ଧରାକୋଟ ବ୍ଲକ ପରିସର ମଧ୍ୟରେ ନିଆଁ ଲିଭା ସଚେତନ କାର୍ଯ୍ୟକ୍ରମ

 


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୦୨/୧୨/୨୦୨୫:-ଆଜି ଧରାକୋଟ ଅଗ୍ନି ଶ୍ରମ ବାହିନୀଙ୍କ ଦ୍ୱାରା ବ୍ଲକ ପରିସର ମଧ୍ୟରେ ନିଆଁ ଲିଭା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଉକ୍ତ କାର୍ଯ୍ୟ କ୍ରମରେ  ସି.ଡି.ପିଓ ଙ୍କ ନିର୍ଦେଶ  କ୍ରମେ ସମସ୍ତେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ସେହି ସଚେତନ ସ୍ଥଳରେ ବ୍ଲକର ସି.ଡି.ପିଓ, ସମସ୍ତ ସୁପରବାଇଜର,ସମସ୍ତ ଅଙ୍ଗନବାଡି କର୍ମୀ,ସମସ୍ତ ଅଙ୍ଗନବାଡି ସହାୟିକା ମାନେ ଉପସ୍ଥିତ ରହି ଘରେ ରୋଷାଇ ସମୟରେ ଯଦି ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଏ ତେବେ କିଭଳି ଲିଭାଇବେ ଶିଖିଥିବା ଦେଖିବାକୁ ମିଳିଛି | ଉକ୍ତ ସଚେତନ କାର୍ଯ୍ୟ କ୍ରମରେ ଧରାକୋଟ ଅଗ୍ନିଶ୍ରମ କେନ୍ଦ୍ର ଉପ ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ, ଅଗ୍ନି ବୀର ଏସ.ରଥ,କେ.ସି.ପ୍ରଧାନ,ଏ.ଦଳେଇ,ଯେ.ମଝି,ପି.କେ.ସ୍ୱାଇଁ ଉପସ୍ଥିତ ରହି ସଚେତନ କରାଇଥିବା ଦେଖିବାକୁ ମିଳିଛି | ଶ୍ରୀ ସାହୁ ନିଆଁ ଲିଭାଇ ବାର ୫ଟି କୌଶଳ ୧- ଟିପା ସାହାଯ୍ୟରେ, ୨-ଓଦା ଚାଦର ସାହାଯ୍ୟରେ,୩- ବାଲ୍ଟି ସାହାଯ୍ୟରେ.୪-ନିଆଁ ଲିଭା ଗ୍ୟାସ ସାହାଯ୍ୟରେ ଓ ରେଗୁଲେଟର ବନ୍ଦ କରି କିଭଳି ନିଆଁ ଲିଭାଇବେ ଦେଖାଇଥିଲେ | ସେହି ସଚେତନ କାର୍ଯ୍ୟକ୍ରମରେ କର୍ମୀ ମାନେ ଉପସ୍ଥିତ ରହି ନିଆଁ କିଭଳି ଲିଭାଇବେ ସିଖୀ ଗ୍ରାମାଞ୍ଚଳରେ ବାସକରୁଥିବା ମହିଳା ମାନଙ୍କୁ ଶିଖାଇବେ ବୋଲି ସମସ୍ତ କର୍ମୀ କହିବା ସହ ବ୍ଲକ ସି.ଡି.ପିଓ ମେଡମଙ୍କୁ ଓ ସମସ୍ତ ଅଗ୍ନିଶ୍ରମ ଅଧିକାରୀଙ୍କୁ ଧନ୍ୟବାଦ ଜାଣିଥିଲେ |

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

      ମୋବାଇଲ-୯୯୩୮୯୬୦୯୬୯

Post a Comment

Previous Post Next Post