ଆସନ୍ତା ୧୧ ତାରିଖ ଠାରୁ ୧୫ ତାରିଖ ଧରି ବ୍ରହ୍ମପୁର ଖଲ୍ଲିକୋଟ ଖେଳ ପଡ଼ିଆରେ ୩ୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ -

( ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ଆସନ୍ତା କାଲି ଫେବୃୟାରୀ ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ୩ୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ - ୨୦୨୬ ଅନୁଷ୍ଠିତ ହେବ । ଏନେଇ ଷ୍ଟେସନ ରୋଡ଼ ସ୍ଥିତ ସ୍ପେସାଲ୍ ସାରକିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ କମିଟିର ସଭାପତି ତଥା ଦକ୍ଷିଣ ଓଡ଼ିଶା ଫାର୍ମାସିଷ୍ଟ ସଂଘ ସଭାପତି ବିଜୟ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ "ସାମ୍ବାଦିକ ସମ୍ମିଳନୀ" ଅନୁଷ୍ଠିତ ହୋଇଯାଇଛି । ଆସନ୍ତା କାଲି ସକାଳେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀ ଏବଂ ମାଁ ବାଙ୍କେଶ୍ଵରୀ ଠାରୁ ମଶାଲ୍ ଶୋଭାଯାତ୍ରା ବାହାରି ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ଠାରେ ପହଞ୍ଚିବା ପରେ ସେଠାରୁ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ତିନି ମନ୍ଦିରର ମଶାଲ୍ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସବରେଜିଷ୍ଟ୍ରାର ଛକ,ରୁକ୍ମିଣୀ ସିନେମା ହଲ୍ ଛକ,ଗାନ୍ଧୀନଗର ଛକ,ମୋତି ହଟେଲ୍ ଛକ,ପିଭିଏନ୍ ରାଓ ପେଟ୍ରୋଲ୍ ପମ୍ପ ଛକ ଦେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ପହଞ୍ଚିବ । ଏହି ସ୍ୱାସ୍ଥ୍ୟ ମହୋତ୍ସବରେ ଆଧୁନିକ ଚିକିତ୍ସା ସହ ଆୟୁର୍ବେଦ,ହୋମିଓପାଥି ଯୋଗ ଓ ନେଚୁରପାଥି ଚିକିତ୍ସାର ସୁବିଧା ମିଳିବ । ଭେଷଜ ଚିକିତ୍ସାଳୟ ଗୁଡ଼ିକର ୮୧ ଟି ଷ୍ଟଲ୍ ପ୍ରଦର୍ଶନ ସହ ପ୍ରତ୍ୟକ ଦିନ ମଧୁମେହ,କିଡନୀ,ହୃଦରୋଗ,ଚର୍ମରୋଗ, ସ୍ତ୍ରୀ ଓ ପ୍ରସୂତି ରୋଗ ସହ ଅନ୍ୟାନ୍ୟ ରୋଗର ନିରାକରଣ ବିଷୟରେ ଆଲୋଚନା ଚକ୍ର ସହ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ମାଗଣା ଔଷଧ ବଣ୍ଟନ କରାଯିବ । ଏହାସହ କୈାଣସି ବ୍ୟକ୍ତିଙ୍କୁ ପରୀକ୍ଷା ପରେ ଗୁରୁତର ରୋଗ ଥିବା ଚିହ୍ନଟ ହୁଏ ତେବେ ତାଙ୍କୁ କିଭଳି ସରକାରୀ କିମ୍ବା ବେସରକାରୀ ଚିକିତ୍ସାଳୟରେ ଚିକିତ୍ସିତ କରାଯିବ ଏହା ଚେଷ୍ଟା କରାଯିବ । