ମଛାକୋଟ ପଞ୍ଚାୟତରେ ଭୁତ ଖାଉଛି ରାସନ ନା ଆଉ କିଏ?


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୨୬/୧୧/୨୦୨୫ :- ଧରାକୋଟ ବ୍ଲକ ସ୍ଥିତ ମଛାକୋଟ ପଞ୍ଚାୟତରେ ଘଟିଥିବା ରାସନ ଦୁର୍ନୀତି ଚରମ ସୀମାରେ ପହଁଚିଥିବେ ବେଳେ ପ୍ରଶାସନକୁ ଗୁହାରି କରିଥିଲେବି ନିରବ ଦ୍ରଷ୍ଟା ସାଜିଥିବା କ'ଣ କାରଣ ହୋଇପାରେ ବର୍ତମାନ ସୁଦ୍ଧା ଜଣାପଡ଼ିନଥିବା କହିଛନ୍ତି ଉପଭୋକ୍ତା | ସୂଚନା ମୁତାବକ ମଛାକୋଟ ପଞ୍ଚାୟତରେ ଅନେକ ମୃତ ବ୍ୟକ୍ତି ଓ ପ୍ରବାସୀ ମାନଙ୍କ ନାମରେ ସେମାନେ ହେଲେ ମୃତ ମାଗି ଡାକୁଆ,ବଂଚ ନାୟକ ପ୍ରବାସୀ ସୁଲତା ମୁନି,ନାମିତ ଗୌଡ଼,କୁନି ପ୍ରଧାନ, ନନ୍ଦିନୀ ସତ୍ପଥୀ ସମେତ ଅନେକଙ୍କ ଚାଉଳ ଉଠା ଯାଉଥିବା ସୂଚନା ଓ ୭୦ବର୍ଷରୁ ଅଧିକ ଇ.ଶ୍ରମ କାର୍ଡ  ଧାରୀଙ୍କ ନାମରେ ରାସନ କାର୍ଡ କରି ରାସନ ଉଠା ଯାଉଥିବା ସୂଚନା ସ୍ଥାନୀୟ ସରପଞ୍ଚ ମଙ୍ଗୁଲୁ ପତ୍ର ଲିଖିତ ଆକାରରେ ତା-୩୦/୦୮/୨୦୨୫ରିଖ ଦିନ ଧରାକୋଟ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀଙ୍କୁ ଓ ଧରାକୋଟ ଜଣ ଶୁଣାଣି ବେଳେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେବି ବାର୍ତ୍ଣାନ ସୁଦ୍ଧା ତାହାର ଫଳ ଶୂନ୍ୟ ଥିବା ସୂଚନା ମିଳିଛି |ତମାମ ଘଟଣାର ତଦନ୍ତ କରି ତାହାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଧରାକୋଟ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଗତ ୨୧/୧୧/୨୦୨୫ ଶୁକ୍ରବାର ଦିନ ମଛାକୋଟ ପଞ୍ଚାୟତ ଭାବନା ଠାରେ ପଞ୍ଚାୟତ କମିଟି,ପଞ୍ଚାୟତ କର୍ମଚାରୀ,ଯୋଗାଣ ସହାୟକ ଓ ଅଭିଯୋଗ ଦେଇଥିବା ଲୋକଙ୍କ ସହ ପ୍ରାୟ ୨ଘଣ୍ଟା ଧରି ଆଲୋଚନା କରି ଯୋଗାଣ ସହାୟକକୁ ପଚାରି ଜାଣିବାକୁ ପାଇଥିଲେଯେ ପାଇଥିବା ଅଭିଯୋଗ ସମ୍ପୂର୍ଣ ସତ୍ୟ ସେ ଭୁଲ କରିଥିବା କଥା ଯୋଗାଣ ସହାୟକ ମାନିଥିବା କଥା ଜାଣି କିଭଳି ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ନିୟ ଯାଉନାହିଁ ତାହା ଏକ ବଡ ପ୍ରଶ୍ନ |କାହା ଡରରେ ନା ଆଉ କୌଣସି କାରଣ ଅଛି ଜାଣି ନଥିବା କହିଥିଲେ ଅଭିଯୋଗ କରି |

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନିଯୁଜୁ ଓଡିଶା

   ମୋବାଇଲ-୯୯୩୮୯୬୦୯୬୯

Post a Comment

Previous Post Next Post