ମୋ ନିଯୁଜୁ ଓଡିଶା ଧରାକୋଟ ୨୩/୦୨/୨୦୨୬:-ଧରାକୋଟ ବ୍ଲକ ଅନ୍ତର୍ଗତ ଧରାକୋଟ ସମସ୍ତ ଅଫିସର ହେଡକ୍ୱାଟର ହୋଇଥିବା ବେଳେ ତାଲପାଟଣା 59 NH ଠାରୁ ଧରାକୋଟ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିକଟ ରୁ ମାତ୍ର ୫୦ ମିଟର ନିକଟରେ ପଥର ବ୍ଲାଷ୍ଟିଙ୍ଗ କରି ପଥର,ମେଟାଲ,କ୍ରସର ପାଇଁ ମେଟ୍ରିଆଲ ଯୋଗାଡ଼ କରିବା ବାହାନା ରେ ଇ,ଡି ବାରୂଦ,ଆମୋନିଆଁ ଓ ଦେହୁରୀଆ କୁ ବ୍ୟବହାର କରି କମ୍ପୋର୍ଷର ସାହାଯ୍ୟ ରେ ସହ ସହ ଫୁଟ ଗଭୀର ହୋଲ କରି ଡିଟୋନେଟର,ବାରୂଦ ଭର୍ତି କରି ବ୍ଲାଷ୍ଟିଙ୍ଗ କରୁଥିବା ସୂଚନା ସମସ୍ତଙ୍କୁ ରହିଛି l ସୂଚନା ପ୍ରକାରେ 59 NH ଠାରୁ ଧରାକୋଟ କୁ ସଂଯୋଗ କରୁଥିବା ଋଷିକୂଲ୍ୟା କେନାଲ, ଟାଟା ରିଲିଫ ସାହି ର ୨୨ଟି ପରିବାର, ଶାନ୍ତିଝରକୁ ଯିବା ମୁଖ୍ୟ ରାସ୍ତା,ଧରାକୋଟ ଥାନା ଏବଂ ଅଗ୍ନିସମ ବିଭାଗର ମୁଖ୍ୟ କାର୍ଯ୍ୟାଳୟକୁ ରହିଥିବା ବେଳେ କିଭଳି ଏକ ପଥର କୁହଂରୀ ଏଠାରେ ଚାଲିଛି ଏହା ସାଧାରଣରେ ପ୍ରଶ୍ନ ବାଛି ଉଠୁଛି | ମୁଖ୍ୟ ସଡକ ଦେଇ ସହ ସହ ସଂଖ୍ୟାରେ ଯାନ ବାହାନ ଓ ବସ ଯିବାଆସିବା କରୁଥିବା ମୁଖ୍ୟ ରାସ୍ତା କିନ୍ତୁ ମାଇନିଂ ବିଭାଗର ନିୟମlବଳିକୁ ଫୁ କରି ମାଫିଆଙ୍କ ନାଲି ଆଖିକୁ ଡରି ନା ଆଉକିଛି ଭିତିରି କଥା ଅଛି ଜଣା ପଡୁନାହିଁ l କାରଣ ମାତ୍ର ୧୦୦ ମିଟର ଦୂରତା ରେ ଧରାକୋଟ ଥାନା, ଅଗ୍ନିସମ ବିଭାଗ ଏବଂ ସମସ୍ତ ସରକାରୀ କ୍ୱାଟର ଦୁଇ ତିନି ମହଲା ବିଶିଷ୍ଟ ବିଲଡିଙ୍ଗରେ ରହୁଥିବା ସମସ୍ତ ପୋଲିସ କର୍ମଚାରୀ ଓ ଅଗ୍ନିସମ କର୍ମଚାରୀ ଙ୍କ ପରିବାର ବାସ କରୁଥିବା ବେଳେ ବ୍ଲାଷ୍ଟିଙ୍ଗ ସମୟରେ ଛାତିଥରl କମ୍ପନ ଯୋଗୁଁ ଭୟରେ ରହୁଛନ୍ତି l ଅନ୍ୟ ପଟେ ତାଲପାଟଣା ର ୯୦ ସାଲ ବନ୍ୟା ରେ ଧୋଇହୋଇ ଯିବା ପରେ ଟାଟାରିଲିଫରୁ ମିଳି ଥିବା ୨୨ଟି ପରିବାରର ସମସ୍ତ ଘର ଫାଟି ଆଁ କରିଥିବା ଚିତ୍ର ଦେଖିବା କୁ ମିଳିଛି l ସବୁଠାରୁ ବଡ଼ପ୍ରଶ୍ନ ଅଗ୍ନିସମ ବିଭାଗ ଅଫିସ ର ଦ୍ୱତୀୟ ମହଲା ବିଶିଷ୍ଟ ମହଲା ର ଉପର ଭାଗ ଵି ଫାଟସୃଷ୍ଟି ହେବାର ଚିତ୍ର ରହିଥିବା ବେଳେ ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ନିଜନିଜ ଭିତର ଚର୍ଚ୍ଚା ହେଉଛି l
