ଭଞ୍ଜନଗର : ଜିଲୁଣ୍ଡିସ୍ଥିତ ମା’ବୈଷ୍ଣବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ତାଲୁକ ଆଇନ ସେବା କମିଟି ତରଫରୁ ଆଇନ ସଚେତନତା ଓ ୭୬ତମ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଏଡ଼ିଜେ ଶେଖ୍ ମହମ୍ମଦ କଏସ, ସିନିୟର ସିଭିଲ ଜର୍ଜ ଦେବାଶିଷ ବିଷୋୟୀ, ଉପ-ଜିଲ୍ଲାପାଳ ଉମା ଶଙ୍କର ବେହେରା, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ସହାୟକ ଜିଲ୍ଲାପାଳ ରାମକୃଷ୍ଣ ମହାପାତ୍ର, ତାଲୁକ ଆଇନ ସେବା କମିଟିର ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ, ସଦସ୍ୟ ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ରଜତ କୁମାର ଦାଶ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହିତ ସ୍ୱାକ୍ଷର ଅଭିଯାନରେ ନିଜର ସ୍ୱାକ୍ଷର ପ୍ରଦାନ କରିଥିଲେ। ପରେ ଜେ.ଜେ (ସି.ପି.ଟି) ଆକ୍ଟ ଏବଂ ବାଧ୍ୟତାମୂଳକ ଶିକ୍ଷା ଉପରେ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ତାଲୁକ ଆଇନ ସେବା କମିଟିର ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଚିନ୍ମୟ କୁମାର ବେବର୍ତ୍ତା, ପ୍ରଧାନ ଶିକ୍ଷୟିତ୍ରୀ ସରୋଜଲକ୍ଷ୍ମୀ ଦାସ, ପରିଚାଳନା କମିଟି ସଭାପତି ସିଂହାସିନି ପତି, ସଦସ୍ୟ ଗୋକୁଳ ନନ୍ଦ ପ୍ରଧାନ, ସମିତିସଭ୍ୟ ରଣ ବିଜୟ ପ୍ରଧାନ, ଶିକ୍ଷକ ସଞ୍ଜୟ ପ୍ରଧାନ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ଛାତ୍ରୀ ଯୋଗ ଦେଇଥିଲେ। ଶେଷରେ ପ୍ରଧାନଶିକ୍ଷୟତ୍ରୀ ସୁଶ୍ରୀ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା