ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ବେଠୁରା ୨୭/୨/୨୦୨୬:- ଧରାକୋଟ ବ୍ଲକର ରୁଗୁମୁ ପଞ୍ଚାୟତ ର ବେଠୁଆର ଗ୍ରାମ ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା ଘୋଡାଦେଇ ଙ୍କ ପୀଠରେ ଯାହାଡା, ରୁଗୁମୁ, ବରଡାବିଲି ଓ ମାଣିକପୁର ପଞ୍ଚାୟତର ବିଜେପି କର୍ମୀ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବାଶିଷ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନିଲ ମହାନ୍ତି, ଯାହାଡା ମଣ୍ଡଳ ସଭାପତି ଜୀତେନ୍ଦ୍ର ବିଷୋୟୀ, ମାଣିକପୁର ମଣ୍ଡଳ ସଭାପତି ଟୁକୁନା ନାୟକ,ଅନୁସୂଚିତ ଜାତି ମୋର୍ଚା ଘୁମୁସର କାର୍ଯ୍ୟକାରୀ ସଭାପତି ମାନସ ନାୟକ,ପୂର୍ବତନ ମଣ୍ଡଳ ସଭାପତି ୟୁ ପାପା ରାଓ, ମାଣିକ ପୁର ମଣ୍ଡଳ ପ୍ରତିନିଧି ଶଙ୍କର ପାଣିଗ୍ରାହି,ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ମିଥୁନ ପ୍ରଧାନ, ନାଏବ ସରପଞ୍ଚ ମିଟୁ ଗୌଡ଼, ଯୁବନେତା ନିରଞ୍ଜନ ନାୟକ,ଦେବବ୍ରତ ବିଶୋଇ,ସତ୍ୟ ନାରାୟନ ସାବତ,ମନୋରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁନୀଲ ମହାନ୍ତି ନିଜ ଭାଷଣରେ କହିଥିଲେ କିଭଳି ତୃଣମୂଳ ସ୍ତରରେ ଭାଜପାକୁ ସୁଦୃଢ଼ କରି ସଙ୍ଗଠନ ବଢ଼ାଇବା,ପଞ୍ଚାୟତ ନର୍ବାଚନ ଆଗକୁ ଆଶୁଥିବା ରୁ ଏଥିପାଇଁ ସମସ୍ତେ ସତର୍କ ରହିବା ,ସରକାରଙ୍କ ନୂତନ ଯୋଜନା ଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସମସ୍ତେ ମିଳିମିଶି ଶପଥ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଧରାକୋଟ ଅଞ୍ଚଳର ଶତାଧିକ ସକ୍ରିୟ କର୍ମୀ ଓ ଅନେକ ନୂତନ ଭାବେ ଯୋଗ ଦେଇଥିବା କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


