ମୋ ନିଯଜୁ ଓଡିଶା ମାଣିକ୍ୟପୁର ୦୭/୦୮/୨୦୨୫ ଶୁକ୍ରବାର:- ଗତ ରାତିରେ ମାଣିକ୍ୟପୁର ପଞ୍ଚାୟତ ସ୍ତିତ ଦୁର୍ଗାମାଧବପୁର ଗ୍ରାମର ଗୌଡ଼ ସାହିରେ ଏକ ଅକଳ୍ପନୀୟ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି | ଉକ୍ତ ଗ୍ରାମର ମିଟୁ ଗୌଡ଼ ନାମକ ଜଣେ ୪୦ ବର୍ଷୀୟ ଲୋକ ବାରିପଟ ଦେଇ ବହି ଯାଉଥିବା ହରଭଙ୍ଗୀ କେନାଲରେ ଶୌଚ ହେବାକୁ ଯାଇ ଭାସି ଯାଇଥିବା ଦେଖିବାକୁ ମିଳିଛି | ଘଟଣାଟି ୭ ତାରିଖ ସନ୍ଧ୍ୟା ୫ଘ. ସମୟରେ ଘଟିଥିବା ବେଳେ ପ୍ରାୟ ୧ କିଲୋମିଟର ପାଣି ସ୍ରୋତରେ ଭାସି ଯାଇ ମାଣିକ୍ୟପୁର ନିକରରେ ଥିବା କ୍ରସର ନିକଟରେ ଲାଗିଥିବା ଦେଖି ଗ୍ରାମବାସୀଙ୍କ ମିଳିତ ଭାବେ ଲୋକଟିର ଶବ ରାତ୍ର ୧୧ଘ. ସମୟରେ ଉଦ୍ଧାର କରିଥିବା ଜଣାପଡିଛି | ଉକ୍ତ ଜଣଙ୍କ ତାଙ୍କ ପରିବାରର ଏକ ମାତ୍ର ରାଜାଗର ସମ୍ପର୍ଣ ବ୍ୟକ୍ତି ଥିଲେ ତାଙ୍କର ୧ ଘିଆ ଓ ୨ ଛୋଟ ପୁଅ ଥିବା ବେଳେ ତାଙ୍କ ଘର ଚାଲିବା ବହୁତ ଅସୁବିଧା ବୋଲି ଗ୍ରାମ ବାସି ପ୍ରକାଶ କରିଥିଲେ | ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଥାନା ଆଧିକାରୀ, ସାମ୍ବାଦିକ ଓ ସ୍ଥାନୀୟ ସରପଞ୍ଚଙ୍କୁ ଜାଣିଥିଲେ , ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ତିତିରେ ଥାନା ଅଧିକାରୀଙ୍କ ନିର୍ଦେଶ ଅନୁସାରେ ଶାବଟିକୁ ରାତ୍ର ୨ଘ. ସମୟରେ ବଡ଼ଗଡ଼ ମେଡିକାଲ ନିଆଗଲା | ପର ଦିନ ଦିବା ୧୨ ଘଣ୍ଟା ବେଳେ ତାର ପଞ୍ଚନାମା କରି ଶବ ବ୍ୟବଛେଦ ପାଇଁ ଶବ ବାହିନୀ ଗାଡି ଯୋଗେ ପଠାଗଲା | ପଞ୍ଚନାମା ପାଇଁ ପୋଲିସର ମାତ୍ର ଧିକ ବିଳମ୍ବ ପାଇଁ ବଡ଼ଗଡ଼ ମେଡିକାଲରେ ରାତ୍ର ୨ଟା ରୁ ଅପେକ୍ଷା କରି ରହିଥିବା ସମ୍ପର୍କୀୟ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ | ଉକ୍ତ ଘଟଣା ଘଟିବା କାରଣ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କେନାଲ ଭିତର ଦୁଇ ପାର୍ଶ୍ୱରେ ତିଆରି କରିଯାଇଥବା ଗଡାଣିଆ କଂକ୍ରିଟି କାନ୍ଥ ଓ ଜୀବନ ନେଲା ଭଳି ତିଆରି ହୋଇଥବା ୱାଟର ଫଲ | ଉଲେଖ ଥାଉକି ଆଗରୁ ଉକ୍ତ ଘଟଣା ଭଳି ଅନେକ ଘଟଣା ହରଭଙ୍ଗୀ କେନାଲ ଭିତରେ ଘଟି ଆସିଥିବା ଦେଖିବାକୁ ମିଳିଛି, ଜାଗା ଜାଗାରେ ମଣିଷ ,ଗାଈ,ବଳଦ,ବାଛୁରୀ,ଛେଳି,କୁକୁର ଓ ଜଙ୍ଗଲ ଜୀବ ଭଳି ଅନେକ ଜୀବ ଜନ୍ତୁ ପାଣିରେ ଭାସି ଯାଉଥିବା ଦେଖିବାକୁ ମିଳିଛି ଏହି ସବୁ ଘଟଣା ପାଇଁ କେନାଲର ଭୁଲ ନିର୍ମାଣ ପାଇଁ ଦାୟୀ କରିଛନ୍ତି ଅଞ୍ଚଳ ବସି | ବହୁତ ଜାଗାରେ ବର୍ତମାନ ପର୍ଯ୍ୟନ୍ତ କେନାଲ ମରାମତି କାମ ନସାରିଥିବା ଦେଖିବାକୁ ମିଳିଥିବାବେଳେ ଢାଉପଦା ଗ୍ରାମ ମୁଖ୍ୟ କେନାଲ ୱାଟର ଫଲରେ ହିଡ଼ ନାହିଁ ତ ଠିକରେ ଶଙ୍ଖ ଟିଏ ନଥିବାରୁ ଲୋକମାନେ ବିଲକୁ ଯିବାପାଇଁ ବିପଦ ସଂକୁଳ ଅବସ୍ଥାରେ କେନାଲ ପର ହେବାକୁ ପଡୁଛି ଓ ସ୍ଵଂସନଟି କେନାଲ ଆରପାଖରେ ଥିବା ଯୋଗୁ ଶବ ସଂସ୍କାର କରିବା କଷ୍ଟକର ବୋଲି ଜଣାପଡିଛି |ଏହାର ବିହିତ ପ୍ରତିକାର ନକଲେ ଆଗାମୀ ଦିନରେ ଏହା ଜଣ ଆନ୍ଦୋଳନର ରୂପ ନେବା ବୋଲି ସ୍ଥାନିତ ଲୋକେ ପ୍ରକାଶ କରିଛନ୍ତି |
ମାଣିକ୍ୟପୁରରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯଜୁ ଓଡିଶା