ରୋଟାରୀ କ୍ଲବ ଦ୍ୱାରା ବନ୍ଧୁତା ଦିବସ ପାଳନ

 


ଭଞ୍ଜନଗର :(ଚିନ୍ମୟ କୁମାର ବେବର୍ତ୍ତା) ବନ୍ଧୁତ୍ୱ ଏମିତି ଏକ ସମ୍ପର୍କ ଯାହାକି ଈଶ୍ୱରଙ୍କ ବରଦାନ ଭଳି ପରିଲକ୍ଷିତ ହୁଏ। କେଁଉ ସମୟରେ କିଏ ଜୀବନରେ ଆସି ଅସରନ୍ତି ସ୍ନେହ ଦେଇଯାଇଥାଏ ତାହା କେବେ ବି ଭୁଲି ହୁଏନି। ମଣିଷ ନିଜ ଦୈନଦିନ ଜୀବନରେ ବା ସମାଜରେ ବଂଚିବା ପାଇଁ ହେଲେ ବନ୍ଧୁତା ନିତ୍ୟାନ୍ତ ଆବଶ୍ୟକ। ସେହିଭଳି ଏକ ନିଆରା ବନ୍ଧୁତ୍ୱର ପରିଭାଷା ଦେଖିବାକୁ ମିଳିଛି ଭଞ୍ଜନଗରରେ। ତିନୋଟି ସ୍ୱେଛାସେବୀ ସଂଗଠନ ଏକାଠି ହୋଇ ବହୁମୁଖୀ ଇଣ୍ଡୋର ଷ୍ଟାଡିଅମ ଠାରେ ବ୍ୟାଣ୍ଟାମୀଣ୍ଟନ ଖେଳ ଖେଳି ବନ୍ଧୁତ୍ୱ ଏକ ଭାବ ଆଦାନପ୍ରଦାନ କରି ଆନନ୍ଦଉଲ୍ଲାସରେ ବନ୍ଧୁତ୍ୱ ଦିବସ ପାଳନ କରିଛନ୍ତି। ରୋଟାରି କ୍ଳବ ସଭାପତି ରଞ୍ଜିତ କୁମାର ବାରିକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶୁଭେନ୍ଦୁ ରଞ୍ଜନ ରାୟ କାର୍ଯ୍ୟକ୍ରମର ଶୁଭ ଉଦ୍‍ଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଲଟ୍ରାଟେକ ସିମେଣ୍ଟର ଜିଲ୍ଲା ପରିଚାଳକ ସୁଶ୍ରୀ ଅୟିଶୋରୀୟ, ଜାଭିଅର ବିଦ୍ୟାଳୟର ଅଧକ୍ଷା ସୁନନ୍ଦିନୀ ସାହୁ, ପ୍ରାକ୍ତନ ଅଧକ୍ଷ କୃତିବାସ ବିଶ୍ୱାଳ, ଇଣ୍ଡୋର ଖେଳ ଶିକ୍ଷକ ବିଶ୍ୱମୋହନ ଅଚାରୀ, ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସନ୍ତୋଷ ଦଳବେହେରା, ବିପଦର ବନ୍ଧୁ ଅନୁଷ୍ଠାନର ସଭାପତି ବାଦଲ ତ୍ରିପାଠୀ ମଂଚାସୀନ ଥିଲେ। ବିପଦରେ ବନ୍ଧୁ ଅନୁଷ୍ଠାନର ଅରକ୍ଷିତ ପରିଛା ସଭା ପରିଚାଳନା କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ, କୋଷାଧକ୍ଷ ଶୁଭ୍ରାଂଶୁ ତ୍ରିପାଠୀ, ଭୁବନେଶ୍ୱର କ୍ଳବ ସଭାପତି ଅକ୍ଷୟ ପ୍ରଧାନ ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ ମାନଙ୍କୁ ପୁରସ୍କାର ପ୍ର୍‍ଦାନ କରିବା ସହ ବନ୍ଧୁତ୍ୱ କେକ କଟାଯାଇଥିଲା। ସେହିପରି ସମାଜସେବୀ ଶୂଳପାଣି ଶତପଥି ଖେଳାଳିଙ୍କୁ ବନ୍ଧୁତ୍ୱ ବଜାୟ ଏବଂ କାମ ବେଳେ କାମକର, ଖେଳ ବେଳେ ଖେଳ, ବାବଦରେ ଶପଥ ପାଠ କରାଇଥିଲେ। ରୋଟାରି କ୍ଳବ ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post