ଆଜି ଗଂଜାମ ଜିଲ୍ଲା ବଡ଼ଗଡ଼ ନିକଟରେ ଏକ ବିରାଟ ଗୋ ଚାଲାଣ କାରି ଦଳକୁ ବଡ଼ଗଡ଼ ଥାନା ଅଧିକାରୀ ଶ୍ରୀ ସୁବ୍ରଜିତ ସାମନ୍ତରାୟଙ୍କ ନିର୍ଦେଶ କ୍ରମେ ତମାମ ବଡ଼ଗଡ଼ ପୋଲିସଙ୍କ ମିଳିତ ଭାବେ ଗୋ ଚାଲାଣ କାରି ଦଳକୁ ଧରି ଥାନାରେ ରଖିଥିବା ଦେଖିବାକୁ ମିଳିଛି | ଚାରିଜଣ ଗୋ ଚାଲାଣ କାରୀ ପ୍ରାୟ ୨୦୦ରୁ ଅଧିକ ଗାଈ,ବଳଦ ଓ ବାଛୁରୀ ମାନଙ୍କୁ ସୋରଡ଼ା ପଟରୁ ମୋହନା ଅଭିମୁଖେ ନେଉଥିବା ଜଣାପଡିଛି | ବାରମ୍ବାର ସରକାରଙ୍କ ତାଗିଦ,ଗୋ ସେବକ ମାନଙ୍କ ଦବାଵ ସତ୍ୱେ କିଭଳି ଏହି ଗୋ ଚାଲାଣ କାରୀମାନଙ୍କ ଭୟ ନାହିଁ କାହା ସାହସରେ ଏମାନେ ଚାଲାଣ କରୁଛନ୍ତି ଏହାର ପୁଙ୍ଖନୁ ପୁଙ୍ଖ ତଦନ୍ତ ନିହାତି ଆବଶ୍ୟକ | ଆମେ ହିନ୍ଦୁ ମାନେ ଗାଈଙ୍କୁ ଗୋ ମାତା କହୁଥିଲା ବେଳେ ଏମାନେ କିଭଳି ଏତେ ମାତ୍ରାରେ ଗୋ ମାତା ମାନଙ୍କୁ କଟଲ ଖାନାକୁ ପଠାଉଛନ୍ତି, ଯେଉଁମାନେ ଏହି ମାନଙ୍କୁ ବିକୁଛନ୍ତି ସେମନେବି ଧନ୍ୟ ଯେ ସେମାନେ ତାଙ୍କର ମାତାକୁ ବି ବିକିବାକୁ ବି ପଛାଉନାହାନ୍ତି |ଏହି ସମସ୍ତ ଘଟଣାରେ ଯେଉଁ ମାନେ ସାମିଲୀ ଅଛନ୍ତି ସମସ୍ତଙ୍କୁ କଠୋର ରୁ କଠୋର ଶାସ୍ତି ଦେବା ଦରକାର ବୋଲି ଚର୍ଚା ହେଉଥିବା ବେଳେ ଯେଉଁମାନେ ମୂଳ ଦୋଷୀ ସେମାନଙ୍କୁ ତୁରନ୍ତ ଧରିବା ନେଇ ଦାବି ଉଠିବା ସହ ସମସ୍ତଙ୍କୁ ପୋଲିସ କେବେ ଧରିବେ ତାହା ଦେଖିବାକୁ ବାକି ରହିଛି |ଉକ୍ତ ଉଦ୍ଧାର ଗାଈ ମାନଙ୍କ ରକ୍ଷଣା ବେକ୍ଷଣ ପାଇଁ ଟ୍ରକ ସାହାଯ୍ୟରେ ଦିଗପହଣ୍ଡି ସ୍ତିତ ଗୋ ସାଲାକୁ ପଠା ଯାଇଥିବା ଦେଖିବାକୁ ମିଳିଛି | ପୋଲିସ ମାନଙ୍କ ଏଭଳି କାର୍ଯ୍ୟକୁ ସାରା ଅଞ୍ଚଳରେ ଲୋକେ ପ୍ରଶଂସା କରୁଥିବା ବେଳେ କେବେ ଗୋ ମାତାଙ୍କୁ ସୁରକ୍ଷା ମିଳିବ ଏକ ବଡ଼ ପ୍ରଶ୍ନ?
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋବାଇଲ-୯୯୩୮୯୬୦୯୬୯


