ଧାନ ମଣ୍ଡି ପରିଦର୍ଶନ କଲେ ଉପ ଜିଲ୍ଲାପାଳ | ମଣ୍ଡିରେ ନିୟମ ଉଲଂଘନ ମିଲର ଖୁସି

 


ଶଙ୍କର ପାଣିଗ୍ରାହୀ ଧରାକୋଟ ତା ୦୬/୦୧/୨୦୨୬:-ଆଜି ଗଞ୍ଜାମ ଉପ ଜିଲ୍ଲାପାଳ ଯାନିବିଲି ସ୍ତିତ ଆର.ମ.ସି ଗୋଦାମ ଗୃହ ଠାରେ ଥିବା ତମାମ ଧାନ ମଣ୍ଡି ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି |ଗୋଟିଏ ସ୍ଥାନରେ ୫ଟି ପଞ୍ଚାୟତର ମଣ୍ଡି ରହିଛି ୧-ଧରାକୋଟ,୨-ଯାନିବିଲି,୩-ହରିପୁରି,୪-ମୁଣ୍ଡମରେଈ,୫-ବରାଡ଼ବିଲି ତମାମ ମଣ୍ଡି ପରିଦର୍ଶନ ପାଇଁ ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କ ସହିତ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଧାନ ଟୁଲି ଆମା,ତମାମ ମଣ୍ଡିର ନୋଡାଲ ଅଧିକାରୀ ସ୍ଥାନୀୟ ତହସିଲଦାର ଶ୍ରୀ ଲମ୍ବୋଦର ମାରାଣ୍ଡି,ଗୋଷ୍ଠି ଉର୍ଣ୍ଣୟନ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ଜେନା ମିଳିତ ଭାବେ ଧାନ ମଣ୍ଡିର ପରିଚାଳନା ବିଷୟ ବୁଝିବା ସହ କିଛି ଚାଷୀଙ୍କ ସହ କଥା ହୋଇ ଧାନ ଦେବା ନେଇ ସମସ୍ୟା ବିଷୟରେ ପଚାରି ବୁଝି ଥିଲେ ଓ ମିଲର୍ସ ମାନଙ୍କ ବିଷୟରେ ଆଲୋଚନା କରିଥିବା ନଜର କୁ ଆସିଛି |ସମସ୍ତ ଧାନ ମଣ୍ଡିର ଖାତା ଅନୁଧ୍ୟାନ କରିବା ସହ ସମସ୍ତ ସମବାୟ ଅଧିକାରୀଙ୍କ ସହ ଆଲୋଚନା କରି କିଛି ପରିଚାଳନା ଗତ ଅସୁବିଧା ଥିଲେ ମୋତେ ଖବର ଦେବେ ବୋଲି କହିଥିବା ଦେଖିବାକୁ ମିଳିଛି |ଉପ ଜିଲ୍ଲାପାଳଙ୍କ ସୂଚନା ଅନୁଯାଇ ସମସ୍ତ ମଣ୍ଡି ସରକାରଙ୍କ ନିର୍ଦେଶ ଅନୁପାଳନ କରୁଛନ୍ତି ବର୍ତମାନ ସୁଦ୍ଧା ସମସ୍ତ ମଣ୍ଡିରେ ସୁରୁଖୁରୁ ଭାବେ ଧାନ ଉଠା ଯାଉଥିବା ସୂଚନା ମିଳିଥିବା କହିଥିଲେ |ସୂଚନା ଥାଉକୁ ଉକ୍ତ ମଣ୍ଡି ଅଞ୍ଚଳର ୨୭ ଜଣ ଚାଷୀ  ଧାନ ମଣ୍ଡିରେ ନାମ ପଞ୍ଜିକରଣ କରିଥିଲେ ସୁଦ୍ଧା ତାଙ୍କର ନାମରେ କୌଣସି ଟୋକେନ ଆସିନଥିବା ଅଭିଯୋଗ ଆସିଥିବା ବେଳେ କିଛି ଚାଷୀଙ୍କ ଗତ ବର୍ଷ ତୁଳନାରେ ଟାର୍ଗେଟ କାମ ଆସିଥିବା ସୂଚନା ମିଳିଥିଲା |ସରକାରଙ୍କ ସୂଚନା ଅନୁସାରେ ଚାଷୀ ମାନେ ନିଜ ସୁବିଧାରେ ମଣ୍ଡିକୁ ଧାନ ଆଣି ରଖିବେ,ମଣ୍ଡିରେ ଧାନର ମାନ ପରୀକ୍ଷଣ ପରେ ମାଣ୍ଡିରୁ ମିଲର ମାନେ ନିଜ ଗାଡ଼ି ସାହାଯ୍ୟରେ ଧାନ ଉଠାଇ ନେବେ ବୋଲି ନିର୍ଦେଶ ଥିବା ବେଳେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି | ଲୋକ ଦେଖଣୀୟ ଚାଷୀ ମଣ୍ଡିକୁ ନିଜ ଗାଡ଼ିରେ ଧାନ ଆଣି ମାଣ୍ଡିରୁ ଟୋକେନ ନେଇ ନିଜ ଗାଡ଼ିରେ ନିଜେ ମଣ୍ଡିକୁ ନେଇ ଯାଉଥିବା ଦେଖିବାକୁ ମିଳିଛି |ମିଲର ମାନେ କିଭଳି ମାଣ୍ଡିରୁ ଧାନ ନେଉଛନ୍ତି ମୁଣ୍ଡମରେଈ ମିଲର ସତ୍ୟ ପାତ୍ରଙ୍କୁ ପଚାରିବାରୁ ସେ ସରକାରୀ ନିୟମ ଅନୁସାରେ ମାଣ୍ଡିରୁ ଧାନ ନେବା ସହ କୌଣସି କଟଣି ଛଟଣି ହେଉନଥିବା କହିଛନ୍ତି |

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନିଯୁଜୁ ଓଡିଶା

Post a Comment

Previous Post Next Post