ଭଞ୍ଜନଗର (ଚିନ୍ମୟ କୁମାର ବେବର୍ତ୍ତା) ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ କେନ୍ଦୁପଦର ଏବଂ ଜାତୀୟ ସେବା ଯୋଜନା ସହଯୋଗରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀଙ୍କ ଅଧ୍ୟକ୍ଷତାରେ ବାତଜ୍ୱର ରୋଗ ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ସରକାରଙ୍କ ପକ୍ଷରୁ ଆସନ୍ତା ଅଗଷ୍ଟ 10ରୁ 19 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାତଜ୍ଵର ନିରାକରଣ ଅଭିଯାନ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ସଫଳ ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ଏଣୁ ସମସ୍ତେ ଏଥିରେ ସାମିଲ ହେବାକୁ ଅଧ୍ୟକ୍ଷ ଶ୍ରୀ ବିଷୋୟୀ ଆହ୍ୱାନ ଦେଇଥିଲେ.ସେହିଭଳି ଜାତୀୟ ସେବା ଯୋଜନା ଅଧିକାରୀ ସିଲୁ ସେଠୀ,ସିଏଚଓ ଶିବାନୀ ତ୍ରିପାଠୀ,ସୋସିଆଲ ମୋବିଲାଇଜର ସତ୍ୟନାରାୟଣ ମିଶ୍ର ରୋଗର କାରଣ ଓ ନିରାକରଣ ସମ୍ପର୍କରେ କହିବା ସହ ଛାତ୍ରଛାତ୍ରୀଙ୍କୁ ନିଜେ ସଚେତନ ହୋଇ ଆଜିର ବାର୍ତ୍ତା ତୃଣମୂଳ ସ୍ତରରେ ପହଞ୍ଚାଇବା ନିମନ୍ତେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ.କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଅଭିଷେକ ବେହେରା, ବିତୀୟ ଅଧିକାରୀ ରୁଦ୍ର ମାଧବ ମହାନ୍ତି ଏବଂ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ.ସେହିଭଳି ଆସ୍କା ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ କାର୍ଡ ଅନୁଷ୍ଠାନର 09 ସ୍ୱେଚ୍ଛାସେବୀ ଫାଇଲେରିଆ ରୋଗ କାରଣ ଓ ନିରାକରଣ ପାଇଁ ସଚେତନତା ଜାରି ରଖିଛନ୍ତି.ଚଳିତ ବର୍ଷ ଆସ୍କା ବ୍ଲକରେ 95 ପ୍ରତିଶତ ଲୋକ ଯେପରି ଔଷଧ ସେବନ କରିବେ ସେଥି ନିମନ୍ତେ ବାଲିସିରା ସିଏଚସି ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି.ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ,ସ୍ୱାସ୍ଥ୍ୟକର୍ମୀ ଆଶା ଓ ଅଙ୍ଗନବାଡି କର୍ମୀ ଏବଂ ତାଲିମ୍ ପ୍ରାପ୍ତ ସ୍ୱେଚ୍ଛାସେବୀ ସାମିଲ ରହିଛନ୍ତି.
Tags:
ଆଞ୍ଚଳିକ.