ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ବରାଡ଼ବିଲି ୨୭/୦୨/୨୦୨୬ :-ଧରାକୋଟ ଅନ୍ତର୍ଗତ ବରଡାବିଲି ନୁଆଁ ସହି ଦୀର୍ଘ ଦିନ ହେଲା ଉତ୍କଟ ପାନୀୟ ଜଳ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ୧୩୦ ପରିବାର ଲୋକେ | ଗ୍ରାମଟି ସୋରଡ଼ା ଓ ଆସ୍କାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଥିଲେବି ପ୍ରଶାସନର ନଜର ପଡୁନଥିବା କହିଛନ୍ତି ଗ୍ରାମବାସୀ | ବରଡାବିଲି ନୁଆଁସାହି ବାସି ସରକାରଙ୍କ କି ଦୋଷ କରିଛନ୍ତି କାହିଁକି ଜଳ କଷ୍ଟ ଭଳି ଦଣ୍ଡ ମିଳୁଛି ସେମାନଙ୍କୁ ? କିଏ ଦେବା ଏହାର ଉତ୍ତର ବୋଲି ପ୍ରଶ୍ନ କଲେ ସ୍ଥାନୀୟ ବାସି | ଗ୍ରାମବାସୀଙ୍କ ଏକ ମାତ୍ର ଭରସା ନିକଟରେ ଥିବା ଋଷୁକୁଲ୍ୟ ନଦୀ ଉପରେ | କିନ୍ତୁ ଅନେକ ସମୟରେ ବିଭିର୍ନ ପ୍ରକାର ମୃତ ଜୀବଜନ୍ତୁ, ଅଳିଆ ଆବର୍ଜନା ଭାସି ଆସୁଛି ଓ ବର୍ଷ ଦିନେ ନଦୀରେ ଗୋଳିଆ ପାଣି ଆସୁଥିବାରୁ ଚୁଆଁ ଖୋଳି ଗୋଲୀ ପାଣି ଆଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ ଗ୍ରାମବାସୀ |ଗାଁର ମହିଳା ମାନେ ପ୍ରାୟ ଏକ କିଲୋମଟର ଦୂର ପାଦରେ ଚାଲି ଚାଲି ବର୍ଷ ତମାମ ମୁଣ୍ଡରେ ପାଣି ଆଣି ଘରର ତମାମ କାର୍ଯ୍ୟରେ ଲଗାଇବା ପାଇଁ ବାଧ୍ୟ୍ୟ | ସରକାରଙ୍କ ଯୋଜନା ମଧ୍ୟରେ ହରଘର ନଳ ମାତ୍ର ଏହି ଗାଁ ପାଇଁ ନଥିଲା ଭଳି ଜଣାପଡୁଛି |ନିକଟରେ ଥିବା ଟାଟା କଲୋନୀ ପାଇଁ ସରହର ଏହି ଗାଁ ଭିତର ଦେଇ ନଦୀରୁ ବସୁଧା ଯୋଜନା ମାଧ୍ୟମରେ ପାଣି ଯୋଗାଇ ଦେଇଥିବା ବେଳେ ଏହି ଗ୍ରାମ ପ୍ରତି ଏଭଳି ମନ ଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଜଣାପଡିଛି |ବୋଧେ ସରକାରଙ୍କ ଆନ୍ତରିକତା ଥିଲେବି ସ୍ଥାନୀୟ ପ୍ରଶାସନର ଆନ୍ତରିକତା ନଥିବା ଭଳି ଜଣାପଡୁଥିବା ଚର୍ଚା |ଆଗକୁ ଖରାଦିନ ଆସୁଥିବା ବେଳେ ପାଣି ପାଇଁ ଡହଳ ବିକଳ ହୋଇ ଲୋକେ ଆକ୍ରୋଶ ଚରମ ସୀମାରେ ଶୁଣାଇଦେଲେ ଚରମ ବାଣୀ | ଯଦି ଘର ପର୍ଯ୍ୟନ୍ତ ପିଇବା ପାଣି ସରକାର ନଯୋଗାଇ ଦେବେ ହେବ ରାସ୍ତା ରୋକ |ଆଗାମୀ ପଞ୍ଚାୟତ ନିର୍ବାଚନରେ ହେବ ଭୋଟ ବର୍ଜନ କରିବା ଭଳି ନିଷ୍ପତି ନେଇଥିବା କହିଥିଲେ |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


