁ ତ୍ୱରାନିତ୍ଵ କରିଛନ୍ତି। ୧୨୫୦ ମିତରର ରନୱେ ନିର୍ମାଣ ଚାଲିଛି ଯଦି ରାଜନୈତିକ ଇଛା ଶକ୍ତି ପ୍ରକାଶ ପାଇବ ତାହାହେଲେ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରର ରୁନୱେକୁ ୨୫୦୦ ମିଟର କରାଯିବା ନିମନ୍ତେ ଜମି ଉପଲବ୍ଧି କରା ଯାଇ ପାରିବ ଓ ରଙ୍ଗେଇଲୁଣ୍ଡା ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ରୂପେ କାର୍ଯ୍ୟକ୍ଷମ ହୋଇପାରିବ। ସେହିପରି ବ୍ରହ୍ମପୁରକୁ ଏକ ମେନୁଫେକ୍ଚରିଙ୍ଗ ଓ ଆଇଟି ହବ୍ ରେ ପରିଣତ, ଟ୍ରାଫିକ ସମସ୍ୟା, ସହରର ରାସ୍ତା ପ୍ରଶସ୍ତିକରଣ, ସୈନିକ ସ୍କୁଲ, ଏନଡିଏ ର ଶାଖା ଖୋଲିବା ତଥା ଏଠାରେ ପ୍ରତିରକ୍ଷା ଶିଳ୍ପ କରିଡ଼ର ନିର୍ମାଣ ପ୍ରଭୁତି ପ୍ରସଙ୍ଗ ନେଇ ଆରଡିସି ଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଥିଲା। ଏହି ସବୁ ପ୍ରସଙ୍ଗ ନେଇ ଆଗାମୀ ଦିନରେ ବିଦ୍ଧିବଦ୍ଧ ତଥ୍ଯ ସମ୍ବଳିତ ଦାବୀ ପତ୍ର ଦେଲେ ସେ ସରକାରଙ୍କୁ ସୁପାରିଶ କରିବେ ବୋଲି କହିଥିଲେ। ପରନ୍ତୁ ଏତଦବ୍ୟତୀତ ଆଜି କମିଟି ପକ୍ଷରୁ ଅଳ୍ପ ଦିନ ତଳେ ଭୁବନେଶ୍ବରରେ ବ୍ରହ୍ମପୁରର ରେଳ ୱେ ବିକାଶ ଓ କମିଶନରଟ୍ ପୋଲିସ ବ୍ୟବସ୍ଥା ଲାଗୁ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଯେଉଁ ଦାବୀ ପତ୍ର ଦିଆଯାଇଥିଲା ସେ ସମୟରେ ମୂଖ୍ୟ ଶାସନ ସଚିବଙ୍କ କାର୍ଯ୍ୟଳୟ ଏ ସବୁ ଦାବୀ ଆରଡିସି ଙ୍କ ମାଧ୍ଯମରେ ଆରଡିସିଙ୍କ ସୁପାରିଶ ସହ ପଠେଇବାକୁ କମିଟି କୁ ପରାମର୍ଶ ଦେଇଥିଲା। ସେହି ଅନୁଯାୟୀ ଆଜି କମିଟି କର୍ମକର୍ତ୍ତା ମାନେ ଆରଡିସିଙ୍କୁ ସାକ୍ଷାତ କରି ଗୋପାଳପୁର ଠାରୁ ରେଢ଼ାଖୋଲ ଭାୟା ଭଞ୍ଜନଗର - ଫୁଲବାଣୀ ରେଳ ପଥ ନିର୍ମାଣ , ବହୁ ପୂରାତନ ତଥା ସର୍ବାଧିକ ରାଜ୍ଵସ ପ୍ରଦାନ କରୁଥିବା ବ୍ରହ୍ମପୁର ଷ୍ଟେସନକୁ ଏକ ବିଶ୍ବସ୍ତରୀୟ ଷ୍ଟେସନରେ ପରିଣତ, ଏଠାରୁ ଦେଶର ପ୍ରମୁଖ ସହରକୁ ସିଧାସଳଖ ରେଳ ସୁବିଧା, ୱାଶିଂ ବେଶିନ, ରେଳ ଟର୍ମିନାଲ ଓ ୫,୬ ପ୍ଲାଟଫର୍ମ ନିର୍ମାଣ ତଥା ସର୍ବୋପରି ଶୀତଳାପଲ୍ଲୀ ଠାରେ ଏକ ବନ୍ଦେ ଭାରତ କୋଚ ଫ୍ୟାକ୍ଟ୍ରି ନିର୍ମାଣ ଆଦି ସମ୍ବଳିତ ତିନୋଟି ପୃଥକ ଦାବୀ ପତ୍ର ପ୍ରଦାନ କରିଥିଲେ। ସେହିଭଳି କମିଟି ପକ୍ଷରୁ ବଢି ଚାଲିଥିବା ଆଇନ ଶୃଙ୍ଖଳା ପରିସ୍ଥିତର ନିୟନ୍ତ୍ରଣ , ଟ୍ରାଫିକ ସୁପରିଚାଳନା ଓ ଦକ୍ଷତାର ସହ ଅପରାଧ ଦମନ ନିମନ୍ତେ ବ୍ରହ୍ମପୁରରେ କମିଶନରେଟ୍ ପୋଲିସ ବ୍ୟବସ୍ଥା ଲାଗୁ କରିବା ନେଇ ମୂଖ୍ୟ ଶାସନ ସଚିବଙ୍କ ଉଦ୍ଧେଶ୍ଵରେ ଆରଡିସି ଙ୍କ ଜରିଆରେ ଦାବୀ ପତ୍ର ଦେଇଥିଲେ। ଦାବୀ ପତ୍ର ଗ୍ରହଣ କରି ସେ କହିଥିଲେ ଚାରୋଟି ଦାବୀ ମଧ୍ୟରୁ ତିନୋଟି ଅର୍ଥ ସମ୍ବନ୍ଧୀୟ ଓ ଗୋଟିଏ ଆଇନ ସମ୍ପର୍କିତ।  ବ୍ରହ୍ମପୁରରେ  କମିଶନରେଟ୍ ପୋଲିସ ବ୍ୟବସ୍ଥା ଲାଗୁ ହେବାର ଅତ୍ୟନ୍ତ ଆବଶ୍ୟକତା ରହିଛି ଏଵଂ ଏହା ଏକ ଗୁରୁତ୍ତ୍ଵ ପୂର୍ଣ୍ଣ ପ୍ରସଙ୍ଗ ଆପଣମାନେ ଆଣିଛନ୍ତି ମୁଁ ଏହାକୁ ସକରାତ୍ମକ ଦୃଷ୍ଟି ଭଙ୍ଗିରେ ନେଉଛି। ସେ କହିଲେ ଯେ ଏହା ଗୋଟେ ଉତ୍ତମ ଦାବୀ ହୋଇ ଥିବାରୁ ସେ ଏ ସମ୍ପର୍କରେ ନିଜ ମତ ସମ୍ବଳିତ ସୁପାରିଶ ପତ୍ର ପଠେଇବେ ବୋଲି କମିଟିକୁ ଆଶ୍ଵାସନା ଦେଇଥିଲେ। ଏହା ସହ ଆପଣମାନେ ରେଳ ୱେ ସମ୍ବନ୍ଧୀୟ ଯେଉଁ ସବୁ ପ୍ରସଙ୍ଗ ଆଣିଛନ୍ତି ତାହାର ମଧ୍ୟ ଆବଶ୍ୟକତା ଓ ଔଚତ୍ୟ ନେଇ ନିଜ ମତ ଓ ସୁପାରିଶ ସମ୍ବଳିତ ଅନୁମୋଦନ ପତ୍ର ଏଥିରେ ଯୋଡ଼ି ପଠେଇବି ବୋଲି କମିଟି କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ସେ କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନାକୁ ସକରାତ୍ମକ, ରଚନାତ୍ମକ ଓ ଉତ୍ସାହଜନକ କହିବା ସହ ସମସ୍ତ ପ୍ରକାର ସହାୟତାର ପ୍ରତିଶ୍ରୁତି ଦେଇଥିଲେ। ଅଧିକନ୍ତୁ ଏହି ଦାବୀ ପତ୍ରର ନକଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଟମ୍ୱ ଓ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ଉପଲକ୍ଷେ ପ୍ରେରଣ କରାଗଲା। ଆଜିର ପ୍ରତିନିଧି ମଣ୍ଡଳୀରେ ସଭାପତିଙ୍କ ବ୍ୟତୀତ ଉପ ସଭାପତି ଦେବୀ ପ୍ରସାଦ ଦାସ,କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ସଂଯୋଜନ ସି ଏଚ ରାମ କ୍ରିଷ୍ଣା ଦାସ, ଉପଦେଷ୍ଟା କାଳିନ୍ଦୀ ଚରଣ ନାୟକ ଓ ଗୌରୀ ପ୍ରସାଦ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।

Post a Comment

Previous Post Next Post