ଗଞ୍ଜାମ ଜିଲ୍ଲାପାଳ (Collector) ଶ୍ରୀ ଭି. କୀର୍ତ୍ତି ଭାସନଙ୍କ କାର୍ଯ୍ୟଧାରା ସମ୍ପର୍କରେ କିଛି ତଥ୍ୟ


ଶ୍ରୀ ଭାସନ ଜଣେ ଯୁବ ଏବଂ ଗତିଶୀଳ IAS ଅଧିକାରୀ. ସେ ୨୦୨୫ ମସିହା ଜୁଲାଇ ୨୮ ତାରିଖରେ ଗଞ୍ଜାମ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ,ଏହାପୂର୍ବରୁ ସେ କୋରାପୁଟ ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ବେଶ୍ ପ୍ରଶଂସା ସାଉଁଟିଥିଲେ |ଗଞ୍ଜାମର କଲେକ୍ଟର ଶ୍ରୀ ଭି କିର୍ତ୍ତୀ ଭାସାନ୍ ଏକସିଭିଲ୍ ଇଞ୍ଜିନିୟରିଂ ଡିଗ୍ରୀନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (REC) (NIT) - ତିରୁଚିରାପାଲିରୁ । ସେ ଶଙ୍କର IAS ଏକାଡେମୀର ପୂର୍ବତନ ଛାତ୍ର ଏବଂ 2018 ବ୍ୟାଚର IAS ଅଧିକାରୀ |ଗଞ୍ଜାମ ଜିଲ୍ଲାରେ ଏହା ତାଙ୍କର ପ୍ରଥମ ନିଯୁକ୍ତି ନୁହେଁ। ସେ ପୂର୍ବରୁ ଏଠାରେ DRDA (ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା) ର ପ୍ରକଳ୍ପ ନିର୍ଦ୍ଦେଶକ (Project Director) ଏବଂ ବ୍ରହ୍ମପୁରର ଉପ-ଜିଲ୍ଲାପାଳ (Sub-Collector) ଭାବରେ କାର୍ଯ୍ୟ କରିସାରିଛନ୍ତି |ଲୋକାଭିମୁଖୀ ପ୍ରଶାସନ ଉପରେ ଗୁରୁତ୍ୱ ଦିଅନ୍ତି | ଜନ ଶୁଣାଣିକୁ ପ୍ରାଥମିକତା ଦେବା ସହ ସରକାରୀ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଉପରେ ସେ ଧ୍ୟାନ ଦେଇଥାନ୍ତି ବୋଲି ଚର୍ଚା ହେଉଥିବା ବେଳେ ଗତ  ତା-୨୯/୧୧/୨୦୨୫ ରିଖ ଦିନ ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଝଡ଼ବନ୍ଧର ସୁବର୍ଣ୍ଣପୁର ଗ୍ରାମରେ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି | ଉକ୍ତ ଦିନ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ସୁବର୍ଣ୍ଣପୁର ଗ୍ରାମର ନୂତନ ଭାବେ ବିଜୁଳି ସଂଯୋଗୀକରଣ ଉଦ୍ଘାଟନ କରିବାକୁ ଯାଇ ଗ୍ରାମ ପୂର୍ବରୁ ପ୍ରାୟ ୩୦୦ ମିଟର ଦୂରରୁ ଲୋକଙ୍କ ମେଳାରେ ପାଦରେ ଚାଲି ଚାଲି ଯିବା ବେଳେ ସତେ ଲାଗୁଥିଲା ଗୋରା ରଙ୍ଗର ଜଣେ ଦେବା ଦୁର୍ଲଭ ପୁରୁଷ ସ୍ୱର୍ଗରୁ ଓଲେହି ସୁବର୍ଣ୍ଣପୁର ଗାଁରେ ପହଞ୍ଚି ଛନ୍ତି ଲୋକଙ୍କ କଷ୍ଟ ହାରିବା ପାଇଁ |ସେ ପାଦରେ ଚାଲି ଚାଲି ଗାଁ ମୁହଁରେ ଥିବା ବିଜୁଳି ସଂଯୋଜି ସ୍ଥଳରେ ପହଞ୍ଚି ଦୀପ,ଧୂପ ଓ ନଡ଼ିଆ ଭାଙ୍ଗିବା ପରେ ଯେତେବେଳେ ରିବନ କରିବା ପାଇଁ କୁହାଗଲା ଜିଲ୍ଲାପାଳ ମହୋଦୟ ନିଜେ ନକାଟି ସେ ୩ଜଣ ଗ୍ରାମବାସୀଙ୍କୁ ଡାକିଥିଲେ ଜଣେ ପୁରୁଷ,ଜଣେ ମହିଳା ଓ ଜଣେ ଝିଆଙ୍କ ହାତରେ ଉଦ୍ଘାଟନ କରିଥିବା ଏକ ଗୌରବର ବିଷୟ ପାଲଟିଯାଇଛି |ପୁଣି ସେ ଉକ୍ତ ଗ୍ରାମର ସମସ୍ତ ଘର ବୁଲି ବୁଲି କିଭଳି ବିଜୁଳି ସଂଯୋଗ ହୋଇଛି ପଚାରି ବୁଝିଥିଲେ | ଗ୍ରାମର ଉପର ମୁଣ୍ଡରେ ଗ୍ରାମବାସୀ ମାନେ ଗ୍ରାମ ସଭା ପାଇଁ ଚୌକି,ଟେବୁଲ  ଓ ଲୋକେ ବସିବା ପାଇଁ ପାଲର  ବିଛାଇ ଥିଲେ | ଗ୍ରାମ ବସି ମାନେ ଜିଲ୍ଲା ପାଳଙ୍କୁ ଚୌକିରେ ବସିବାପାଇଁ ଅନୁରୋଧ କରିଥିଲେ ମାତ୍ର  ଜିଲ୍ଲା ପାଳ ମହୋଦୟ ଚୌକିରେ ନାବାସୀ ଜୋତା ବାହାର କରି ନିଜେ ତଳେ ବସି ସମସ୍ତଙ୍କ ସହ ଆଲୋଚନା କରିଥିବା ନଜରକୁ ଆସିଛି | ସେ ତଳେ ପ୍ରାୟ ୧ ଘଣ୍ଟା ବସି ଗ୍ରାମର ଅନ୍ୟାନ୍ୟ ମୌଳିକ ଅସୁବିଧା ବିଷୟରେ ଗ୍ରାମ ବାସୀଙ୍କ ସହ ସିଧା କଥା ବାର୍ତା ହୋଇଥିବା ଦେଖିବାକୁ ମିଳିଛି | ତାଙ୍କ ମନରେ ତେଲେ ମାତ୍ର ନଥିଲା ଗର୍ବ କି ଅଂହକାର ସେ ଜଣେ ଜିଲ୍ଲା ପାଳ ବୋଲି ସତରେ ଆପଣ ଜଣେ ଦେବା ଦୁର୍ଲଭ ପୁରୁଷ ,ଆପଣ ଦେଖାଇ ଦେଲେ ଯଦି ନିଷ୍ଠା ସହ ଲୋକଙ୍କ ପାଇଁ କାର୍ଯ୍ୟ କରାଯାଏ ତେବେ କର୍ମକୁ ପ୍ରଥମେ ପ୍ରାଧାନ୍ୟ ଦେବା ଉଚିତ, ପଦକୁ ନୁହଁ ପାଦ ଅଛି ଆଗକୁ ରହିବ ମଣିଷର ନିଷ୍ଠା କର୍ମ ହିଁ ତାହାକୁ ମହାନ ବନାଇଥାଏ |ସମାନ ବ୍ୟକ୍ତିତ୍ୱ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓ ଗଞ୍ଜାମରେ ଆପଣ ଓଡିଶା ମାଟି ଆପଣ ମାନଙ୍କୁ ପାଇ ଧନ୍ୟ ହୋଇଯାଇଛି | ଲାଗୁଛି ଓଡିଶାରୁ ଦୁର୍ନୀତି ହଟିବ ଓଡିଶା ସୁନା ପାଲଟିଯିବ, ଏମିତି ଯୁଗ ପରେ ଯୁଗ ଚାଲିଯିବା ରହିଯିବ କେବଳ ସ୍ମୃତି, ଜିଲ୍ଲା ପାଳ ହେଵତ ଏମିତି ଆପଣଙ୍କୁ ମୋର କୋଟି କୋଟି ନମନ |ଆପଣ ଏମିତି କାମ କରୁଥାନ୍ତୁ ଗଂଜାମ ବସି ଆପଣଙ୍କ ସାଥିରେ ସବୁବେଳେ ସବୁ ସମୟରେ ||ଭାରତ ମାତାକି  ଜୟ||                                                                                                                      ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନିଯୁଜୁ ଓଡିଶା

   ମୋବାଇଲ-୯୯୩୮୯୬୦୯୬୯

Post a Comment

Previous Post Next Post