ମଛାକୋଟ ପଞ୍ଚାୟତରେ ଚାଉଳ ଦୁର୍ନୀତି ତଦନ୍ତ ବେଳେ ଧରାପଡିଲା ସତ ମିଳିଲା ସୂଚନା |


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୦୪/୧୨/୨୦୨୫ :- ଧରାକୋଟ ବ୍ଲକ ସ୍ଥିତ ମଛାକୋଟ ପଞ୍ଚାୟତରୁ  ଆସିଥିବା ରାସନ ଚାଉଳ ଦୁର୍ନୀତିର ଚେର ବହୁତ ଲମ୍ବିଥିବା ଆଜି ସୂଚନା ମିଳିଛି | ମିଳିଥିବା ସୂଚନା ଅନୁସାରେ ପଞ୍ଚାୟତକୁ ଆସୁଥିବା ଚାଉଳ ଦୁର୍ନୀତିକୁ ତଦନ୍ତ ପାଇଁ ଆସିଥିବା ସହକାରୀ ସିଭିଲ୍ ସପ୍ଲାଇ ଅଧିକାରୀ ଓ ବ୍ଲକର ନୂତନ ଯୋଗାଣ ଅଧିକାରୀଙ୍କ ଆଗରେ ମଛାକୋଟ ଯୋଗାଣ ସହାୟକ ନିଜ ଭୁଲ ସ୍ୱୀକାର କରିଥିବା ବେଳେ କହୁ କହୁ ଅନେକ ଗୁମର ଖୋଲିଦେଇଛନ୍ତି |ସେ କହିଛନ୍ତି ମୋର କିଛି ଦୋଷ ନାହିଁ ମୁ ଏଭଳି କରିବା କାରଣ ବିଗତ କିଛି ଦିନହେବ ଯେଉଁ ଚାଉଳ ଆମ ପଞ୍ଚାୟତ ପାଇଁ ଆସୁଥିଲା ସେଥି ମଧ୍ୟରେ  ଅନେକ ଚାଉଳ ପେକେଟ ଓଜନରେ କମ ଆସୁଥିଲା କମ  ଆସୁଥିବା ପ୍ରମାଣ ପାଇବା ପରେ ତାହାର ସୂଚନା ବ୍ଲକ ଯୋଗାଣ ଅଧିକାରୀଙ୍କୁ ଓ ଚାଉଳ ପଠାଉଥିବା ଡ଼ିଲରଙ୍କୁ ଜଣାଇଥିଲି ବୋଲି କହିବା ସହ ସମସ୍ତ ପ୍ରମାଣର ଫୋଟୋ ଦେଖାଇଥିଲେ  ଓ ତାଙ୍କ ସରକାରୀ ସୋସିଆଲ ମିଡିଆରେ ଛାଡିଥିବା କଥା ନିଜେ ଯୋଗାଣ ସହାୟକ ତଦନ୍ତ କରି ଅଧିକାରୀଙ୍କୁ ଜଣାଇଥିଲେ | ସେ ପୁରୁଣା ବ୍ଲକ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟାରେ କହିଥିଲେ ଏମିତି ଆସିବ, ଯେତେବେଳେ ଚାଉଳ ଗୋଦାମରୁ ବାହାରେ ସମ୍ପୂର୍ଣ ଗାଡି ସହ ଓଜନ କରି ଛଡାଯାଏ, ଏହି ପ୍ରତିକ୍ରିୟା ଶୁଣି ଯୋଗାଣ ସହାୟକ ନାରାୟଣ ପ୍ରଧାନ ବିଶ୍ୱାସ କରି ନୀରବରେ ରହିଗଲେ ମାତ୍ର କାଳକ୍ରମେ କିଛି ଷ୍ଟକ ଧୀରେ ଧୀରେ କମିବାକୁ ଲାଗିଲା, ଏହି କଥାବି ତାଙ୍କ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଗୋଚର କରିଥିଲେ ମାତ୍ର ତାଙ୍କ କଥା କେହି ଶୁଣି ନଥିବା କହିଥିଲେ | ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଉଳ ଓଜନ କମ ଆସିବାରୁ ତାଙ୍କ ଗୋଦାମରୁ ଧୀରେ ଧୀରେ ଚାଉଳ କମିବାରୁ ସେ ବାଧ୍ୟ ହୋଇ ମୃତ ବ୍ୟକ୍ତି ମାନଙ୍କ, ପ୍ରବାସୀ ଓ ଶାଶୂଘର ଚାଲି