ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୨୯/୧୧/୨୦୨୫:- ଆଜି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଅନ୍ତର୍ଗତ ଝାଡ଼ବନ୍ଧ ପଞ୍ଚାୟତର ସୁଵର୍ଣପୁର ଗ୍ରାମରେ ଗଂଜାମ ଜିଲ୍ଲାପାଳ ପହଂଚି ଗ୍ରାମରେ ବିଜୁଳି ସଂଚାର ଶୁଭାରମ୍ଭ କରି ଗ୍ରାମ ବାସୀଙ୍କ ତଳେ ବସି ଗ୍ରାମ ସଭା ମାଧ୍ୟମରେ ଆଲୋଚନା କରି ଅନ୍ୟାନ୍ୟ ମୌଳିକ ଅସୁବିଧା ବିଷୟରେ ପଚାରି ବୁଝିଲେ |ଉକ୍ତ ଗ୍ରାମରେ ବିଜୁଳି ଜାଳିବା ପରେ ଗ୍ରାମ ବାସୀଙ୍କ ଖୁସି କହିଲେ ନସରେ । ଉକ୍ତ ଗ୍ରାମ ରେ ବାସ କରନ୍ତି ପ୍ରାୟ ୨୫ରୁ ଉଦ୍ଧ ପରିବାର ଲୋକ ସଂଖ୍ୟା ୧୫୦ ରୁ ଅଧିକ ରହି ଥିବା ଜଣାପଡିଛି | ବିଗତ ୨୪ ବର୍ଷ ଧରି ପୂର୍ବ ସରକାର ଶାସନରେ ଥିଲେ କିନ୍ତୁ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ଯାଇଥିବା ଏହି ଗାଁ ଟିରେ ଲାଗି ପାରିନଥିଲା ବିଜୁଳି ।ବିଦ୍ୟୁତ ସେବା ନଥିବାରୁ ଏଠି ଲୋକେ ସନ୍ଧ୍ୟା ହେଲେ ନିଜ ନିଜ ଘରେ କବାଟ କିଳି ରହୁଥିଲା ବେଳେ ପ୍ରାୟ ତିରିଶି ଜଣ ଛାତ୍ର ଛାତ୍ରୀ ନିକଟସ୍ଥ ସିଙ୍ଗିପୁର ଗାଁ ବିଦ୍ୟାଳୟ କୁ ପାଠ ପଢିବା ପାଇଁ ଯାଉଛନ୍ତି । ବିଡ଼ମ୍ବନାର ବିଷୟ ଏହିକିଯେ ଏହି ଗାଁର ଲୋକଙ୍କୁ କିରାସିନି ଟୋପାଏବି ମିଳୁ ନଥିବାରୁ ଏମାନଙ୍କ ଭରସା ମହମବତୀ ଆଲୁଅ ଥିଲା । ଶୀତୁଆ ରାତିରେ ଶୁଖିଲା କାଠ ଖଣ୍ଡେ ଖଣ୍ଡେ ଜାଳି ସେମାନେ ଶୀତ ବକଳରୁ ସିନା ନିଜକୁ ବଞ୍ଚାଇ ଦେଉଥିଲେ ହେଲେ ଦୂର କରିପାରିନଥିଲେ ଅନ୍ଧାର କିନ୍ତୁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଆଜି ସୁବର୍ଣ୍ଣପୁରରେ ବିଜୁଳି ଜାଳିବା ସମ୍ଭବ ହୋଇପାରିଛି । ଘରେ ଘରେ ପିଲେ ମହମ ବତୀ ଆଲୁଅରେ ପାଠ ପଢି ନିଜ ହାତରେ ନିଜ ଭବିଷ୍ୟତ ଗଢ଼ିବାକୁ ଚେଷ୍ଟା ଜାରି ରଖିଥିବା ଦେଖିବାକୁ ମିଳିଥିବା ବେଳେ ଆଜିଠାରୁ ବିଜୁଳି ଆଲୁଅରେ ପାଠ ପଢିପାରିବେ ବୋଲି ଖୁସି କହିଲେ ନାସାରେ । ଗ୍ରାମର ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରୀ ଅରୁର୍ପା ଗମାଙ୍ଗ,ସବାଲ ଶବର ଓ ଫଗୁଣି ଗମାଙ୍ଗ ଙ୍କ ସମେତ ଅନ୍ୟ ଲୋକମାନେ ନିଜ ନିଜର ନିତିଦିନିଆ ଅସୁବିଧା ସମ୍ପର୍କରେ ସୂଚନା ଦେଇଥିଲେକି,୨୮ ବର୍ଷ ହେଲା ଗାଁ ବସିଲାଣି ହେଲେ ବିଜୁଳି ଆଲୁଅ ନଥିବା ରୁ ବଣ ପାହାଡ଼ ଘେରା ଏହି ଉପାନ୍ତ ଗ୍ରାମର ଲୋକେ ସନ୍ଧ୍ୟାରୁ ହିଁ ରୋଷେଇ କାର୍ଯ୍ୟ ସାରି ଘରେ କବାଟ କିଳି ରହୁଥିଲେ । ସେହିପରି ଛାତ୍ର ଛାତ୍ରୀ ମାନେ ପାଠ ପଢ଼ିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ।