ପାତାଳେଶ୍ୱରି ପୀଠରେ ଧରାକୋଟ ସାମ୍ୱାଦିକଙ୍କ ବନ୍ଧୁ ମିଳନ


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ,୦୭/୦୧/୨୦୨୬:-ଗଂଜାମ ଜିଲ୍ଲା ଅଧିନସ୍ଥ  ଧରାକୋଟ ପ୍ରେସକ୍ଲବ ତରଫରୁ ନୂଆଁ ବର୍ଷ ଅବସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁଳିଆ ପାହାଡ ପାଦ ଦେଶରେ ଥିବା ମା ପାତାଳେସ୍ଵରୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଭାପତି ବିଷ୍ଣୁ କେଶରୀ ଆଚାର୍ଯ୍ୟ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବ ର ଭବିଷ୍ୟତ କାର୍ଯ୍ୟପନ୍ଥା,ସାଙ୍ଗଠନିକ କାର୍ଯ୍ୟ,ଅଞ୍ଚଳର ଅବହେଳିତ ଦାବୀ ଗୁଡ଼ିକ ପ୍ରଶାସନ ନିକଟରେ ଉପସ୍ଥାପନ କରିବା,ବାର୍ଷିକ ଉତ୍ସବ ପାଳନ କରିବା ଏବଂ ସାମ୍ବାଦିକ ମାନଙ୍କ ନିତିଦିନିଆ ସମସ୍ୟା ଓ ଏହାର ସମାଧାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପ୍ରେସକ୍ଳବ ର ଉପଦେଷ୍ଟା ହୃଦାନନ୍ଦ ଜେନା, ଉପ ସଭାପତି ଗିରିଜା ପ୍ରସାଦ ରଥ,ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ,ବରିଷ୍ଠ ସଭ୍ୟ ରୁଦ୍ର ନାରାୟଣ ପଣ୍ଡା, ଶିବାଜୀ ଗଣେଶ ପଣ୍ଡା,ଶିଶିର ମହାନ୍ତି,ମନୋଜ କୁମାର ଗୌଡ଼, କାଳୁ ଚରଣ ମହାପାତ୍ର, ଅଶେଷ ପାତ୍ର, ଶ୍ରୀକାନ୍ତ ସାବତ,ସଂଜିତ ସ୍ୱାଇଁ, ପଞ୍ଚୁ ନାରାୟଣ ପାତ୍ର,ଶଙ୍କର ପାଣିଗ୍ରାହି ପ୍ରମୁଖ ଉପସ୍ଥିତ ରହିଥିଲେ। ସମସ୍ତ ଙ୍କ ଉପସ୍ଥିତିରେ ସାମ୍ବାଦିକ କାଳୁ ଚରଣ ମହାପାତ୍ର ଙ୍କ ୟୁ ଟ୍ୟୁବ ଚ୍ୟାନେଲ ଜନତାଙ୍କ ସ୍ୱର ଉନ୍ମୋଚିତ ହୋଇଥିଲା। ଆସନ୍ତା ଫେବୃୟାରୀ ଆଠ ତାରିଖ ଦିନ ପ୍ରେସକ୍ଲବ ର ପରବର୍ତ୍ତୀ ବୈଠକ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କ୍ଳବର ସୋସିଆଲ ମିଡିଆ କାର୍ଯ୍ୟକ୍ରମ ପାଇଁ ସଂଜିତ ସ୍ୱାଇଁ ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା ।

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନିଯୁଜୁ ଓଡିଶା

Post a Comment

Previous Post Next Post