କିନ୍ତୁ ସରକାର ଲିଜ ଦେଇ ରାଜସ୍ୱ ଆଦାୟ କରୁଛନ୍ତି ଅଭିଯୋଗ ଯେତେ କଲେବି କିଛି ଫରକ ପଡ଼ିବନି କହି ଚୁପଚାପ ରହିଛନ୍ତି ସ୍ଥାନୀୟ ବାସିନ୍ଧା l ସବୁଠାରୁ ବଡ଼କଷ୍ଟ ଯେ ବିସ୍ପୋରକ ଦ୍ରବ୍ୟ ବ୍ୟବହାର କରୁ ଥିବା ପାହାଡ଼ ପାଖରେ ୨୦୦ ଏକର ରୁ ଉର୍ଦ୍ଧ ଜମି ଥିବାବେଳେ ଚାଷ ଜମିକୁ ଚାଷୀ ଫସଲ ଅମଳ କରିବାକୁ ହେଲେ ନିଜ ଜୀବନକୁ ବାଜି ଲଗାଇ ଯିବାକୁ ପଡୁଛି ତାହାର ଉଦାହରଣ ତାଲପାଟଣାର ନାରାୟଣ ସେଠି ଅନୁଭବ କରିଛନ୍ତି, ସେଯଦି ଦୌଡ଼ି ଦୌଡ଼ି ଯାଇ ନଥାନ୍ତେ ହଠାତ ବ୍ଲାଷ୍ଟିଙ୍ଗରେ ଉଡ଼ି ଥିବା ପଥର ପଡି ମୃତ୍ୟୁ ହୋଇ ଥାନ୍ତl l ଏହି ବିଷୟ ରେ ଆସିକା, ଧରାକୋଟ ଅଭିଯୋଗ ଶୁଣାଣିରେ ମଧ୍ୟ୍ୟ ଅଭିଯୋଗ ହୋଇଛି କିନ୍ତୁ କାର୍ଯ୍ୟଫଳ ଶୂନ l ଜିଲ୍ଲା ପାଳ ନିଜେ ମାଇଁଡିଙ୍ଗ ଅଫିସରଙ୍କୁ ଜନସୁଣlଣିରେ ଉପସ୍ଥିତ ନଥିବାରୁ ଫୋନ ମାଧ୍ୟ୍ୟମ ରେ ନ୍ରି୍ଧେଶ ଦେଇଥିଲେ ମଧ୍ୟ୍ୟ କିଛି ଫରକ ପଡିଲା ନାହିଁ l
ଏମିତିକି ଖବର ପ୍ରସାରଣ ପାଇଁ ଯାଇଥିବା ସମ୍ବାଦିକଙ୍କୁ ଜୀବନରେ ମାରିବାକୁ ଚେଷ୍ଟାମଧ୍ୟ୍ୟ କରିଥିଲେ ମାଫିଆ ଯାହାର ଅଭିଯୋଗ ମଧ୍ୟ୍ୟ ଧରାକୋଟ ଠାରେ ଏକ ଏଫ.ଆଇ.ଆର ହୋଇଥିଲା l
ସେହି ଘଟଣା ଘଟିବା ପରେ ସରକାର ଯଦି ଲିଜ ଦେଇ ରାଜସ୍ୱ ଆଦାୟ ବାହାନାରେ (ବିଲେଇ ଆଖିବୁଜି କ୍ଷୀର ପିଇବାଭଳି) ଦୁଇଦୁଇ ଥର ଜନସୁନାଣୀ ରେ ଅଭିଯୋଗ ପରେ ଵି ଜଣେ ସାମ୍ବାଦିକ ଜୀବନ ପ୍ରତିବିପଦ ଭିତରେ ମଧ୍ୟ୍ୟ ମାଫିଆ ବିନ୍ଦାସ ବ୍ଲାଷ୍ଟିଙ୍ଗି କରୁଛନ୍ତି l ଅନ୍ୟପଟେ ସରକାରୀ କର୍ମଚାରୀ ମଧ୍ୟ୍ୟ ବିପଦରେ କେବେ ଯେ ହଟାତ ବ୍ଲାଷ୍ଟିଙ୍ଗର କମ୍ପନରେ ଫଟା ଘରଯେ ଭୁଶୁଡିଯିବ ତାହା ଏବେ ଚିନ୍ତାରେ ପକାଇଛି ପୋଲିସ ଏବଂ ଅଗ୍ନିସମ ବିଭାଗକୁ l ଛୋଟ ଛୋଟ ଛୁଆଙ୍କୁ ଧରୀ କ୍ୱାଟରରେ ରହୁଥିବା ବେଳେ ସ୍ୱାମି ମାନେ ଲୋକଙ୍କ ସୁରକ୍ଷା ନିମନ୍ତେ ଥାନା,ଫାଇର,ବିଭାଗରେ କାମ କରୁଛନ୍ତି l
ସରକାର ପ୍ରଦୂଷଣ ରୋକିବା ନିମନ୍ତେ ଇଟାଭାଟି,ବାଣଗୋଦାମ,ଗାଡ଼ିମୋଟର ପଲୁସନ,ଗାଁ ଭିତରେ ଥିବା କ୍ରସର ସବୁକୁ ଅଙ୍କୁଶ ଲଗାଇ ଥିବା ବେଳେ ପଥର ବ୍ଲାଷ୍ଟିଙ୍ଗ ପାଇଁ ବିସ୍ପୋରକ ଦ୍ରବ୍ୟ ଆସୁଛି କେଉଁଠୁ ପ୍ରଶାସନ ଚାହିଁଲେ କଣ ଇ.ଡି, ବାରୂଦ,ଆମୋନିଆଁ ଓ ଡିନାମାଇଟ ଭଳି ବିସ୍ପୋରକ ଦ୍ରବ୍ୟକୁ ନଧରିବା ମାଇଁଡିଙ୍ଗ ବିଭାଗ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ?