ବିଜୁଳି ଆଲୋକ ନଥିବା କାରଣରୁ ଅନେକ ସମୟରେ ଗାଁ କୁ ହିଂସ୍ର ଜନ୍ତୁ ମାନ ଙ୍କ ଭୟ ରହିଥିଲା,ଘରେ ଖାଇବା, ଶୋଇବା ସବୁକିଛି ଅନ୍ଧାର ହେବା ପୂର୍ବରୁ ସାରିବାକୁ ପଡୁଥିଲା | ଗାଁର ଏହି ସମସ୍ୟା ସମ୍ପର୍କରେ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ କରି କରି ଥକି ଯାଇଥିଲେ ଆଜି ଅଭିଯୋଗର ଫଳ ମିଳିଛି ବୋଲି ପ୍ରକାଶ କରିଥିଲେ |ଆଜି ସୁବର୍ଣ୍ଣପୁର ଗ୍ରାମରୁ ଗଣ ମାଧ୍ୟମର ପ୍ରସାରଣ,ସରକାରଙ୍କ ଇଛା ଶକ୍ତି, ପ୍ରଶାସନର ପ୍ରୟାସରେ ଜଳିଲା ବିଜୁଳି ସମସ୍ୟା ଦୂର ହେବା ସହ ଜଳିଲା ବିଜୁଳି |ସେହି ଗାଁରେ ବର୍ତମାନବି ଅନେକ ମୌଳିକ ଅସୁବିଧା ରହିଥିବା ଦେଖିବାକୁ ମିଳିଛି ଉକ୍ତ ଗାଁକୁ ଭଲ ରାସ୍ତା ଟିଏ ନଥିବା ବେଳେ ଦେହ ଖରାପ ହେଲେ ସୋରଡା ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିବା ପାଇଁ ପଡ଼ୁଛି । ଜଳ ସେଚନର ସୁବିଧା ନଥିବାରୁ କାଙ୍ଗୁ, ସୂଆଁ, ଜନା, ମକା ଆଦି ଫସଲ ଚାଷ କରି ଲୋକେ ପରିବାର ପ୍ରତିପୋଷଣ କରୁଛନ୍ତି । ଗ୍ରାମର ତମାମ ଅସୁବିଧା ସମ୍ପର୍କରେ ଲୋକେ ଧରାକୋଟ ବ୍ଲକ ରେ ହୋଇଥିବା ଯୁଗ୍ମ ଓ ମିଳିତ ଜନ ଶୁଣାଣି ରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବା ରୁ ଧରାକୋଟ ଗଣ ମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟିକୁ ଏହା ଆଣିବା ପରେ ଏହି ସମ୍ପର୍କୀୟ ଖବର ଗଣମାଧ୍ୟମ ରେ ପ୍ରସାରଣ ହୋଇଥିଲା । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆୟୋଜିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ବୈଠକରେ ସୁବର୍ଣ୍ଣ ପୁର ଗାଁର ବିଜୁଳି ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମଙ୍ଗଳବାର ଦିନ ଧରାକୋଟ ବି.ଡି.ଓ ସଂଗ୍ରାମ କେଶରୀ ଜେନା, ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ୱାଇଁ,ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ,ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ପ୍ରଧାନ, ବିଦ୍ୟୁତ ବିଭାଗ ନୋଡାଲ ଅଧିକାରୀ ଚନ୍ଦନ ଦାସ, ଡି ଜି ଏମ ଜୟଶ୍ରୀ ସାହୁ, ଏସ ଇ ପ୍ରଭାତ କର,ପ୍ରକଳ୍ପ ନିର୍ବାହୀ ଅଧିକାରୀ ନରେନ୍ଦ୍ର କୁମାର ନାୟକ,ନିର୍ବାହୀ ଅଧିକାରୀ ଜଗତଜିତ ଦାସ ମହାପାତ୍ର,ନିର୍ବାହୀ ଅଧିକାରୀ ଅମିତ ଗର୍ଗ,ସୋଲାର ଏସ ଇ ପ୍ରିୟଦର୍ଶୀ ବେହେରା, ଏସ.ଡି.ଓ କାଳୀ ଚରଣ ନନ୍ଦ,କନିଷ୍ଠ ଯନ୍ତ୍ରୀ ତୁଷାର ପାଢ଼ୀ ପ୍ରମୁଖ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ବିଦ୍ୟୁତ ଖୁଣ୍ଟ ପୋତି ୧୦ ଦିନ ମଧ୍ୟରେ କାମ ସାରିଥିବା ଦେଖିବାକୁ ମିଳିଛି । ୨୮ ବର୍ଷ ପରେ ଆଲୁଅ ଗାଁରେ ଜଳି ଥିବାରୁ ଲୋକଙ୍କ ମଧ୍ୟରେ ଖୁସି ସଂଞ୍ଚାର ହେବାସହ ଲୋକେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଥାଉକି ସୁବର୍ଣ୍ଣପୁର ଭଳି ଆହୁରି ଅନେକ ଉପାନ୍ତ ଅଞ୍ଚଳ ବିଭିର୍ନ ମୌଳିକ ସୁବିଧାରୁ ବଂଚିତ ଥିବା ବେଳେ ସରକାରଙ୍କ ଦୃଷ୍ଟି ନିହାତି ଆବଶ୍ୟକ ବୋଲି ସୂଚନା ମିଳିଛି |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା
ମୋବାଇଲ-୯୯୩୮୯୬୦୯୬୯