ଯାଇଥିବା ଲୋକ ମାନଙ୍କ ଚାଉଳ ଉଠାଇ ଅନ୍ୟ କାର୍ଡ ଧାରକଙ୍କୁ ଦେଇଥିବା ପ୍ରକାଶ କରିଛନ୍ତି |ଖବର ଥାଉକି ମଛାକୋଟ ପଞ୍ଚାୟତରେ ବିଗତ ୪ବର୍ଷ ମଧ୍ୟରେ ୧୩୩ ଜଣ ମୃତ ବ୍ୟକ୍ତି ମାନଙ୍କ ଓ ଶାଶୁ ଘର ଚାଲି  ଯାଇଥିବା ଅନେକ ଝିଆ ମାନଙ୍କ ନାମ ତାଲିକାରୁ କଟା ଯାଇନଥିବା ସୂଚନା ମିଳିଛି | ସୂଚନା ଥାଉ ଯଦି ଏତେ ମାତ୍ରାରେ ମୃତ ଓ ଶାଶୂଘର ଚାଲି ଯାଇଥିବା ଲୋକଙ୍କ ନାମ ତାଲିକା ଭୁକ୍ତ ଅଛି ତେବେ ଏତେ ମାତ୍ରାରେ ଚାଉଳ ନେଉଛି କିଏ ? ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନ | ଏହା ସାଧାରଣ ଲୋକଙ୍କ ପ୍ରତି ବହୁତ ବଡ ଅନ୍ୟାୟ ହୋଇଥିବା ସୂଚନା ମିଳିଛି, ଖବର ଥାଉକି ଯଦି ଲୋକମାନେ ରାସନ କାର୍ଡ ଖେଣ୍ଡେ ପାଇବା ପାଇଁ ବର୍ଷ ବର୍ଷ ଅପେକ୍ଷା କରି ରହିଥିଲେବି ଏହି କାରଣରୁ ଖେଣ୍ଡେ କାର୍ଡ ପାଇବା ସମ୍ଭବ ହୋଇ ପାରୁନାହିଁ |ତଦନ୍ତ କାରି ଦଳ ଆଜି କିଛି ମୃତ ପରିଜନ ଓ ପ୍ରବାସୀ ପରିଜଣଙ୍କ ସହ କଥାବାର୍ତା ହୋଇ ଲିଖିତ ଆକାରରେ ଅଭୂଜିଗ ପତ୍ର ଗ୍ରହଣ କରିଥିବାବେଳେ ମଛାକୋଟ ସରପଞ୍ଚ ଓ ସମିତି ସଭ୍ୟ ଲିଖିତ ଭାବେ ଅଭିଯୋଗ ତାଙ୍କ ଯୋଗାଣ ସହାୟକଙ୍କ ବିରୁଦ୍ଧରେ ଦେଇଥିବା ଦେଖିବାକୁ ମିଳିଛି |ଆସିଥିବା ସହକାରୀ ସିଭିଲ୍ ସପ୍ଲାଇ ଅଧିକାରୀ ଓ ବ୍ଲକର ନୂତନ ଯୋଗାଣ ଅଧିକାରୀଙ୍କୁ ଏହାର ନିର୍ଣ୍ଣାୟକ ଫଳ କଣ ହେବ ପଚାରିବାରୁ ତାହା ଜିଲ୍ଲାପାଳ ନିଷ୍ପଟିନେବେ କହି କୌଣସି ସୂଚନା ଦେଇନଥିଲେ | ଅନ୍ୟ ପଟେ ଯଦି ଡିଲର ସହ ସହ କେଜି କମ ଚାଉଳ ପ୍ରତେକ ମାସ ସମସ୍ତ ପଞ୍ଚାୟତକୁ ପଠାଉଛନ୍ତି ତେବେ ଯୋଗାଣ ସହାୟକ ମାନେ ଦେବେ କୋଉଠୁ ? ଏହି ସମସ୍ୟା କେବଳ ଗୋଟିଏ ପଞ୍ଚାୟତର ନୁହେଁ ସମସ୍ତ ପଞ୍ଚାୟତରେ ସମାନ ଘଟଣା ଘଟିଥିବ ବୋଲି ସାଧାରଣରେ ଚର୍ଚା ହେଉଥିବା ବେଳେ ଏହା ସହ ଜଡିତ ସମସ୍ତ ବିଭାଗର ପୁଙ୍ଖନୁ ପୁଙ୍ଖ ନିରପେକ୍ଷ ତଦନ୍ତ କରିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି |

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

      ମୋବାଇଲ-୯୯୩୮୯୬୦୯୬୯

Post a Comment

Previous Post Next Post