ବାଲିପଦରରେ ମା' ମହାଲକ୍ଷ୍ମୀଙ୍କ ପୂଜା ଉତ୍ସବ ଆରମ୍ଭ


(ମୋ ନ୍ୟୁଜ ଓଡ଼ିଶା)

ବୁଗୁଡା,୨୮/୧୧(ସୋରେନ କୁମାର ପ୍ରଧାନ):ବାଲିପଦର ବଣିକ ସଂଘ ଓ ଶ୍ରୀରାମ ପରିବା ବଜାର ସଂଘର ମିଳିତ ଆନୁକୂଲ୍ୟରେ ବସଷ୍ଟାଣ୍ଡ ଠାରେ ମା' ମହାଲକ୍ଷ୍ମୀଙ୍କ ପୂଜା ଉତ୍ସବ ଆରମ୍ଭ ହୋଇଯାଇଛି । ଏ ଅବସରରେ ପୁରୋହିତ ଜଗନ୍ନାଥ ଶତପଥୀ , ପ୍ରଦୀପ ଖାଡ଼ଙ୍ଗା, ବଳରାମ ତ୍ରିପାଠୀ ପ୍ରମୁଖ ଯଥା ରୀତିନୀତି ପ୍ରକାରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ତ୍ରିନାଥ ସାସମଲ ଦାୟିତ୍ବ ନିର୍ବାହ କରିଥିଲେ  । ଉକ୍ତ କାର୍ଯ୍ୟକ୍ରମକୁ ପୂଜା କମିଟିର ସଭାପତି ନାରାୟଣ ସାମନ୍ତରା ଓ ସମ୍ପାଦକ ରାଜେନ୍ଦ୍ର ମହାରଣା ଏବଂ କର୍ମକର୍ତ୍ତାଗଣ ପରିଚାଳନା କରିଥିବା ବେଳେ ବଣିକ ସଂଘ ସଭାପତି ଲକ୍ଷ୍ମୀ ନାରାୟଣ ନାୟକ ଓ ପରିବା ବଜାର ସଂଘ ସଭାପତି ରଙ୍କନିଧି ପୋଲେଇଙ୍କ ସମେତ ସଂଘ ଦ୍ବୟର ସଦସ୍ୟମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ । ଏହି ପୂଜା ଉତ୍ସବ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ପ୍ରକାଶ ପାଇଛି ।

Post a Comment

Previous Post Next Post