ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୩୦/୧୧/୨୦୨୫ :- ଆଜି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କମାଶାସନ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି |ମୃତ ବୃଦ୍ଧଙ୍କ ୨ ଝିଆ ଓ ଜଣେ ବିଧବା ବୋହୁଙ୍କ ମଧ୍ୟରେ ମୃତ ବୃଦ୍ଧଙ୍କ ସଂଚିତ ୪ ଲକ୍ଷ ତାଙ୍କ ପାଇଁ ପାରିବାରିକ ବିବାଦ ଲାଗି ରହିଥିବା ବେଳେ ଗ୍ରାମବାସୀ ମାନେ ଦୁଇ ଝିୟାଙ୍କୁ ଗ୍ରାମରରେ ବାଛନ୍ଦ ରଖିଥିବା ଯୋଗୁ ଦୁଇ ଝିୟାଙ୍କ ଜିଡିକି ବାଛନ୍ଦ ନ ହଟିବ ପର୍ଯ୍ୟନ୍ତ ଓ ତାଙ୍କ ନ ମିଳିବ ପର୍ଯ୍ୟନ୍ତ ଶବ ଗ୍ରାମରୁ ଉଠିବା ନାହିଁ | ଏହି ବିବାଦ କାରଣରୁ ବୃଦ୍ଧାଙ୍କ ଶବ ହେଲେ ହନ୍ତସନ୍ତ,ଦିର୍ଘ ୨୪ ଘଣ୍ଟା ହେଲା ଗାଁ ର ଗୋଟିଏ ଘରେ ଜଣେ ବୃଦ୍ଧାଙ୍କ ଶବ ପଡ଼ିରହିଥିବା ବେଳେ ଶବ ସତ୍କାର କରିବା ପାଇଁ ଆସିଲେନି ଗ୍ରାମବାସୀ ଓ ବନ୍ଧୁ ପରିଜନ l ମୃତ ବୃଦ୍ଧା ଜଣଙ୍କ ୬୫ ବର୍ଷୀୟ ଏସ. ରତ୍ନାଳୁ ରେଡ୍ଡୀ ହୋଇ ଥିବା ବେଳେ ପାରିବାରିକ କଳହ ଓ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଶବ ସତ୍କାର ହୋଇ ପାରୁ ନଥିବା ଗାଁ ଲୋକେ ଓ ପୋଲିସ କହୁଥିବା ବେଳେ ସାମାଜିକ ବାସନ୍ଦ ଯୋଗୁଁ ଗାଁ ରୁ ଶବ ଉଠୁନଥିବା କହିଛନ୍ତି ପରିବାର ଲୋକେ l ତେବେ ୨୪ ଘଣ୍ଟା ହେଲା ଘରେ ଶବ ପଡ଼ିରହିବା ଘଟଣାର କାରଣ ସନ୍ଦେହ ଘେରରେ ଥିବା ବେଳେ ଧରାକୋଟ ପୋଲିସ ଗାଁ ରେ ପହଞ୍ଚି ବୁଝାସୁଜା କରି ଶବ ସତ୍କାର ପାଇଁ ରାଜି କରାଇଥିଲେ l ବୁଝାସୁଝା ପରେ ପରିବାର ଲୋକେ ଓ ଗାଁ ଲୋକେ ଉଭୟେ ଶବ ସତ୍କାର ପାଇଁ ରାଜି ହୋଇ କିଛି ଲୋକଙ୍କ ମାଧ୍ୟମରେ ଶବ ସତ୍କାର ପାଇଁ ନିୟ ଯାଇଥିବା ନଜରକୁ ଆସିଛି l
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା
ମୋବାଇଲ-୯୯୩୮୯୬୦୯୬୯


