ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ମାଣିକ୍ୟପୁର ୧୦/୦୧/୨୦୨୬ :- ଆଜି ମାଣିକ୍ୟପୁର ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଆସିଲା ଅସ୍ଥାୟୀ ଆମ୍ବୁଲାସ , ଗତ ୫ ତାରିଖ ଦିନ ଘଟିଥିବା ଅଘଟଣକୁ ବିରୋଧ କରି କରାଯାଇଥିବ ରାସ୍ତାରୋକ ସମୟରେ ଦାବି ଆମ୍ବୁଲାନସ ଓ ନିୟମିତ ଡାକ୍ତର ଆଜି ପୁର୍ଣ ହୋଇଥିବା ଦେଖିବାକୁ ମିଳିଛି | ସୂଚନା ଅନୁସାରେ ଆଜି ତା-୧୦/୦୧/୨୦୨୬ ରିଖ ଦିନ ମାଣିକ୍ୟପୁର ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଶ୍ରୀ ଅଶୋକ ସାରଙ୍କ ସହଯୋଗ କ୍ରମେ ଅସ୍ଥାୟୀ ଆମ୍ବୁଲାସ ସହ ଧରାକୋଟ ବ୍ଲକ ଅଞ୍ଚଳରୁ ଡେପୁଟେସନ ରେ ସପ୍ତାହର ସାତଦିନ ଅଲଗା ଅଲଗା ଡାକ୍ତର ଉପସ୍ଥିତ ରହି ରୋଗୀ ସେବା ଜାରିରଖିବା ପ୍ରତିଶୃତି ଏକ ଚିଠି ମାଧ୍ୟମରେ ଦେଇଥିବା ଦେଖିବାକୁ ମିଳିଛି |ଶ୍ରୀ ଅଶୋକ ସାର କହିଛନ୍ତି ଆସନ୍ତା ସାତଦିନ ମଧ୍ୟରେ ମାଣିକ୍ୟପୁର ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୧୦୮ ଆମ୍ବୁଲାସ ଆସିବା ସହ ସ୍ଥାଇ ଡାକ୍ତର ଆସିବା ବନ୍ଦବୋସ୍ତ କରାଯାଇଛି, ସ୍ଥାଇ ବନ୍ଦବୋସ୍ତ ନହେବା ପର୍ଯ୍ୟନ୍ତ ତତ୍କାଳ ରୋଗୀ ସେବାରେ ବୋଲେରୋ ଆମ୍ବୁଲାସ ନିୟୋଜିତ ରହିବ ଓ କୌଣସି ରୋଗୀଙ୍କ ଅସୁବିଧା ନରହୁ ବୋଲି କହିଥିଲେ |ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଶ୍ରୀ ଅଶୋକ ସାର ନିଜ ପ୍ରତିଶୃତି ରକ୍ଷା କରିଥିବାରୁ ଅଞ୍ଚଳ ବସି ପ୍ରଶଂସା କରିବା ସହ ଶ୍ରୀ ଗଣେଶ୍ୱର ସେଠି, ଶ୍ରୀ ସନ୍ତୋଷ ପ୍ରଧାନ ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ଶତାଧିକ ଅଞ୍ଚଳ ବସି ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


