ରକ୍ତଦାତା ହେଉଛନ୍ତି ଈଶ୍ୱରଙ୍କ ପ୍ରତିନିଧି


ଭଞ୍ଜନଗର  (ଭଞ୍ଜନଗର): ବିଜ୍ଞାନ ଯୁଗରେ ସବୁକଥା ମଣିଷ କରିପାରିଛି, କିନ୍ତୁୁ ରକ୍ତ ତିଆରି କାରଖାନା କରିପାରିନାହିଁ। ଯେତେ ବଡ଼ ଲୋକ ହୁଅନ୍ତୁ ନା କାହିଁକି, ସେ ରକ୍ତ ପାଇଁ ଆଉ ଜଣଙ୍କ ଉପରେ ନିର୍ଭର କରିଥାନ୍ତି। ଏଥିପାଇଁ ଲୋକଙ୍କ ମଧ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା ସୃଷ୍ଟି କରିବା ଜରୁରୀ ହୋଇପଡ଼ିଛି। ଅନେକ ରକ୍ତହୀନତା ରୋଗୀ ରକ୍ତ ନା ପାଇ ମୃତ୍ୟୁ ମୁଖରେ ପଡୁଛନ୍ତି। ତେଣୁ ଏହି ବିକଳ୍ପ ବିହୀନ ରକ୍ତ ଅଭାବ ଆମ ମାନଙ୍କ ମହୁମୂଲ୍ୟ ରକ୍ତଦାନ ଦ୍ୱାରା ହିଁ ପୂରଣ ହୋଇପାରିବ। ଅନେକ ସମୟରେ ବିଭିନ୍ନ ସଂଗଠନ ଦ୍ୱାରା ଆୟୋଜିତ ଶିବିର ମାଧ୍ୟମରେ ଯେଉଁ ରକ୍ତ ସଂଗ୍ରହ ହେଉଛି ତାହା ସମୁଦ୍ରକୁ ଶଙ୍ଖେ ପରି ହେଉଛି। କିନ୍ତୁ ଭଞ୍ଜନଗରସ୍ଥିତ କବିସମ୍ରାଟ ମିଡ଼ିଆ କ୍ଲବ ରକ୍ତ ସଂଗ୍ରହ କ୍ଷେତ୍ରରେ ସବୁବେଳେ ଆଖି ଦୃଶିଆ ହୋଇରହିଛି। ଏହିପରିପ୍ରେକ୍ଷୀରେ ଭଞ୍ଜନଗରସ୍ଥିତ କବି ସମ୍ରାଟ ମିଡ଼ିଆ କ୍ଲବ ତରଫରୁ ଭଞ୍ଜନଗର ପାତ୍ରକଲୋନୀସ୍ଥିତ ଜଗନ୍ନାଥ ରିସୋର୍ଟ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଯେଉଁଥିରେ କି ବହୁ ନୂତନ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। କବିସମ୍ରାଟ ମିଡ଼ିଆ କ୍ଲବର ସଭାପତି ପ୍ରଦୀପ ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ରକ୍ତଦାନ କାର୍ଯ୍ୟକ୍ରମ ହୋଇଥିଲା। ଆଜିର ଏହି ରକ୍ତ ଦାନ କାର୍ଯ୍ୟକ୍ରମରେ ରକ୍ତଦାତାମାନଙ୍କୁ ସମ୍ମାନ ଦେବା ସହ ପ୍ରମାଣପତ୍ର ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା। ଏହା ସହ ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଶିବିରରେ ଉଦ୍‍ଘାଟକ ଭାବେ ମୁଖ୍ୟଅତିଥି ଭାବେ ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦୁମ୍ନ କୁମାର ନାୟକ, ସମ୍ମାନିତ ଅତିଥିଭାବେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର, ଯୁବ କଂଗ୍ରେସ ନେତା କୁଲୁ ଭୂୟାଁ, ଯୁବ ସମାଜ ସେବୀ ଅଯୋଧ୍ୟା ନାଥ ମହାପାତ୍ର, ସି.ଡି.ପି.ଓ. ଶ୍ରୀମତୀ ଲିଲିମା ପଣ୍ଡା, ଅବସରପ୍ରାପ୍ତ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ, ରକ୍ତଭଣ୍ଡାରର ଡ. କିରଣ ମହାପାତ୍ର, ଜଗନ୍ନାଥ ରିସୋର୍ଟର ମୁଖ୍ୟ ପି. କେଦାର ପାତ୍ର ପ୍ରମୁଖ ଯୋଗ ଦେଇ ଥିଲୋ ଆଜିର ଏହି ମେଗା ରକ୍ତଦାନ କାର୍ଯ୍ୟକ୍ରମରେ ସମୁଦାୟ ୧୧୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରୋଟାରୀକ୍ଲବ ସଭାପତି ରଞ୍ଜିତ କୁମାର ବାରିକ, ବେଲଗୁଣ୍ଠା ମହାବିଦ୍ୟାଳୟର ଅଧ୍ୟକ୍ଷା ସଞ୍ଜୁକ୍ତା ପଣ୍ଡା, ଶିକ୍ଷକ ନେତା ସନ୍ତୋଷ କୁମାର ଜେନା, ଜଗବନ୍ଧୁ ଜେନା, ସମାଜସେବୀ ଦୁର୍ଗାମାଧବ ସ୍ୱାଇଁ ଯୋଗଦେଇଥିଲେ। ଏହି ରକ୍ତ ଦାନ କାର୍ଯ୍ୟକ୍ରମରେ ବହୁ ଯୁବକ ଓ ମହିଳା ରକ୍ତ ଦାନ କରିଥିଲେ। ପଞ୍ଜିକୃତ କବି ସମ୍ରାଟ ମିଡ଼ିଆ କ୍ଲବ ଅନେକ ଗୁଡିଏ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇ ଭଞ୍ଜନଗର ଅଞ୍ଚଳ ବେଶ ସୁନାମ ଅର୍ଜ୍ଜନ କରିଛି ଓ ଆଜିର ଏହି ସ୍ୱେଛାକୃତ ରକ୍ତଦାତା ମାନଙ୍କୁ ଅନେକ ଧନ୍ୟବାଦ ଜଣାଉଛି। ରକ୍ତଭଣ୍ଡାରର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉପସଭାପତି ସମୀର କୁମାର ମହାପାତ୍ର ଅତିଥି ସ୍ୱାଗତ କରିଥିଲେ ବେଳେ ପୁରୁଷତ୍ତମ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରା, ଶ୍ରୀମତୀ ବିଜୁଳି ପ୍ରଭା ବିଷୋୟୀଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Post a Comment

Previous Post Next Post