ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଧାନ ସଭା ସ୍ତରୀୟ ବନ୍ଦେ ମାତରଂ ଓ ଆତ୍ମନିର୍ଭର ଭାରତ ଅଭିଯାନ ସଂକଳ୍ପ |


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ପାଟପୁର ୨୪/୧୧/୨୦୨୫:- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଧାନ ସଭା ସ୍ତରୀୟ ବନ୍ଦେ ମାତରଂ ଓ ଆତ୍ମନିର୍ଭର ଭାରତ ଅଭିଯାନ ସଂକଳ୍ପ ଉଛବ ପାଳିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମ ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ପାଟପୁର ସ୍ଥିତ ତୈଲିକ ସମାଜ କୋଠଘର ଠାରେ  ଅନୁଷ୍ଠିତ ହୋଇଥିଲା ।ମାଣିକ୍ୟପୁର ମଣ୍ଡଳ ପ୍ରତିନିଧି  ଶଙ୍କର ପାଣିଗ୍ରାହୀ ସମସ୍ତ ଅତିଥି ମାନଙ୍କ ସ୍ୱାଗତ ସାନମାନିତା ଓ ଦୀପ ପ୍ରଜ୍ୱଳିତ ପରେ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି | ଉକ୍ତ ସମ୍ବିଳନିରେ ଓଡ଼ିଶା ବିଜେପି ରାଜ୍ୟ ସମ୍ପାଦକ ପୃଥିବୀ ରାଜ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିବା ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ସ୍ବଦେଶୀ ଜାଗରଣ ମଞ୍ଚ ର ସଦସ୍ୟ ପ୍ରସନ୍ନ ଛୋଟରାୟ, ଆତ୍ମ ନିର୍ଭର ଭାରତ ସଂଯୋଜକ ଶ୍ରୀକାନ୍ତ ମହାପାତ୍ର, ପ୍ରମୁଖ ଯୋଗଦେଇ କିପରି ଆତ୍ମନିର୍ଭରଶୀଳ ହୋଇ  ନିଜେ ସ୍ବାବଲମ୍ବୀ ହୋଇପାରିବେ କର୍ମୀ ମାନଙ୍କୁ  ବୁଝାଇଥିଲେ। ଡ଼ଃ ଶ୍ରୀମତୀ ସବିତା ସୁଆର କିଭଳି ଘରେ ଘରେ ସ୍ବଦେଶୀ ଜାଗରଣ ହୋଇପାରିବ କାର୍ଯ୍ୟକର୍ତ୍ତା ମାନଙ୍କୁ ବୁଝାଇଥିଲେ।ଶେଷରେ ଉତ୍ତମ ପାଣିଗ୍ରାହୀ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ସଂକଳ୍ପ ପତ୍ର ଦେଇ ଶପଥ ପାଠ କରାଇ ଥିଲେ | ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳର ସମସ୍ତ ମଣ୍ଡଳରୁ ପ୍ରାୟ ୫୦୦ରୁ ଉର୍ଧ କାର୍ଯ୍ୟକର୍ତା ଯୋଗଦେଇଥିବା ଦେଖିବାକୁ ମିଳିଛି |  ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଗଙ୍ଗାଧର ଭୂୟାଁ, ସନାତନ ନାୟକ, ସଞ୍ଜୟ ପ୍ରଧାନ, ମଣ୍ଡଳ ପ୍ରତିନିଧି ଶଙ୍କର ପାଣିଗ୍ରାହୀ,ଗରିବ ନାୟକ,ସୁଶାନ୍ତ ଖୁଣ୍ଟିଆ,ଧରାକୋଟ ବ୍ଲକ ଯୁବ ପ୍ରତିନିଧି ମାନସ ନାୟକ, ଓଲେମ୍ବୁ ସରପଞ୍ଚ ପ୍ରତିନିଧି ସମୀର ସ୍ୱାଇଁ.ଶିବ ଭାଇ,ରାଧାଦେଇପୁର ସରପଞ୍ଚ ଡି ରାକେଶ ପାତ୍ର ,ମଛାକୋଟ ନିୟା ସରପଞ୍ଚ ପିଣ୍ଟୁ ପ୍ରଧାନ,ଦ୍ଵିତୀକୃଷ୍ଣ ପ୍ରଧାନ,ସୁଦାମ ଗୌଡ଼,ବାହରପୁର ପଞ୍ଚାୟତ ହୃଷିକେଶ ପଣ୍ଡା,ପ୍ରଶାନ୍ତ ସ୍ୱାଇଁ, ଭାଗ୍ୟବାନ ଗୌଡ଼,ମନୋରଞ୍ଜନ ସାହୁ,ସୁବାସ ବାଡତ୍ୟା, ସିମାଞ୍ଚଳ ନାୟକ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଏବଂ ପ୍ରତ୍ୟକ ବୁଥ ସ୍ତରରୁ ବହୁ ବିଜେପି କର୍ମୀ ଓ ସାଧାରଣ ଜନସାଧାରଣ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା | ଶେଷରେ ମଣ୍ଡଳ ପ୍ରତିନିଧି ସୁକାନ୍ତ ଖୁଣ୍ଟିଆ ଧନ୍ୟବାଦ୍ ଜଣାଇ କାର୍ଯ୍ୟକ୍ରମ ଶେଷ କରିଥିଲେ |


ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନିଯୁଜୁ ଓଡିଶା

   ମୋବାଇଲ-୯୯୩୮୯୬୦୯୬୯

Post a Comment

Previous Post Next Post