ବଳରାମପୁର ପଞ୍ଚାୟତ ଭବନ ଠାରେ ପଞ୍ଚାୟତ ସ୍ତରୀୟ ଜୈବିକ କୃଷି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ |


ବଲରଵପୁରା ମୋ ନିୟୁଜୁ ଓଡିଶା ୨୬/୦୭/୨୦୨୫ :- ଆଜି ବଳରାମପୁର ପଞ୍ଚାୟତ ଭବନ ଠାରେ ଉମା ଶଙ୍କର ସବୁଜ ଦୁନିୟା ଲିମିଟେଡ଼ ତରଫରୁ ପଞ୍ଚାୟତ ସ୍ତରୀୟ ଜୈବିକ କୃଷି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  | ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତର ଶତାଧିକ ମହିଳା ପୁରୁଷ ଚାଷୀ ଉପସ୍ଥିତ ଥିବା  ବେଳେ  ବାମରାମପୁର  ପଞ୍ଚାୟତର ସରପଞ୍ଚ ,ସମିତି  ସଭ୍ୟ,  ପୂର୍ବତନ  ସରପଞ୍ଚ ,  ଗ୍ରମସେବକ , ଭାରତୟ ଜନତା ପାର୍ଟିର ମାଣିକ୍ୟପୁର  ମଣ୍ଡଳ  ପ୍ରତିନିଧି  ସମେତ  ବହୁ  ବୁଦ୍ଧିଜୀବୀ ଉପସ୍ଥିତ ଥିବା  ଦେଖିବାକୁ  ମିଳିଥିଲା | ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ରାସାୟନୀୟ ପ୍ରକ୍ରିୟା ଠାରୁ ମାଟି ମାକୁ ରକ୍ଷା କରିବା ଓ କୃଷକ ମାନଙ୍କର କାମ ହକର୍ଚ୍ଚରେ ଅଧିକ ଉତ୍ପାଦନ ବୃଦ୍ଧି କରିବା |ଉକ୍ତ କାର୍ଯ୍ୟକ୍ରମକୁ ଉମା ଶଙ୍କର ସବୁଜ ଦୁନିୟା ଜିଲ୍ଲା ଦାଇତ୍ୱରେ ଥିବା ସୁମନ ବାବୁ ଓ ତାଙ୍କ ସମସ୍ତ ସହଯୋଗୀ କର୍ମୀ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ | ସମସ୍ତ ଚାଷୀଭାଇଙ୍କୁ ଜଣାଇଥିଲେ ଜମିରେ ରାସାୟନିକ ଔଷଧ ବ୍ୟବହାର ଦ୍ୱାରା ମଣିଷ ସମାଜରେ ବ୍ୟାପୁଥିବା  ବିଭିର୍ନ ଆଧୁନିକ ରୋଗ ଓ ପରିବେଶ ଅସୁରକ୍ଷିତ ବିଷୟରେ ବୁଝାଇବା ସହ ଜୈବିକ ସାର ଓ ଯିବ ସାର ପ୍ରୟୋଗ ଦ୍ୱାରା ମିଳୁଥିବା ଉପକାର ବିଷୟରେ ସମସ୍ତଙ୍କୁ ବୁଝାଇଥେଲେ | ସଭା ଅନ୍ତରେ ସରପଞ୍ଚ ପ୍ରାଥୀନି ମହୋଦୟ| ଧନ୍ୟବାଦ ଅର୍ପଣ କରି ସଭାକୁ ସମାପ୍ତ କଲେ |  


    ମାଣିକ୍ୟପୁରରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

                    ମୋ ନିଯଜୁ ଓଡିଶା

Post a Comment

Previous Post Next Post