ରାଜସ୍ୱ ଆଦାୟ କରିବା ବାହାନାରେ ଖଣିବିଭାଗ ପୋଲିସ, ଅଗ୍ନିସମ, ନିରୀହ ଲୋକଙ୍କ ଜୀବନ ଶହ ଖେଳ ଖେଳୁ ଥିବା ସ୍ଥାନୀୟରେ ଚର୍ଚ୍ଚାଜୋର ଧରିଛି l
ଏହି ବିସ୍ପୋରକ ଦ୍ରବ୍ୟ ବ୍ୟବହାର କରି ବେଆଇନ ଭାବେ ପଥରବ୍ଲାଷ୍ଟିଙ୍ଗ,ଏବଂ କିଛି ଦିନ ପୃର୍ବରୁ ରସିଦ କାଟି ମୁରୁମ ଚଲାଣ ବେଳେ ଖବର ସଂଗ୍ରହ କରିବାକୁ ଧରାକୋଟର ଚାରି ସାମ୍ବାଦିକ ଯାଇଥିବା ବେଳେ ଜଣଙ୍କୁ ଆକ୍ରମଣ କରିବା ଶହ ଏହିପାହାଡ଼କୁ ଆସିଲେ ଗୋଡ଼ ଦିଟାକୁ ପିଟିପିଟି ଭାଙ୍ଗିଦେବା କହିଥିଲେ ପଥର ମାଫିଆ ଯାହାର ଭିଡ଼ିଓ କେମରାରେ କେଦ ହୋଇଛି କିନ୍ତୁ ସମ୍ବାଦିକଙ୍କ (ସମବାୟ ସମସ୍ତଙ୍କର ସୂତ୍ର ଯାହାରତାହାର ) ଏକତା ନଥିବା ଯୋଗୁଁ କିଛି ଆକ୍ସନ ହୋଇ ନଥିଲା ସେହି ଭୟ ସମସ୍ତଙ୍କ ମନରେ ରହିଛି ଯେ ଯଦି ସାମ୍ବାଦିକଙ୍କ ଏହି ଅବସ୍ତା ତାହାହେଲେ ସରକାରୀ କର୍ମଚାରୀ ଏବଂ ନିରୀହ ଜନତାଵି କଣ କରିପାରିବେ ?
ବର୍ତମାନ ସମୟରେ ବିଜେପି ସରକାର ବିସ୍ପୋରକ ବ୍ଲାଷ୍ଟିଙ୍ଗ ଘଟଣା ଗୁରତ୍ୱ ସହକାରେ ନେବେ କି ? ଯଦି ବ୍ଲାଷ୍ଟିଙ୍ଗକୁ ରୋକିବେ ତାହାଲେ ଥାନା,ଅଗ୍ନିସମ,କାର୍ଯାଳୟର କ୍ଯୁଟର ସାଙ୍ଗକୁ ଟାଟାରିଲିଫ ସାହିର ୨୨ଟି ପରିବାରର ୧୧୦ ଜୀବନ ପ୍ରତିମୁହୂର୍ତ୍ତରେ ବିପଦ ଘେରରୁ ମୁକ୍ତି ମିଳିବ ଓ ଚାଷୀ ମାନେ ଯେଉଁ ସମସ୍ୟାର ଶିକାର ହେଉଛନ୍ତି ତାହାର ପ୍ରକୃତ ଘଟଣା ତଦନ୍ତ କରି ନ୍ୟାୟ ଅପେକ୍ଷା ରେ ସମସ୍ତେ l


