(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)
ବ୍ରହ୍ମପୁର: ସ୍ଥାନୀୟ ବ୍ରହ୍ମାନଗର ତୃତୀୟ ଗଳି ଠାରେ ବରିଷ୍ଠ ଓକିଲ ସ୍ବର୍ଗତ ଅର୍ଜୁନ ପାତ୍ରଙ୍କ ବାସଭବନ ତରଫରୁ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ଶନିବାର ଦିନ ଓ ସୁନା ବେଶ ରବିବାର ଦିନ ମସମାରୋହରେ ପାଳିତ ହୋଇଯାଇଛି।ପ୍ରଥମେ ସ୍ବର୍ଗତ ପାତ୍ରଙ୍କ ସାନପୁଅ ଅନୁପ ପାତ୍ର, ବଡ଼ ପୁଅ ଆଶୁତୋଷ ପାତ୍ର ଓ ପରିବାର ଲୋକଙ୍କ ଦ୍ୱାରା ଛେରା ପହଁରା କରାଯାଇ ମହାପ୍ରଭୁଙ୍କୁ ରଥକୁ ଅଣାଯାଇଥିଲା।ଘଣ୍ଟ, ବାଦ୍ୟ, ବାଜା ସହ ସାହି ବାସିନ୍ଦଙ୍କ ସହାୟତାରେ ଜଗନ୍ନାଥଙ୍କ ରଥ ମହାସମାରୋହରେ ସାହି ପରିକ୍ରମା କରି ଗୁଣ୍ଡିଚା ମନ୍ଦିର ଠାରେ ପହଞ୍ଚିଥିଲା।ଏହି କାର୍ଯ୍ୟକ୍ରମରେ ସ୍ୱାଧୀନା ପାତ୍ର, ଭାସ୍କର ଦୋରା, ନିରଞ୍ଜନ ମହାନ୍ତି, ନିରୁପ ପଟନାୟକ, ସୁରେନ୍ଦ୍ର ପାଢ଼ୀ , ମିନତୀ ବେଵର୍ତା,ସୁଧୀରା ପାତ୍ର,ଦିପ୍ତିମୟୀ ପାତ୍ର,ମନମେଶ୍ୱର ପଟ୍ଟନାୟକ, ଦେବୋଦତ୍ତ ମହାନ୍ତି,ମଧୁଛନ୍ଦା ପଟ୍ଟନାୟକ, ଅର୍ପିତା ପାତ୍ର, ଅର୍ଚିତା ପାତ୍ର ଙ୍କ ସମେତ ବହୁ ବରିଷ୍ଠ ନାଗରିକ, ତଥା ବୁଦ୍ଧିଜୀବୀ ଏହି ବାହୁଡା଼ ଯାତ୍ରା ଓ ସୁନାବେଶରେ ସାମିଲ ହୋଇଥିଲେ..