ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୨୬/୧୧/୨୦୨୫ :- ବଡ଼ଗଡ଼ ଥାନା ଅନ୍ତର୍ଗତ ଜାଳି ଗ୍ରାମ ନିକଟସ୍ଥ ବେଆଇନି ଇଟା ଭାଟିରେ ଚାଲିଲା ବୁଲଡୋଜର |ପରିବେଶ ଅସନ୍ତୁଳନ ଓ ମୃତିକା ଖୟ କାରଣରୁ ସୂଚନା ମୁରବାକ ଧରାକୋଟ ତହସିଲଦାରଙ୍କ ତତ୍ୱାବଧାନରେ ଅତିରିକ୍ତ ତହସିଲଦାର,ବଡ଼ଗଡ଼ ଥାନା ଅଧିକାରୀ,ମାଣିକ୍ୟପୁର ରାଜସ୍ବ ନିରୀକ୍ଷକ,ଅତିରିକ୍ତ ରାଜସ୍ବ ନିରୀକ୍ଷକଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଜାଳି ଗ୍ରାମ ନିକଟରେ ବହୁ ଦିନ ଧରି ଗଢି ଉଠିଥିବା ପ୍ରସନ୍ନ ଚୌଧୁରୀ ଓ ତାଙ୍କ ସହଯୋଗୀ ବାବୁଲା ପାଢ଼ୀଙ୍କ ବେଆଇନି ଇଟା ଭାଟିକୁ ଆଜି ବୁଲଡୋଜର ଚଳାଇ ପ୍ରଶାସନ ଭାଙ୍ଗିଥିବା ଦେଖିବାକୁ ମିଳିଛି ଯେଉଁଥିରେ ପ୍ରାୟ ଏକ ଲକ୍ଷ ପାଖାପାଖି ଇଟା ନଷ୍ଟ ହୋଇଥିବା ଜଣାପଡିଛି |ପ୍ରଶାସନର ଏଭଳି ପଡ଼େକ୍ଷେପ ଦେଖି ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ଇଟା ମାଲିକଙ୍କ ମନରେ ଛନକା ପଶିଥିବା ସୂଚନା ମିଳିଛି | ଚଳିତ ବର୍ଷ ଏହି ବେଆଇନି ଇଟାଭାଟି ପ୍ରଥମରେ ଭଙ୍ଗା ଯାଇଥିବା ବେଳେ ଏଭଳି ଅନେକ ବେଆଇନି ଇଟା ଭାଟି ମାଲିକଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାହା ବେଖିବାକୁ ବାକି ରହିଲା |ଉକ୍ତ ଘଟଣାର ପ୍ରତିକ୍ରିୟା ନେବାପାଇଁ ଚାହିଁନିଥିଲେବି ତହସିଲଦାରଙ୍କ କୌଣସି ପ୍ରତିକ୍ରିୟା ଆମ ହସ୍ତଗତ ହୋଇନାହିଁ |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା
ମୋବାଇଲ-୯୯୩୮୯୬୦୯୬୯


