ପିପୁଲ୍ସ କଲେଜର ୟୁଥ୍ ରେଡ୍ କ୍ରସ୍ ଏବଂ ରେଡ୍ ରିବନ୍ କ୍ଲବ୍ ପକ୍ଷରୁ ବିଶ୍ବ ଏଡସ୍ ଦିବସ ପାଳିତ

 


(ମୋ ନ୍ୟୁଜ ଓଡ଼ିଶା)

ବୁଗୁଡ଼ା,୦୧/୧୨(ସୋରେନ କୁମାର ପ୍ରଧାନ):  ସ୍ଥାନୀୟ ପିପୁଲ୍ସ କଲେଜର ୟୁଥ୍ ରେଡ୍ କ୍ରସ୍ ଏବଂ ରେଡ୍ ରିବନ୍ କ୍ଲବ୍ ପକ୍ଷରୁ ମିଳିତ ଭାବେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି । କଲେଜ ପରିସରରେ ଭାରପ୍ରାପ୍ତ ଅଧ୍ଯକ୍ଷ ଡ.ହିମାଂଶୁ ଶେଖର ରଥଙ୍କ ସଭାପତିତ୍ବରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ଅଧ୍ୟାପକ ଲୋକନାଥ ବେହେରା ଯୋଗଦେଇ ସ୍ବେଛାସେବୀଙ୍କୁ ଏଡସ୍ ସଚେତନତା ଦିଗରେ ସେମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।  ଏ ଅବସରରେ ୟୁଥ୍ ରେଡ୍ କ୍ରସ୍ ସଂସ୍ଥାର ଉପଦେଷ୍ଟା ପବିତ୍ର ଖଣ୍ଡୁଆଳଙ୍କ  ତତ୍ତ୍ୱାବଧାନରେ ସ୍ବେଚ୍ଛାସେବୀଙ୍କ ଦ୍ବାରା ନିକଟସ୍ଥ ଗ୍ରାମରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ କାର୍ଯ୍ୟକ୍ରମର ପରିଶେଷରେ ସ୍ବେଚ୍ଛାସେବୀ ସୋମିତ୍ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post