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ହେଇଥିବାରୁ ଏଠାରେ ଆଧୁନିକ ଚିକିତ୍ସା ସହ ପାରମ୍ପରିକ ଚିକିତ୍ସା ପଦ୍ଧତି ବିଷୟରେ ଜନସଚେତନତା କାରାଯାଇ ଗଞ୍ଜାମ ଜିଲ୍ଲାକୁ ସ୍ୱାସ୍ଥ୍ୟ ପର୍ଯ୍ୟଟନର ପେଣ୍ଠସ୍ଥଳୀ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ମୁଖରେ ରାଜ୍ୟର ଦ୍ୱିତୀୟ ଏମ୍ସ (AIIMS) ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସେହିପରି ନାଇପର୍ (Niper) ପ୍ରତିଷ୍ଠା ପାଇଁ ମଧ୍ୟ ସରକାରଙ୍କ ନିକଟରେ ଅନୁରୋଧ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏହି ସ୍ୱାସ୍ଥ୍ୟ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆପୋଲୋ,କେର୍,ଏମଜିଏମ୍,ସୋମ୍ ହସ୍ପିଟାଲର ସୁନାମଧନ୍ୟ ଡ଼ାକ୍ତରଙ୍କ ଦ୍ୱାରା ସମସ୍ତ ପ୍ରକାର ଜଟିଳ ରୋଗର ଚିକିତ୍ସା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସଭାପତି ବିଜୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ଏହାସହ ପ୍ରତ୍ୟେକ ଦିନ ସକାଳେ ଯୋଗାଭ୍ୟାସ କରାଯିବା ସହ ଦୈନିକ କାର୍ଯ୍ୟକ୍ରମ ଆରମ୍ଭ ହେଉଥିବ । ଫେବୃୟାରୀ ୧୪ ତାରିଖ ଦିନ ଏକ ବିଶାଳ "ରକ୍ତଦାନ ଶିବିର" ଆୟୋଜନ କରାଯିବ ଏବଂ ମୃତ୍ୟୁବରଣ କରିଥିବା ବ୍ୟକ୍ତି ମାନଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଦାନ କରିଥିବା ପରିବାରବର୍ଗଙ୍କୁ ସମ୍ୱୋର୍ଦ୍ଧିତ କରାଯିବ ବୋଲି "ସାମ୍ବାଦିକ ସମ୍ମିଳନୀରେ" କୁହାଯାଇଛି । ପ୍ରତ୍ୟେକ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ମାନଙ୍କ ସହ ଗଞ୍ଜାମ ଜିଲ୍ଲାର ସାଂସଦ ଏବଂ ବିଧାୟକ ମାନେ ଉପସ୍ଥିତ ରହିବେ ବୋଲି "ସାମ୍ବାଦିକ ସମ୍ମିଳନୀରେ" ସୂଚନା ଦିଆଯାଇଛି । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବ । "ସାମ୍ବାଦିକ ସମ୍ମିଳନୀରେ" ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ କମିଟିର ସଭାପତି ବିଜୟ କୁମାର ସ୍ୱାଇଁ,ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା,ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୈାରଭ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ସାଙ୍ଗଠନିକ ସମ୍ପାଦକ ସୀତାଂଶୁ ପଣ୍ଡା,କାର୍ଯ୍ୟକାରୀ ସଭାପତି ନାରାୟଣ ମହାଙ୍କୁଡ଼,ଉପସଭାପତି ଜଜ୍ଞ ନାରାୟଣ ଦାସ,ସହ ସଂଯୋଜକ ରୋହିତ ପରିଡ଼ା,ନାଗେଶ୍ୱର ପୃଷ୍ଟି,ଡ଼.କିରଣ କୁମାର ପାଣିଗ୍ରାହୀ,ମନୋଜ କୁମାର ପତି,ଦେବାଶିଷ ପଣ୍ଡା,ଲବିନ୍ ପାତ୍ର,ସୁଦୀପ ସାହୁ,ସାଧନା ପାଢ଼ୀ, ଲୋକନାଥ ସାହୁ,ସୁଧାକର ପାଣିଗ୍ରାହୀ, ଏ.ଶ୍ୟାମଘନ,ସମିତ୍ କୁମାର ସାବତ,କୃଷ୍ଣ ଚନ୍ଦ୍ର ପଣ୍ଡା,ସୁଜିତ କୁମାର ଭୂୟାଁ,ଟିଟୁ ବେହେରା, ତପନ ପଣ୍ଡା, ସମେତ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ କମିଟିର ବହୁ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ ।

Post a Comment

Previous Post Next Post